ସରିଲା Tapu Mishra ଶୁଦ୍ଧି କ୍ରିୟା, ଦେଖନ୍ତୁ ଫୁଲ Video

ବନ୍ଧୁଗଣ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ସୁନାମଧାନ୍ୟ କଣ୍ଠଶିଳ୍ପୀ ଭାବେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ସେ ନିଜର ସୁମଧୁର କଣ୍ଠରେ କେତେ ଯେ ଗୀତାରେ ସଂଗୀତ ଦାନ କରିଛନ୍ତି ତାହା ଗଣନା କରିବା ସମ୍ଭବ ନୁହେ । ଓଲିଉଡ ଜଗତରେ ସେ ଅନେକ ଓଡିଆ ଭଜନ ସହ ଆଲବମ ଓ ଫିଲ୍ମ ଗୀତାରେ କଣ୍ଠ ଦାନ କରି ଖୁବ ଲୋକପ୍ରିୟ ହାସଲ କରିଛନ୍ତି । ସେ ଓଡିଆ ଫିଲ୍ମ କୁଳ ନନ୍ଦନ ରେ ପ୍ରଥମ ଥର ପାଇଁ କଣ୍ଠ ଦାନ କରି ଲୋକପ୍ରିୟତା ହାସଲ କରିବା ସହ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଥିଲେ ।

ବନ୍ଧୁଗଣ ତପୁ ମିଶ୍ର ଓଡ଼ିଆ ସିନେମା ଜଗତ ରେ ଅନେକ ଗୁଡିଏ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ ଗୀତ ଗୁଡିକ ସବୁବେଳେ ବହୁତ ବହୁତ ହିଟ ହୋଇଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ । କିନ୍ତୁ ଦୁଖଃ ର ବିଷୟ ସେ ବର୍ତ୍ତମାନ ଆଉ ଆମ ଗ୍ରହଣ ରେ ନାହାନ୍ତି । କରୋନା ରେ ପିଡୀତ ହେବା ପରେ ସେ ସୁସ୍ଥ ହୋଇ ଯାଇଥିଲେ କିନ୍ତୁ ସଂକ୍ରମଣ ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇପଡିଥିଲା ଓ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ଦେଢ଼ ମାସ ହେବ ଜୀବନ ସହିତ ସଂଗ୍ରାମ କରି ସେ ଶେଷ ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ରେ ଯେତିକି ଦୁଃଖିତ ଓଲିଉଡ ଇଣ୍ଡଷ୍ଟ୍ରି ହୋଇଛି ତାହା ଠାରୁ ବେଶୀ ଦୁଃଖିତ ତାଙ୍କ ପରିବାର ହୋଇଛି । ଅତି ନିକଟ ରେ ତାଙ୍କର ଦଶ କ୍ରିୟା ସରିଯାଇଛି ।

ତପୁ ମିଶ୍ର ଙ୍କ ର ଦଶ କ୍ରିୟା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ରେ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ଵନି ସହିତ ତପୁ ଙ୍କ ର ଏକ ଫୋଟୋ ରଖା ଯାଇଥିବା ଦେଖିବାକୁ ମିଳିଛି । ତାଙ୍କ ପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ବ୍ୟତିତ ତାଙ୍କ ପରିବାର ର ଅନ୍ୟ କେତେକ ସଦସ୍ୟ ମଧ୍ୟ ଦଶ କ୍ରିୟା ହେଉଥିବା ବେଳେ ସେଠାରେ ଉପସ୍ଥିତ ଥିଲେ ।