Anil Kapoor ଙ୍କ ଝିଆରୀ ଙ୍କ ଜଲଵା, ବହୁତ ଜଲ୍ଦି Bollywood ରେ କରିବେ ଗ୍ରାଣ୍ଡ ଏଣ୍ଟ୍ରି

ବଲିଉଡର ସୁପରଷ୍ଟାର ଅନିଲ କପୁରଙ୍କୁ କିଏ ନ ଜାଣେ ? ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବଲିଉଡ ଦୁନିଆରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଅନେକ ଫିଲ୍ମରେ ଅନିଲ କପୁର ନିଜର ଭଲ ଅଭିନେତା ହେବାର ପ୍ରମାଣ ଦେଇସାରିଛନ୍ତି । ତାଙ୍କର ଭଲ ଅଭିନୟ ପାଇଁ ଅନିଲ କପୁର ଅନେକ ଆୱାର୍ଡ ମଧ୍ୟ ପାଇସାରିଛନ୍ତି । ଏଠାରେ ତାଙ୍କ ଝିଆରୀ ସନାୟା କପୂରଙ୍କ ବିଷୟରେ କୁହାଯାଇଛି । ବର୍ତ୍ତମାନ ସନାୟା ନିଜ ସୁନ୍ଦରତା ଓ ଜଲୱାରେ ପୁରା ବଲିଉଡ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଜ୍ୟ କରି ରଖିଛନ୍ତି ।

ସନାୟାଙ୍କ ଏହି ଜଲୱା ପାଇଁ ବଲିଉଡର ନିର୍ଦେଶକମାନେ ତାଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ ଚାହୁଁଛନ୍ତି । ନିର୍ଦେଶକମାନେ କେବଳ କପୁର ଖାନଦାନର ଅନୁମତିକୁ ଅପେକ୍ଷା କରି ରହିଛନ୍ତି ଯେ ସେମାନେ କେବେ ସନାୟାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗଦାନ କରିବାକୁ ଅନୁମତି ଦେବେ । ସନାୟା କପୁର ପରିବାରରେ ରହି ବଡ ହୋଇଥିବାରୁ ତାଙ୍କ ଭିତରେ ଅଭିନେତ୍ରୀ ହେବାର କିଛି ଲକ୍ଷଣ ଦେଖାଯାଇଛି । ଅନିଲ କପୁରଙ୍କ ଛୋଟ ଭାଇ ସଞ୍ଜୟ କପୁର ହେଉଛନ୍ତି  ସନାୟାର ବାପା ଯାହାଙ୍କ ସହ ତାଙ୍କର ନିବିଡ ସମ୍ପର୍କ ରହିଛି ।

କପୁର ଖାନଦାନର ବାତାବରଣ ସବୁବେଳେ ଫିଲ୍ମ ଦୁନିଆ ଭଳି ରହିଅଛି । ସେହି କାରଣରୁ ସନାୟା ମଧ୍ୟ ବଲିଉଡରେ ଅଭିନୟ କରିବା ପାଇଁ ଇଛୁକ ଅଛନ୍ତି । ସଞ୍ଜୟ କପୁର ଫିଲ୍ମ ଦୁନିଆରୁ ଅନେକ ଦୂରରେ ରହିଛନ୍ତି କାରଣ ସେ ବହୁତ କମ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ବର୍ତ୍ତମାନ ସନାୟା ବଲିଉଡରେ ଏଣ୍ଟ୍ରି କରିବାକୁ ଖୁବ ଜୋରସରରେ ଲାଗିପଡିଛନ୍ତି । ସନାୟା ଗତ ୩ ବର୍ଷ ହେଲା ନିଜର ଗ୍ରାଜ୍ବେସନ ପାଠପଢା ଶେଷ କରିସାରିଛନ୍ତି ।

ପାଠପଢା ଶେଷ ହେବା ପରେ  ବର୍ତ୍ତମାନ ସନାୟା ତାଙ୍କର ଲୁକ, ଡାନ୍ସିଂ ଓ ନିଜ ଅଭିନୟରେ କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି ।ନିଜ ଅଭିନୟକୁ ସମସ୍ତଙ୍କଠାରୁ କିଛି ଅଲଗା କରିବାକୁ ସନାୟା ଚେଷ୍ଟା ଜାରି ରଖିଛନ୍ତି । ସେ ତାଙ୍କର କିଛି ନୂଆ ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ଯାହା ଦର୍ଶକଙ୍କ ମନରେ ନୂଆ ଜାଗା ସୃଷ୍ଟି କରିପାରିଛି । ଏହା ଛଡା ସେ ତାଙ୍କ ମାଙ୍କ ସହ ବେଲ୍ଲୀ ଡ୍ୟାନ୍ସ ଶିଖୁଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚାରେ ରହିଛି ।

ସଞ୍ଜୟ ଫିଲ୍ମ ଦୁନିଆରେ ଅଭିନୟ କରି ନିଜର ଅଲଗା ପରିଚୟ ବନେଇ ପାରିନଥିଲେ । ତେଣୁ ସଞ୍ଜୟ ଓ ତାଙ୍କ ସ୍ତ୍ରୀ ମେହେକ କପୁର ସନାୟାଙ୍କୁ ବଲିଉଡରେ ନିଜର ନୂଆ ପରିଚୟ ସୃଷ୍ଟି କରିବାରେ ସାହାର୍ଯ୍ୟ କରୁଛନ୍ତି । ସନାୟାଙ୍କ ସାଥି ଭାବେ ସାହାରୁଖ ଖାନଙ୍କ ଝିଅ ସୁହାନା ଓ ଅନନ୍ୟା ପାଣ୍ଡେ ମଧ୍ୟ ସାମିଲ ଅଛନ୍ତି । ଅନନ୍ୟା ପାଣ୍ଡେ ବଲିଉଡରେ ନିଜର ନୂଆ ଜାଗା ସୃଷ୍ଟି କରିସାରିଛନ୍ତି । ସୁହାନା ବର୍ତ୍ତମାନ ୟୁଏସରେ ନିଜର ପାଠପଢା କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।