ପ୍ରଥମ ଥର Bollywood ରେ Salman ଙ୍କ ସହ ନଜର ଆସିବେ ଓଡିଆ ପୁଅ, ଜାଣନ୍ତୁ ସେ କିଏ ଓ କେଉଁ ଜିଲ୍ଲାରେ ତାଙ୍କ ଘର ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ।

କିନ୍ତୁ ସେହି ବଲିଉଡର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟ ରେ ବର୍ତ୍ତମାନ ଓଡିଶା ର ଜଣେ କଳାକାର ଙ୍କୁ ଦେଖିବାକୁ ମିଳିବ । ଆଗକୁ ଆବିବାକୁ ଯାଉଥିବା ସଲମାନ ଖାନ ଙ୍କ ର “ରାଧେ” ଫିଲ୍ମ ରେ ଏହି ଓଡ଼ିଆ କଳାକାର ଜଣଙ୍କ ଦେଖିବାକୁ ମିଳିବେ । ତେବେ ଆସନ୍ତୁ ବନ୍ଧୁଗଣ ଏହି ଵିଷୟ ରେ । ଆହୁରି ଅଧିକ କିଛି କଥା ଜାଣିବା ।

ମୟୁରଭଞ୍ଜ ରୁ ସିଧା ବଲିଉଡ ରେ ଦେଖିବାକୁ ମିଳିବେ ଓଡିଶା ର ରାମ ସିର୍କା । ସେ ବର୍ତ୍ତମାନ ସମୟ ରେ ଓଡିଶା ପାଇଁ ଗର୍ବ ଓ ଗୌରବ ର ଵିଷୟ ପାଲଟିଛନ୍ତି । ସେ ନିଜ ପିଲା ବେଳ ନିଜ ପିତା ମାତା ଙ୍କ ସହିତ ଝାଡ଼ଖଣ୍ଡ ରେ କାଟିଥିଲେ । ସେହି ସମୟ ରେ ସେ ଟାଇକୁନ ଶିଖିଥିଲେ । ଟାଇକୁନ ଶିଖିବା ସମୟ ରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ କରିବାକୁ ପଡିଥିଲା । କିନ୍ତୁ ଏହି ଶିକ୍ଷା ତାଙ୍କୁ ଆଜି ସଫଳତା ର ଶୀର୍ଷ ସ୍ଥାନ ରେ ପହଞ୍ଚାଇ ପାରିଛି ।

ଆଗକୁ ବଡ଼ ପରଦା ରେ ଆସିବାକୁ ଯାଉଥିବା ବଲିଉଡର ଭାଇଜାନ ସଲମାନ ଖାନ ଙ୍କ ର “ରାଧେ” ଚଳଚ୍ଚିତ୍ର ରେ ରାମ ସିର୍କା ଙ୍କୁ ଦେଖିବାକୁ ମିଳିବ । ସେ ପ୍ରଥମ ଥର ପାଇଁ ବଡ଼ ପରଦା ରେ ଆସିବାକୁ ଯାଉଥିବାରୁ ସେ ବହୁତ ଖୁସି ଅଛନ୍ତି । ଏହା ସହିତ ତାଙ୍କ ପିତା ମାତା ମଧ୍ୟ ଏହାକୁ ନେଇ ବହୁତ ଖୁସି ଅନୁଭବ କରିଛନ୍ତି ।

ସେ ପ୍ରଥମେ ମୁମ୍ବାଇ ରେ କେତେକ ଅଭିନେତା ଙ୍କୁ ମାର୍ଶଲ ଆର୍ଟ ଶିଖାଉଥିଲେ । ସେହି ସମୟ ରେ ତାଙ୍କ ଭିତରେ ଥିବା ଗୁଣ କୁ ଚିନ୍ହି କରି ଜଣେ ନିର୍ଦ୍ଦେଶକ ତାଙ୍କୁ ଏକ ଛୋଟ ପରଦାରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ । ଏହା ପରେ ସେ “ମର୍ଦ୍ କୋ ଦରଦ ନେହି ହୋତା” ଭଳି ଫିଲ୍ମ ରେ ମଧ୍ୟ କାମ କରିଥିଲେ । ଏହା ବ୍ୟତୀତ ସେ ଅନେକ ଗୁଡିଏ ମାଲୟଲମ ଓ ତେଲୁଗୁ ଫିଲ୍ମ ରେ ମଧ୍ୟ କାମ କରିଥିଲେ । କିନ୍ତୁ ସେ ବର୍ତ୍ତମାନ ସମୟ ରେ ବଲିଉଡର ବଡ଼ ପରଦା ରେ ନଜର ଆସିବାକୁ ଯାଉଛନ୍ତି ।

ଏହି ଵିଷୟ ରେ ସେ ନିଜ ମତ ଦେଇ କହିଛନ୍ତି ଆଜି ତାଙ୍କର ସମସ୍ତ ସ୍ୱପ୍ନ ପୁରା ହୋଇ ପାରିଛି । ସେ ପିଲା ଦିନ ରୁ ଯାହା ସ୍ୱପ୍ନ ଦେଖିଥିଲେ ତାହାକୁ ଆଜି ସାକାର କରି ପାରିଛନ୍ତି । ସେଥିପାଇଁ ସେ ବହୁତ ଖୁସି ଅଛନ୍ତି । ସେ ଏହା ପୂର୍ବରୁ ସଲମାନ ଖାନ ଙ୍କ ର “ଦବଙ୍ଗ ୩” ରେ ମଧ୍ୟ ନଜର ଆସିଥିଲେ । ଏହା ପରେ ଅନେକ ବଡ଼ ବଡ଼ ପ୍ରଯୋଜକ ଓ ନିର୍ଦ୍ଦେଶକ ଙ୍କ ନଜର କୁ ସେ ଆସିଥିଲେ ଓ ପୁଣି ଥରେ ସଲମାନ ଙ୍କ ସହିତ “ରାଧେ” ଫିଲ୍ମ ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ଏହା ସମଗ୍ର ରାଜ୍ୟ ପାଇଁ ଏକ ଚର୍ଚ୍ଚା ର ଵିଷୟ ପାଲଟିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।