ନିଜ ପତିମାନଙ୍କ ଠାରୁ ଅଧିକ ଇନକମ କରି ମଧ୍ୟ ଏହି ୪ଟି ଅଭିନେତ୍ରୀଙ୍କୁ ଆସି ନାହିଁ ଗର୍ବ କି ଅହଂକାର, ଲୋକପ୍ରିୟତାରେ ବି ଅଛନ୍ତି ଆଗରେ

ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପାଖରେ କ୍ୟାରିଅର ଗଢିବାର ଅବସର କମ ହୋଇଥାଏ । ଅଧିକାଂଶ ପୁଅମାନଙ୍କ ପାଖରେ ସେହି ସବୁ ସ୍ଵାଧୀନତା ଓ ଶକ୍ତି ଥାଏ ଯାହା ତାଙ୍କୁ କ୍ୟାରିଆର ଗଢିବାରେ ଆବଶ୍ୟକ ହୋଇଥାଏ । କିନ୍ତୁ ଝିଅମାନଙ୍କ ସହିତ ଏମିତି ହୋଇ ନଥାଏ । ବହୁତ କମ ଝିଅଙ୍କୁ ଏମିତି ସୁବର୍ଣ୍ଣ ସୁଯୋଗ ମିଳିଥାଏ । ଏହା ବ୍ୟତୀତ କିଛି ଝିଅ ଏମିତି ଆଗକୁ ବଢନ୍ତି କି ତାଙ୍କୁ ପୁଣି ଥରେ ପଛକୁ ବୁଲି ଦେଖିବାର ଆବଶ୍ୟକତା ହୁଏ ନାହିଁ । ଆପଣ ନିଜ ଜୀବନରେ ଏମିତି ବହୁତ କପଲ ଦେଖିଥିବେ ଯେଉଁଠି ପୁଅମାନଙ୍କ ତୁଳନାରେ ଝିଅମାନେ ବହୁତ ଫେମସ ଓ ସକ୍ସେସଫୁଲ ଅଟନ୍ତି ।

ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଏହିପରି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ପତିମାନଙ୍କ ଠାରୁ ଅଧିକ ସଫଳ ଅଟନ୍ତି । ଅଧିକାଂଶ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଝିଅମାନେ ବିଜିନେସମ୍ୟାନ ଙ୍କୁ ବିବାହ କରିଛନ୍ତି ଓ ତାଙ୍କ ପତି ତାଙ୍କ ବିଜନେସ କ୍ଷେତ୍ରରେ ଏତେ ପପୁଲାର ନାହାଁନ୍ତି ଯେତେ ତାଙ୍କ ସ୍ତ୍ରୀ ମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଟନ୍ତି । ଏହା କହିବା ଭୁଲ ହେବ ନାହିଁ କି ପତ୍ନୀମାନଙ୍କ କାରଣରୁ ଏହି ପତିମାନଙ୍କୁ ଷ୍ଟାରଡମ ମିଳିଥାଏ । ଆଜି ଆମେ ଏମିତି ୪ ଟି ଅଭିନେତ୍ରୀଙ୍କ ବିଷୟରେ କଥା ହେବା ଯେଉଁ ମାନେ ସମ୍ମାନ ଓ ଦୌଲତ କମାଇବା ମାମଲାରେ ନିଜ ପତିମାନଙ୍କ ଠାରୁ ଦୁଇ ପାଦ ଆଗରେ ଅଛନ୍ତି ।

