ଏତେ ଦିନ ପରେ ହଠାତ Live ଆସି ଏମିତି କାହିଁକି କହିଲେ ଅର୍ଚ୍ଚିତା (Archita Sahu), ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ପୁରା ରାଜ୍ୟରେ କୋରୋନା ସଂକ୍ରମଣ ହାର ବଢିବା ଯୋଗୁ ଲକ ଡାଉନ ଘୋଷଣା କରା ଯାଇଛି । ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କଳାକର ମାନଙ୍କ ଜୀବନରେ ଅଙ୍କେ ପ୍ରଭାବ ଦେଖା ଯାଉଛି ।

ସେଥିପାଇଁ ଓଲିଉଡ ଜଗତର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଲକ ଡାଉନ ହେବ ଯୋଗୁ କଳାକାର ମାନଙ୍କଉ କିପରି ସମସ୍ୟାର ସମୁଖୀନ ହେବାକୁ ପଡୁଛି ସେହି ବିଷୟରେ କିଛି ଜରୁରୀ ସୂଚନା ଦେଇଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତାଙ୍କ କହିବା ଅନୁସାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଲକ ଡାଉନ ହେବା ଯୋଗୁ ତାଙ୍କ ଜୀବନରେ ଯେତିକି ପ୍ରଭାବ ପଡିଛି ଠିକ ସେତିକି ପ୍ରଭବ ଅନ୍ୟ କଳାକାର ମାନଙ୍କ ଉପରେ ଦେଖା ଯାଉଛି ।

ଗତ ବର୍ଷ ସବୁ ଫିଲ୍ମ, ରିୟାଲିଟି ସୋ କିଛି ଦିନ ପାଇଁ ଜାରି ରହିଥିଲା । କିନ୍ତୁ ଚଳିତ ବର୍ଷ ଏ ସବୁ କିଛି ବନ୍ଦ ହୋଇ ରହିଛି । ଯାହା ଦ୍ଵାରା କଳାକାରା ମାନଙ୍କର ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି ବୋଲି ଅର୍ଚ୍ଚିତା ନିଜ ରାଏରେ କହିଛନ୍ତି ।

ଏହା ସହ ଅର୍ଚ୍ଚିତା କହିଛନ୍ତି ଯେ କିଛି ଲୋକଙ୍କ ପାଖରେ ପଇସା ଥାଇପାରେ ଯାହା ପାଇଁ ସେ ୬ ମାସ ଚଳି ପାରନ୍ତି । ତା ପରେ ସେମାନେ କଣ କରିବେ ଓ କିପରି ନିଜ ପରିବାର ଜୀବିକା ନିର୍ବାହ କରିବେ ବୋଲି ଅର୍ଚ୍ଚିତା କହିଛନ୍ତି । ଯେଉଁ ମାନଙ୍କର ବଡ ପରିବାର ଓ କିଛି ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ଯା ରହିଥିବ ସେମାନେ କିପରି ମ୍ୟାନେଜ କରିବେ । ସେ କହିଛନ୍ତି ଯେ ଯେ ହେତୁ ସେମାନେ କଳାକାର ସେଥିପାଇଁ ସେମାନେ ନିଜର ସ୍ଵାଭିମାନକୁ ଆଖି ଆଗରେ ରଖି ରାସ୍ତାକୁ ଆସି କହିବେ ନାହି ଯେ ଆମେ ସମସ୍ୟାର ସମୁଖୀନ ହେଉଛି ।

ଏହା ଦ୍ଵାରା କଳାକାର ମାନଙ୍କର ଇମେଜରେ ଆଞ୍ଚ ଆସିପାରେ । ଆଜିକା ଡେଟରେ ଯେପରି ସାଧାରଣ ବ୍ୟବସାୟୀ ମାନଙ୍କର ଲକ ଡାଉନ ଯୋଗୁ ଆର୍ଥିକ ସମସ୍ଯା ଦେଖା ଯାଉଛି ଠିକ ସେହିପରି କଳାକାର ମାନଙ୍କର ମଧ୍ୟ ଅବସ୍ଥା ସେହିପରି ବୋଲି ଅର୍ଚ୍ଚିତା ରାଏ ଦେଇଛନ୍ତି । ଯେଉଁ ମାନେ କେବଳ ଅଭିନୟ କରି ଟଙ୍କା ରୋଜଗାର କରୁଥିଲେ ସେମାନଙ୍କର ଅବସ୍ଥା ବର୍ତ୍ତମାନ ଶୋଚନିୟ ହୋଇ ପଡିଛି । ଯେଉଁ ମାନଙ୍କର ଅଭିନୟ ବ୍ଯତୀତ କିଛି ଅଲଗା ବିଜେନେସ ରହିଛି ସେମାନେ କିଛି ମାତ୍ରାରେ ନିଜର ଜୀବିକା ନିର୍ବାହ କରୁଛନ୍ତି ବୋଲି ଅର୍ଚ୍ଚିତା କହିଛନ୍ତି ।

ଯଦି କୋରୋନା ଗାଇଡ ଲାଇନକୁ ସମସ୍ତେ ମାନିବେ ତେବେ ହୁଏ ତ କିଛି ଲୋକଙ୍କର ଜୀବନ ବଞ୍ଚିଯାଏ ପରେ ବୋଲି ଅର୍ଚ୍ଚିତା କହିଛନ୍ତି । ଏହା ସହ ଯେଉଁମାନେ କିଛି କାମ ନ ଥାଇ ବାହାରକୁ ଯାଇଥାନ୍ତି ସେମାନେ ବୁଝି ପାରନ୍ତି ନାହି ଯେ ତାଙ୍କ ଦ୍ଵାରା ଅନେକ ଲୋକଙ୍କର କ୍ଷତି ହେଉଛି । ସେଥିପାଇଁ ଯଦି ଲୋକମାନେ ସଜାଗ ରହିବେ ତେବେ ହୁଏ ତ ଲକ ଡାଉନ ଓ ସଟ ଡାଉନ ଉଠିଯାଇ ପାରନ୍ତା ।

ଯେଉଁମାନେ ୨୫ରୁ ୩୦ ବର୍ଷ ହେବ ଟେକନିସିୟାନ ଭାବେ କାମ କରୁଥିଲେ ସେମାନେ ମଧ୍ୟ ଘରେ ବସିଛନ୍ତି ଯାହା ଫଳରେ ସେମାନଙ୍କ ପରିବାର ମଧ୍ୟ ସମସ୍ୟାର ସମୁଖୀନ ହେଉଛନ୍ତି । ଏହିଭଳି ଭାବେ ଅର୍ଚ୍ଚିତା କଳାକାର ମାନେ କିପରି ଲକ ଡାଉନ ଯୋଗୁ ଅସୁବିଧାର ସମୁଖୀନ ହେଉଛନ୍ତି ତାହାର ସଂକ୍ଷିପ୍ତ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଏହି ମାମଲାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।