କୁକୁର ବଞ୍ଚାଇଲା ଅନାଥ ମାଙ୍କଡ ଛୁଆର ଜୀବନ, କେମିତି ରଖିଛି ନିଜ ପିଲା ପରି ଦେଖନ୍ତୁ ଭିଡିଓରେ

ମଣିଷଙ୍କ ମଧ୍ୟରେ ଏକ ବିଶେଷ କଥା ଥାଏ କି ଆମେ କୌଣସି ପ୍ରକାରର ପ୍ରାଣୀଙ୍କ ସହିତ ଆଡଜଷ୍ଟ କରିଥାଉ ଓ ତା ସହିତ ରହିବାକୁ ଲାଗିଥାଉ । ମାନେ କୁକୁର, ବିଲେଇ, ଗାଈ, ମଇଁଷି ଆଦିଙ୍କ ସହିତ ମଣିଷ ପ୍ରେମଭାବ ସହିତ ଆରାମରେ ରହିପାରେ । କିନ୍ତୁ ଯେତେବେଳେ କଥା ପଶୁମାନଙ୍କର ଆସେ ତେବେ ତାଙ୍କ ମଧ୍ୟରେ ଏହି ପ୍ରକାରର ଆଡଜଷ୍ଟମେଣ୍ଟ ବହୁତ କମ ଦେଖିବାକୁ ମିଳିଥାଏ ।

ବିଶେଷ କରି ଦୁଇଟି ଅଲଗା ପ୍ରକାରର ପଶୁ ଏକ ସହିତ କେବେ ବି ରହି ପାରନ୍ତି ନାହିଁ, କୁକୁରଙ୍କ କଥା କହିବା ତ ସେମାନେ ସବୁବେଳେ ନିଜ ଇଲାକାରେ ଅନ୍ୟ ପଶୁ ଆସିଲେ ଭୋକିବାକୁ ଲାଗିଥାନ୍ତି ଓ କିଛି ଥର ତାଙ୍କୁ ଘେରି ଯାଇଥାନ୍ତି । ଏମିତିକି ତାଙ୍କ ଗ୍ରୁପ ବ୍ୟତୀତ ଅନ୍ୟ କୌଣସି ଜାଗାର କୁକୁର ଆସିଲେ ତାକୁ ଘେରି ଯାଆନ୍ତି ।

କିନ୍ତୁ ମଧ୍ୟ ପ୍ରଦେଶର କାଂଶଖେଡା ଗାଁରେ ଲୋକଙ୍କୁ ଏମିତି ନଜାରା ଦେଖିବାକୁ ମିଳିଲା ଯାହାର ଲୋକ କଳ୍ପନା ବି କରି ନଥିଲେ । ପ୍ରକୃତରେ ଏଠାକୁ ଏକ ଅନାଥ ମାଙ୍କଡ ଛୁଆ ଭୁଲରେ ପଳାଇ ଆସିଥିଲା ଓ ତାକୁ ସେହି ଜାଗାର କିଛି କୁକୁର ଘେରି ଯାଇଥିଲେ । ଏହି କୁକୁର ଏତେ ରାଗିଥିଲେ କି ସେହି ମାଙ୍କଡର ହାଡ ଗୁଡିକୁ ଅଲଗା କରି ଦେଇଥାନ୍ତେ । କିନ୍ତୁ ସେତିକି ବେଳେ ଗୋଟିଏ ମାଈ କୁକୁର ସେଠାକୁ ଆସି ବାକି କୁକୁରଙ୍କ ଠାରୁ ସେହି ମାଙ୍କଡର ଜୀବନ ବଞ୍ଚାଇଲା । ଏହି କୁକୁର ଦୟା ଦେଖାଇ ବାକି କୁକୁରଙ୍କୁ ମାଙ୍କଡକୁ ଛୁଇଁବାକୁ ଦେଲାନାହିଁ ।

ସେଠାକାର ଲୋକଙ୍କର କହିବା କଥା କି ସେହି କୁକୁରର କୌଣସି ଛୁଆ ନାହାଁନ୍ତି ସେଥିପାଇଁ ବୋଧେ ତା ମନରେ ମାଙ୍କଡ ଛୁଆ ପାଇଁ ଦୟା ଆସିଲା । ଏବେ କୁକୁର ସେହି ମାଙ୍କଡ ଛୁଆକୁ ନିଜ ଛୁଆ ପରି ରଖୁଛି ଓ ସବୁବେଳେ ତାକୁ ଜଗି ରହିଛି ଯେମିତି ଅନ୍ୟ କେହି ତାକୁ କ୍ଷତି ନ ପହଞ୍ଚାନ୍ତି । କୁକୁର ଓ ମାଙ୍କଡର ଏହି ଭଲ ପାଇବା ସେହି ଗାଁରେ ଓ ତା ଆଖପାଖ ଇଲାକାରେ ଫେମସ ହୋଇଯାଇଛି ।

ସେହି କୁକୁରର ନାମ ରୁବି ଅଟେ । ସେ ମାଙ୍କଡଛୁଆ ପାଇଁ ବହୁତ ପ୍ରୋଟେକ୍ଟିଭ ଅଛି । ଦୁଇ ଅଲଗା ପ୍ରକାରର ପଶୁଙ୍କ ମଧ୍ୟରେ ଏହି ପ୍ରେମ ଦେଖିବା ଦୁର୍ଲଭ ଅଟେ । ଏମିତି ଲାଗୁଛି ରୁବିର କୌଣସି ପିଲା ନ ଥିବା କାରଣରୁ ଭଗବାନ ତାକୁ ଏହି ମାଙ୍କଡ ରୂପରେ ପିଲାଟିଏ ଦେଇଛନ୍ତି । ସତରେ ପଶୁମାନେ ବେଳେ ବେଳେ ଏମିତି କିଛି କରିଥାନ୍ତି କି ଆମେ ମଣିଷ ତାଙ୍କ ଠାରୁ ଶିକ୍ଷା ନେବାର ଅଛି । ଆପଣ ଏହି ଦୁଇ ଜଣଙ୍କ ଭଲ ପାଇବା ଏହି ଭିଡିଓ ରେ ଦେଖି ପାରନ୍ତି ।

ଯଦି ଆପଣଙ୍କୁ ଏହି ଭିଡିଓ ପସନ୍ଦ ଆସିଲା ତେବେ ଏହାକୁ ଅନ୍ୟମାନଙ୍କ ସହିତ ଅବଶ୍ୟ ସେୟାର କରନ୍ତୁ ଯାହା ଦ୍ଵାରା ଅନ୍ୟମାନେ ବି ଏହି ଅନୋଖା ମା’ ପୁଅଙ୍କ ଯୋଡି ଦେଖି ଆନନ୍ଦିତ ହୋଇପାରିବେ । ଏହିପରି ଅଧିକ ପୋଷ୍ଟ ପାଇଁ ଆମ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।