ଅଦିତି ରାଓ ହୈଦରି

ଅଦିତି ବଲିଉଡର ଏକ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ ଫିଲ୍ମରେ ବି ନଜର ଆସି ସାରିଛନ୍ତି । ଅଦିତି ୨୦୧୩ ରେ ବଲିଉଡ ଆକ୍ଟର ସତ୍ୟଦୀପ ମିଶ୍ରାଙ୍କ ସହିତ ବିବାହ କରିଥିଲେ । ସତ୍ୟଦିପଙ୍କୁ ଇଣ୍ଡଷ୍ଟ୍ରି ଛାଡିବାର ୩ ବର୍ଷ ହୋଇଗଲାଣି ସେଇଠି ଅଦିତିଙ୍କ କ୍ୟାରିଅର ବହୁତ ଭଲ ଚାଲିଛି । ରାଜପରିବାରର ଏହି ଅଭିନେତ୍ରୀ ଏବେ ନିଜ ପତିଙ୍କ ଠାରୁ ଅଧିକ ଇନକମ କରୁଛନ୍ତି ।

ଦୀପିକା କକ୍କଡ

 

ସିରିଏଲ ‘ଶଶୁରାଲ ସୀମର କା’ ରେ ସୀମର ଚରିତ୍ରରେ ଅଭିନୟ କରି ଫେମସ ହୋଇଥିବା ଦୀପିକା କକ୍କଡ ଏବେ ବିଗବସ ର ୱିନର ହୋଇଛନ୍ତି । ଦୀପିକା କକ୍କଡ ଗତ ବର୍ଷ ଟିଭି ଆକ୍ଟର ସୋଏବ ଇବ୍ରାହିମଙ୍କୁ ବିବାହ କରିଥିଲେ । ବିବାହ ପାଇଁ ଦୀପିକା ନିଜର ଧର୍ମ ବଦଳାଇ ଥିଲେ । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ଦୀପିକାଙ୍କ ପପୁଲାରିଟି ତାଙ୍କ ପତିଙ୍କ ଠାରୁ ଅଧିକ ଅଟେ ଓ ସେ ନିଜ ପତିଙ୍କ ଠାରୁ ଅଧିକ ଫିସ ନିଅନ୍ତି ।

ଭାରତୀ ସିଂହ

ଭାରତୀ ସିଂହ ଭାରତର ଫେମସ କମେଡିଆନ ଅଟନ୍ତି । ଆଜି ତାଙ୍କୁ ଘରେ ଘରେ ଲୋକ ଜାଣନ୍ତି । ବହୁତ ବର୍ଷର କଠିନ ପରିଶ୍ରମ ପରେ ସେ ଏଠାରେ ପହଞ୍ଚିଛନ୍ତି । ଅମୃତସର ରେ ରହୁଥିବା ଭାରତୀ ସ୍କ୍ରିପ୍ଟ ରାଇଟର ହର୍ଷ ଲିମ୍ବଚିୟାଙ୍କୁ ବିବାହ କରିଛନ୍ତି । ଭାରତୀ ନିଜ ପତିଙ୍କ ତୁଳନାରେ ବହୁତ ପପୁଲାର ଅଟନ୍ତି ଓ ତାଙ୍କ ଠାରୁ ଅଧିକ ଇନକମ ମଧ୍ୟ କରନ୍ତି ।

ଐଶ୍ଵର୍ଜ୍ୟା ସଖୁଜା

ଐଶ୍ଵର୍ଜ୍ୟା ସଖୁଜାଙ୍କର ବିବାହ ରୋହିତ ନାଗଙ୍କ ସହିତ ହୋଇଛି । ରୋହିତ ନାଗ ପେଷାରେ ଜଣେ ଇଞ୍ଜିନିୟର ଅଟନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ବହୁତ ସୁପର ହିଟ ସିରିଏଲରେ କାମ କରି ସାରିଥିବା ଐଶ୍ଵର୍ଜ୍ୟା ସଖୁଜା ଆଜି ଟିଭି ର ସବୁଠୁ ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ ପତି ଗୋଟିଏ ମାସରେ ଯେତିକି ଇନକମ କରନ୍ତି ଐଶ୍ଵର୍ଜ୍ୟା ସଖୁଜା ଗୋଟିଏ ଏପିସୋଡରେ ସେତିକି ଇନକମ କରନ୍ତି ।