ଏହି ୬ ଜଣ କ୍ରିକେଟରଙ୍କର ପିଲାମାନେ ସୋସିୟାଲ ମିଡିୟାରେ ମଚାନ୍ତି ଧୁମ, ପପୁଲାରିଟୀରେ ପିତାଙ୍କ ଠୁ ବି ନୁହନ୍ତି କମ

ସୋସିୟାଲ ମିଡିୟା ଜମାନାରେ ଷ୍ଟାରକିଡ୍ସମାନେ ବହୁତ ଜଲ୍ଦି ପପୁଲାର ହୋଇ ଯାଉଛନ୍ତି । ବଲୀଉଡର ଲୋକପ୍ରିୟ ଷ୍ଟାରକିଡ୍ସ ମାନଙ୍କ ବିଷୟରେ ତ ଆପଣମାନେ ଜାଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କ୍ରିକେଟ ଦୁନିଆର ସବୁଠୁ ଅଧିକ ପପୁଲାର କିଡ୍ସଙ୍କ ସହ ସାକ୍ଷାତ କରିବାକୁ ଯାଉଛୁ ।

ଜୀବା ଧୋନୀ – ଏମଏସ ଧୋନୀ ଓ ସାକ୍ଷୀ ଧୋନୀଙ୍କର ଝିଅ

୬ ଜାନୁୟାରୀ ୨୦୧୫ରେ ଜନ୍ମି ଜୀବା ନିଜ ପିତା ଏମଏସ ଧୋନୀଙ୍କର ଆଖିର ତାରା ଅଟେ । ଫ୍ରୀ ଟାଇମରେ ଧୋନୀ ଜୀବା ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି । ଜୀବାକୁ ଧୋନୀଙ୍କ ମ୍ୟାଚ ସମୟରେ ଦର୍ଶକମାନଙ୍କ ମଧ୍ୟରେ ବସି ପିତାଙ୍କର ସାହସ ବଢାଇ ଥାନ୍ତି । ବର୍ତ୍ତମାନ ଦିନରେ ସୋସିୟାଲ ମିଡିୟାରେ ଜୀବା ସବୁଠୁ ପପୁଲାର କ୍ରିକେଟର କିଡ୍ସ ଅଟନ୍ତି ।

ସମିତ ଓ ଅନବୟ ଦ୍ରବିଡ଼ – ରାହୁଲ ଦ୍ରବିଡ଼ ଓ ବିଜେତା ପେଂଢାରକରଙ୍କର ପିଲାମାନେ

ସମିତ ଓ ଅନବୟ ଦୁଇ ଜଣ ହିଁ ଦ୍ରବିଡ଼ଙ୍କର ଅତି ପ୍ରିୟ ଅଟନ୍ତି । ଏହି ଦୁଇ ଜଣ ନିଜ ପିତାଙ୍କ ଭଳି କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ରାହୁଲ ଏକ ଇଣ୍ଟରଭିୟୁରେ କହିଲେ କି ତାଙ୍କୁ ନିଜ ପିଲାମାନଙ୍କୁ ବହିରୁ କାହାଣୀ ଶୁଣାଇବା ଓ ତାଙ୍କ ସହିତ ସମୟ ବିତାଇବାକୁ ଭଲ ଲାଗେ ।

ଆର୍ୟବୀର ଓ ବେଦାଂତ ସହୱାଗ – ବୀରେଂଦର ସହୱାଗ ଓ ଆରତୀ ଅହଲାବତଙ୍କର ପିଲାମାନେ

ସହୱାଗ ନିଜର ଦୁଇ ପୁଅଙ୍କୁ ବହୁତ ଭଲ ପାଆନ୍ତି । ସହୱାଗ ଥରେ କହିଥିଲେ କି ସେ ନିଜର ଦୁଇ ପୁଅଙ୍କୁ କହି ରଖିଛନ୍ତି କି ସେ କୌଣସି ବି କ୍ରିକେଟ ଖେଳରେ ଯଦି ୩୧୯ ରନ କରୁଛନ୍ତି ତେବେ ସେ ତାଙ୍କୁ ଉପହାର ସ୍ୱରୂପ ଫରାରି କାର କିଣି ଦେବେ ।

ଜୋରାବର ଧୱନ – ଶିଖର ଧୱନ ଓ ଆୟଶା ମୁଖର୍ଜୀଙ୍କର ପୁଅ

ଆୟଶା ଏକ ତଲାକଶୁଦା ଓ ଦୁଇ ଝିଅ (ରିହା ଓ ଆଳିୟା)ଙ୍କର ମା ଥିଲେ । ଏହା ପରେ ସେ ଶିଖର ଧବନଙ୍କୁ ବିବାହ କରିଲେ । ୨୦୧୪ରେ ସେମାନଙ୍କର ଏକ ପୁଅ ହେଲା । ଯାହାର ନାମ ସେ ଜୋରାବର ରଖିଲେ । ଶିଖର ନିଜର ପୁଅ ଓ ଦୁଇ ଝିଅକୁ ବହୁତ ଭଲ ପାଆନ୍ତି ।

ସାରା ଓ ଅର୍ଜୁନ ତେନ୍ଦୁଲକର – ସଚିନ ତେନ୍ଦୁଲକର ଓ ଅଞ୍ଜଲିଙ୍କର ପିଲାମାନେ

କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନଙ୍କୁ ଆଜି ବି ଲୋକମାନେ ବହୁତ ପସନ୍ଦ କରନ୍ତି । ଯାହାର ଲାଭ ତାଙ୍କର ପୁଅ ଓ ଝିଅକୁ ମିଳୁଛି । କହିବାକୁ ଗଲେ ସାରାଙ୍କର ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହୋଇଥାଏ । ଅର୍ଜୁନ ବି ନିଜ ପିତାଙ୍କ ଭଳି ବହୁତ ହ୍ୟାଣ୍ଡସମ ଅଟନ୍ତି ।

ସାନା ଗାଙ୍ଗୁଲି – ସୌରବ ଗାଙ୍ଗୁଲି ଓ ଡୋନା ଗାଙ୍ଗୁଲିଙ୍କର ଝିଅ

୧ ଫେବ୍ରୁୟାରୀରେ ୧୯୯୭ ଜନ୍ମି ସାନା ଗାଙ୍ଗୁଲି ବହୁତ ବଡ ହୋଇ ଯାଇଛନ୍ତି ଓ ବହୁତ ସୁନ୍ଦର ବି ଦେଖା ଯାଆନ୍ତି । ସେ ସୋସିୟାଲ ମିଡିୟାରେ ବହୁତ ଏକ୍ଟିବ ବି ରୁହନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।