ଶାହରୁଖ ଖାନଙ୍କର ଝିଅ ସୁହାନାଙ୍କ ପ୍ରଥମ ଫିଲ୍ମର ଟିଜର ହେଲା ରିଲିଜ ଲୋକମାନେ କହିଲେ, ଯେମିତି ବାପା ସେମିତି ଝିଅ, ଦେଖନ୍ତୁ ଭିଡିଓ

ବଲୀଉଡରେ ପ୍ରତି ବର୍ଷ କୌଣସି ନା କୌଣସି ଷ୍ଟାର କିଡ୍ସ ଫିଲ୍ମରେ ଡାୟରେକ୍ଟ ମୁଖ୍ୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ରୋଲରେ ଲଞ୍ଚ ହୋଇ ଥାନ୍ତି । ସେହିପରି ଆଜି ଆମେ ଆପଣଙ୍କୁ ଶାହରୁଖ ଖାନଙ୍କର ଝିଅ ସୁହାନା ଖାନଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ସୁହାନା ଖାନ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହିଥାନ୍ତି । ତାଙ୍କର ଅନେକ ଫଟୋ ଓ ଭିଡିଓ ପ୍ରାୟତଃ ଭାଇରାଲ ହୋଇ ଥାଏ ।

ବର୍ତ୍ତମାନ ସୁହାନା ଖାନଙ୍କ ଫିଲ୍ମର ପ୍ରଥମ ଟିଜର ରିଲିଜ ହୋଇଛି । ଏହା କୌଣସି ବଲୀଉଡ ଡେବ୍ୟୁ ନୁହେଁ । ଏହା ଏକ ଇଂଗ୍ଲିଶ ଶର୍ଟ ଫିଲ୍ମ ଅଟେ । ଏହି ଶର୍ଟ ଫିଲ୍ମର ନାମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୂ’ ଅଟେ । ଏହି ଫିଲ୍ମକୁ ସୁହାନା ଇଂଲଣ୍ଡର ଏକ ସ୍କୁଲ ଫ୍ରେଣ୍ଡ ସହ ମିଶି କରିଛନ୍ତି । ଏହି ଟିଜରରେ କୌଣସି ଡାଇଲଗ ନାହିଁ କିନ୍ତୁ ସୁହାନା ଓ ଗୋଟିଏ ପୁଅ ମଧ୍ୟରେ ବହୁତ ଶର୍ଟ୍ସ ଅଛି ।

ଏହି ଫିଲ୍ମକୁ Theodore Gimeno ଡାୟରେକ୍ଟ କରିଛନ୍ତି । ସୁହାନା ଏହି ଭିଡିଓକୁ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଲେଖିଲେ କି ବନ୍ଧୁମାନେ ଏହା ମୋର ଆସୁଥିବା ପ୍ରଥମ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ର କିଛି ଝଲକ । ଫିଲ୍ମ ତ ପୁରା ହୋଇ ସାରିଛି କିନ୍ତୁ ଏହା କେବେ ରିଲିଜ ହେବ ଏହା ବିଷୟରେ ଠିକ ସେ କହି ପାରିବି ନାହିଁ, ସେଥିପାଇଁ ଆପଣ ମୋ ସହିତ ଯୋଡି ହୋଇ ରୁହନ୍ତୁ । ଆପଣ ସମସ୍ତଙ୍କର ସପୋର୍ଟ ପାଇଁ ଧନ୍ୟବାଦ । ମୋର ଆଶା ଅଟେ କି ଆପଣ ମୋର ଟିଜରକୁ ଏନଜୟ କରୁଥିବେ ।“

ଅନ୍ୟ ପଟେ ସୋସିଆଲ ମିଡିଆରେ ସୁହାନାଙ୍କ ଫ୍ୟାନମାନଙ୍କୁ ଏହି ଟିଜର ବହୁତ ପସନ୍ଦ ଆସୁଛି । ତାଙ୍କର କହିବା ଅଟେ କି ସୁହାନାଙ୍କ ମଧ୍ୟରେ ତାଙ୍କ ପିତାଙ୍କ ଭଳି ଅଭିନୟର ଗୁଣ ରହିଛି । ଜଣେ ୟୁଜର କହିଲେ କି ସୁହାନାଙ୍କର ଜନ୍ମ ନିଜ ପିତାଙ୍କ ଭଳି ଅଭିନୟ କରିବା ପାଇଁ ହୋଇଛି । କହିଦେଉଛୁ କି ସ୍କୁଲ ଓ କଲେଜ ଦିନରେ ସୁହାନା ବହୁତ ନାଟକରେ ଅଂଶ ଗ୍ରହଣ କରିଛନ୍ତି ।

ସେଥିରେ ସେ ବହୁତ ପୁରଷ୍କାର ବି ପାଇଛନ୍ତି । ବର୍ତ୍ତମାନ ଦେଖାଯିବ କି ଯେତେବେଳେ ସେ ବଲୀଉଡରେ ଅଫିସିୟାଲ ଡେବ୍ୟୁ କରୁଛନ୍ତି ତେବେ ଦର୍ଶକମାନେ ତାଙ୍କୁ କେତେ ପସନ୍ଦ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।