ବୟଫ୍ରେଣ୍ଡ ଙ୍କ ଉପରେ ରାଗି ଯାଇ Hina Khan କରୁଛନ୍ତି Shaheer Sheikh ଙ୍କ ସହିତ ରୋମାନ୍ସ, ପାହାଡ ରେ ବିତାଉଛନ୍ତି ରୋମାଣ୍ଟିକ ମୂହୁର୍ତ୍ତ, Video ଭାଇରାଲ

ଟିଭି ଇଣ୍ଡଷ୍ଟ୍ରିର ଅତି ପରିଚିତ ହିନା ଖାନ୍ ଙ୍କ ନାମ ଟିଭିର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁ ମାନେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତୁ ଓ ଯାହାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ବଡ଼ ।

ନିକଟରେ ହିନାଙ୍କ ଗୀତ ‘ପଥର ବର୍ଗି’ ରିଲିଜ୍ ହୋଇଥିଲା, ଯାହା ତାଙ୍କ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ହିନା ପୁଣି ଥରେ ନିଜ ପ୍ରଶଂସକଙ୍କ ଆଉ ଏକ ମ୍ୟୁଜିକ ଆଲବମ ନେଇ ଆସୁଛନ୍ତି । ତେବେ ହିନାଙ୍କ ନୂଆ ମ୍ୟୁଜିକ୍ ଆଲବମର ନାମ ହେଉଛି ‘ବାରିସ୍ ବନ୍ ଜାନା’ । ବହୁତ ଶୀଘ୍ର ହିନା ଏହି ଆଲବମ ରେ ଟିଭିର ଆଉ ଜଣେ ଲୋକପ୍ରିୟ ଅଭିନେତା ସାହିର ଶେଖଙ୍କ ସହ ଦେଖା ଯିବେ ।

 

ଏହି ଗୀତର ଭିଡିଓ ସୁ-ଟିଂ କାଶ୍ମୀର ରେ ହେଉଛି । ଅଭିନେତ୍ରୀ ହିନା ସେଠାକାର ଅନେକ ଫଟୋ ଏବଂ ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି ଓ ସାହିର ଶେଖଙ୍କ ସହ ହିନା ଅନେକ ରୋମାଣ୍ଟିକ ପୋସ୍ ମଧ୍ୟ ଦେଉଛନ୍ତି । ଜଣାଇ ରଖୁଛୁ ଯେ ଏହା ମଧ୍ୟରେ ହିନାଙ୍କ ବୟଫ୍ରେଣ୍ଡ୍ ରକି ଯଶୱାଲ କେଉଁଠି ମଧ୍ୟ ଦେଖା ଯାଉ ନାହାଁନ୍ତି ।

 

View this post on Instagram

 

A post shared by HK (@realhinakhan)

ଯାହା ପରେ ଲୋକମାନେ ତାଙ୍କୁ ରକି କେଉଁଠାରେ ଅଛନ୍ତି ବୋଲି ପଚାରିବା ଆରମ୍ଭ କରି ଦେଇଛନ୍ତି । ତେବେ କହି ରଖୁଛୁ ଯେ କିଛି ଦିନ ତଳେ ହିନା ଖାନ୍ ନିଜ ବୟଫ୍ରେଣ୍ଡ୍ ରକି ଯଶୱାଲଙ୍କ ସହ ମାଳଦ୍ଵୀପରେ ଜମେଇ କରି ନିଜ ରୋମାଣ୍ଟିକ ଫଟୋ ସବୁ ସେୟାର କରିଥିଲେ । ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅଭିନେତ୍ରୀ ହିନା ଖାନ୍ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଅଭିନେତା ସାହିର ଶେଖଙ୍କ ସହ ଦେଖା ଯାଉଛନ୍ତି ।

ସେହି ଭିଡ଼ିଓରେ ହିନା ଖାନ୍ ଏକ ଧଳା ରଙ୍ଗର ଡ୍ରେସ୍ ସହ ଏକ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଦେଖା ଯାଉଛି ଏବଂ ସାହିର ଶେଖ୍ ତାଙ୍କ ପଛରେ ହିନାଙ୍କୁ କୁଣ୍ଢାଇ ଧରି ଥିବାର ଦେଖିବାକୁ ମିଳୁଛି । ଏହି ଭିଡ଼ିଓରେ ହିନା ଥଣ୍ଡାରେ କମ୍ପୁ ଥିବାର ମଧ୍ୟ ଦୃଶ୍ୟମାନ ହେଉଛି । ତେବେ ଅଭିନେତ୍ରୀ ହିନା ଖାନ୍ ଏହି ଭିଡିଓ କୁ ସେୟାର କରି ଏକ ଶାନଦାର୍ କ୍ଯାପସନ୍ ମଧ୍ୟ ଲେଖିଛନ୍ତି ।

ଯେଉଁଠି ସେ ଅଭିନେତା ସାହିର ଶେଖଙ୍କୁ ତାଙ୍କ ଜ୍ୟାକେଟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେବେ ନିକଟରେ ହିନା ଏକ ଭିଡିଓ ମଧ୍ୟରେ ସେୟାର କରିଥିଲେ ଯେ, ସେ କିପରି କାଶ୍ମୀରରେ ମାଇନସ୍ ଡିଗ୍ରୀ ସେଲସିୟସରେ ସେହି ଗୀତକୁ ସୁ-ଟିଂ କରିଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ କିପରି ଥଣ୍ଡା ବରଫ ବର୍ଷା ଓ ମାଇନସ ଡିଗ୍ରୀ ତାପମାତ୍ରାରେ ସେମାନଙ୍କୁ ପ୍ରତାଡିତ ହେବାକୁ ପଡ଼ିଥିଲା ।

ସେ ଲେଖିଥିଲେ କି କେତେ ସହଜରେ ଗୀତର ନାମ ବାରିସ ବନ୍ ଜାନା ରଖା ଯାଇଛି । ଏହା ଦେଖିବାକୁ ବହୁତ ସହଜ ଏବଂ ରୋମାଣ୍ଟିକ ଲାଗୁଥିଲେ ମଧ୍ୟ ଏହା ପଛରେ ବହୁତ କଠିନ ପରିଶ୍ରମ ମଧ୍ୟ ରହିଛି । ତେବେ ଆପଣଙ୍କୁ ହିନା ଙ୍କ ଏହି ଭିଡିଓ କିପରି ଲାଗିଲା ଓ ତାଙ୍କ ନୂଆ ଆଲବମ ଭିଡିଓ ପାଇଁ ଆପଣ କେତେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

 

View this post on Instagram

 

A post shared by HK (@realhinakhan)

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।