ଆଲିଶାନ ମହଲରେ ରୁହନ୍ତି ବଲୀଉଡର ଏହି ଷ୍ଟାରମାନେ, ଜାଣନ୍ତୁ ସବୁଠୁ ମହଙ୍ଗା କାହାର ଘର?

ସମସ୍ତେ ନିଜ ଜୀବନରେ ଗୋଟିଏ ସ୍ଵପ୍ନ ନିଶ୍ଚିତ ଦେଖନ୍ତି କି ସେ ନିଜର ସ୍ଵତନ୍ତ୍ର ଘରେ ରହିବେ । ଯେଉଁଠି ତାଙ୍କୁ ଶାନ୍ତି ମିଳିବ । କିନ୍ତୁ ସମସ୍ତେ ନିଜର ଏହି ସ୍ଵପ୍ନକୁ ପୁରା କରି ପାରନ୍ତି ନାହିଁ । କିନ୍ତୁ କେତେକ ଲୋକ ଏମିତି ଅଛନ୍ତି ଯେଉଁମାନେ କେବଳ ଏହି ସ୍ଵପ୍ନକୁ ପୁରା କରନ୍ତି ନାହିଁ ଅଥବା କୋଟି କୋଟି ଟଙ୍କା ଦେଇ ନିଜର ଘରକୁ ତିଆରି କରନ୍ତି । ଏମିତିରେ ଯଦି ବଲୀଉଡ ଫିଲ୍ମ ଷ୍ଟାରଙ୍କ ବିଷୟରେ କହିବା ତେବେ ଏହି ଷ୍ଟାରମାନଙ୍କ ଘର ଯେତିକି ମହଙ୍ଗା ଅଟେ ସେହି ଦାମ ପର୍ଯ୍ୟନ୍ତ ବୋଧେ କୌଣସି ସାଧରାଣ ବ୍ୟକ୍ତି ପହଞ୍ଚି ପାରିବ ନାହିଁ ।

ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାମାନଙ୍କୁ ଫିଲ୍ମରେ ଯେତିକି ଲୋକପ୍ରିୟତା ମିଳିଥାଏ ସେତିକି ହିଁ ସେମାନେ ଧନୀ ବି ହୋଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ବଲୀଉଡ ଇଣ୍ଡଷ୍ଟ୍ରିର କିଛି ଷ୍ଟାରମାନଙ୍କ ଘରର ଦାମ ବିଷୟରେ କହିବାକୁ ଯାଉଛୁ ।

ବଲୀଉଡ ଷ୍ଟାରମାନଙ୍କ ଘରର ଦାମ

ଅମିତାଭ ବଚ୍ଚନ

ମହାନୟକ ଅମିତାଭ ବଚ୍ଚନଙ୍କ ପାଖରେ ବି ବହୁତ ସମ୍ପତି ଅଛି । କିନ୍ତୁ ତାଙ୍କ ପାଖରେ ଦୁଇଟି ଆଲିଶାନ ବଙ୍ଗଳା ଅଛି । ଯାହାକି ବହୁତ ହିଁ ଏକ୍ସପେନ୍ସିଭ ଅଟେ । ଗୋଟିଏ ବଙ୍ଗଳାର ନାମ ‘ପ୍ରତୀକ୍ଷା’ ଅଟେ ଯାହାର ଦାମ ପାଖପାଖି ୧୦୦ କୋଟି ଟଙ୍କା ଅଟେ ଓ ଦ୍ଵିତୀୟ ବଙ୍ଗଳା ‘ଜଲସା’ ଯାହାର ଦାମ ପାଖପାଖି ୧୧୫ କୋଟି ଟଙ୍କା ଅଟେ ।

ଶାହରୁଖ ଖାନ

ବଲୀଉଡର ମୋସ୍ଟ ଚାର୍ମିଙ୍ଗ ଓ ରୋମାନ୍ସ କିଙ୍ଗ ଶାହରୁଖ ଖାନ ନିଜର ପତ୍ନୀ ଗୌରି ଖାନଙ୍କ ପାଇଁ ୨୦ ବର୍ଷ ପୂର୍ବେ ପାଖପାଖି ୭୦ କୋଟି ଟଙ୍କା ଦେଇ ଏକ ବଙ୍ଗଳା କ୍ରୟ କରିଥିଲେ । ସେହି ବଙ୍ଗଳାର ଦାମ ଆଜି ପାଖାପାଖି ୨୦୦ କୋଟି ଟଙ୍କା ହୋଇ ଯାଇଛି । ତାଙ୍କର ବଙ୍ଗଳାର ନାମ ‘Mannat the Lands End’ ।

ସୈଫ ଅଲୀ ଖାନ

ପଟୌଦୀ ପରିବାରର ନବାବ ଓ ବଲୀଉଡର ଅଭିନେତା ସୈଫ ଅଲୀ ଖାନ ‘ପଟୌଦୀ ପ୍ୟାଲେସ’ର ମାଲିକ ଅଟନ୍ତି । ତାଙ୍କର ପଟୌଦୀ ପ୍ୟାଲେସର ଦାମ ପାଖାପାଖି ୭୫୦ କୋଟି ଟଙ୍କା ଅଟେ ।

ଆମରି ଖାନ

ବଲୀଉଡର ମିସ୍ଟର ପରଫୈକ୍ସନିସ୍ଟ ଆମିର ଖାନ ନିଜ ପରିବାର ସହିତ ଯେଉଁ ଆଲିଶାନ ବଙ୍ଗଳାରେ ରୁହନ୍ତି ତାହାର ଦାମ ପାଖପାଖି ୮୦ କୋଟି ଟଙ୍କା ଅଟେ ।

ଅକ୍ଷୟ କୁମାର

ବଲୀଉଡର ଖିଲାଡ଼ି କୁମାର ନାମରେ ପ୍ରସିଦ୍ଧ ଅକ୍ଷୟ କୁମାର ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ତାଙ୍କର ଆଲିଶାନ ଘରର ଦାମ ପାଖପାଖି ୮୦ କୋଟି ଟଙ୍କା ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।