ଦେଖନ୍ତୁ କିପରି ସ୍ଵାମୀ ଡାନୀ ଙ୍କ ସହିତ ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଓଡିଆ ଅଭିନେତ୍ରୀ Jhilik Bhattacharya

ବର୍ତ୍ତମାନ ସମୟରେ ଓଲିଉଡର ସବୁ କଳାକାରମାନେ କୌଣସି ନା କୌଣସି କାରଣରୁ ଚର୍ଚାରେ ଆସିଯାଉଛନ୍ତି । ବିଶେଷ କରି ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଅଧିକ ଛାଇ ରହୁଛନ୍ତି । କହିଦେଉଛୁ କି ଏହି ଅଭିନେତ୍ରୀମାନେ ନିଜର ଫିଲ୍ମ ଠାରୁ ଅଧିକ ନିଜର ପର୍ସନାଳ ଲାଇଫକୁ ନେଇ ଅଧିକ ଚର୍ଚାରେ ରହୁଛନ୍ତି । ଅନ୍ୟ ପଟେ ଏହି ଅଭିନେତ୍ରୀମାନଙ୍କର ଫ୍ୟାନମାନେ ବି ନିଜର ପ୍ରିୟ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛୁକ ରହୁଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଓଲିଉଡ ଜଗତର ଜଣା ଶୁଣା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ୟଙ୍କ ବିଷୟରେ କହିବୁ । କହିବାକୁ ଗଲେ ଗତକାଲି ଝିଲିକ ଭଟ୍ଟାଚାର୍ୟ ନିଜର ସ୍ଵାମୀ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ସହ ନିଜର ବିବାହ ବାର୍ଷିକ ପାଳନ କରିଛନ୍ତି ।

ଦୁଇ ଜଣଙ୍କର ବିବାହକୁ ଏକ ବର୍ଷ ପୁରା ହୋଇଯାଇଛି । କହିଦେଉଛୁ କି ୧ ବର୍ଷ ପୂର୍ବେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଉପଲକ୍ଷେ ଦୁଇ ଜଣ ଘରେ ନିଜର ବିବାହ ବାର୍ଷିକ ପାଳନ କରିଛନ୍ତି । ଝିଲିକ ଭଟ୍ଟାଚାର୍ୟ ଓ ପ୍ରୀତିରଞ୍ଜନ ଘଡେଇ ଦୁଇ ଜଣ ମିଶି ନିଜର ବିବାହ ବାର୍ଷିକ ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଛନ୍ତି । ଝିଲିକ ଭଟ୍ଟାଚାର୍ୟ ନିଜର ଏହି ଖୁସିରେ ସାମିଲ ହେବା ପାଇଁ କିଛି ରାଜନେତା ଓ କଳାକାରମାନଙ୍କୁ ବି ଆମନ୍ତ୍ରଣ କରିଥିଲେ ।

ଏହି ସମୟରେ ଝିଲିକ ଭଟ୍ଟାଚାର୍ୟ ଓ ପ୍ରୀତିରଞ୍ଜନ ଘଡେଇ କେକ କାଟି ନିଜର ଏହି ଖୁସିର ମୂହୁର୍ତ୍ତକୁ ପାଳନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଝିଲିକ ଭଟ୍ଟାଚାର୍ୟ ଓଲିଉଡ ଇଣ୍ଡଷ୍ଟ୍ରିରେ ଦୂରେଇ ଯାଇଛନ୍ତି । କିନ୍ତୁ ବାହା ହେବା ପୂର୍ବରୁ ଝିଲିକ ଭଟ୍ଟାଚାର୍ୟ ଓଲିଉଡର ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସୀସାରିଛନ୍ତି । ସେ ଓଲିଉଡର ପ୍ରାୟତଃ ସବୁ ହିରୋଙ୍କ ସହ କାମ କରିସାରିଛନ୍ତି । କହିଦେଉଛୁ କି ଝିଲିକ ଭଟ୍ଟାଚାର୍ୟ ଓ ପ୍ରୀତିରଞ୍ଜନ ଘଡେଇ ନିଜର ବିବାହ ବାର୍ଷିକ ଦିନ ଗୋଟିଏ ମନ୍ଦିରକୁ ବି ଯାଇଥିଲେ ।

ଯେଉଁ ସମୟରେ ସେ କିଛି ପୂଜାରୀ ଓ ସମ୍ପର୍କୀୟଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଏହା ପରେ ରାତିରେ ନିଜର ବିବାହ ବାର୍ଷିକ ଉପଲକ୍ଷେ ଏକ ପାର୍ଟିର ବି ଆୟୋଜନ କରିଥିଲେ । ଯେଉଁଥିରେ ସେମାନଙ୍କର କିଛି ସମ୍ପର୍କୀୟ, ରାଜନେତା ଓ କଳାକାରମାନେ ସାମିଲ ହୋଇଥିଲେ । ଝିଲିକ ଭଟ୍ଟାଚାର୍ୟଙ୍କ ବିବାହ ବାର୍ଷିକ ପାର୍ଟି ବହୁତ ବଡ ଧାରଣର ଥିଲା । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଝିଲିକ ଭଟ୍ଟାଚାର୍ୟ ଓ ପ୍ରୀତିରଞ୍ଜନ ଘଡେଇଙ୍କ ବିବାହ ଖବର ଅଚାନକ ଆସିଥିଲା ଏବଂ ଦେଖୁ ଦେଖୁ ସେମାନେ ବିବାହ ମଧ୍ୟ କରି ନେଇଥିଲେ ।

ଏହା ପରେ ଯେତେବେଳେ ଝିଲିକ ଭଟ୍ଟାଚାର୍ୟଙ୍କୁ ତାଙ୍କର ବିବାହକୁ ନେଇ ପ୍ରଶ୍ନ କରାଗଲା ତେବେ ଝିଲିକ ଏହା ବିଷୟରେ କିଛି ବି କହି ନ ଥିଲେ । ଆପଣଙ୍କୁ କହିଦେଉଛୁ କି ଝିଲିକ ଭଟ୍ଟାଚାର୍ୟ ଜଣେ ବେଙ୍ଗଲି ଅଭିନେତ୍ରୀ ଅଟନ୍ତି । ତାଙ୍କର ଜନ୍ମ ଜୁନ ୧ ୧୯୯୪ରେ କଲିକତାରେ ହୋଇଥିଲା । କିନ୍ତୁ ସେ ଓଡିଶାରେ ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।