Breaking News- ଦେଖନ୍ତୁ ରାଜ୍ୟର କେଉଁ ସବୁ ଜିଲ୍ଲାରେ ରହିବ July କଟକଣା ଓ କେଉଁ କେଉଁ ଜିଲ୍ଲା ହେବ Unlock ?

ନମସ୍କାର ବନ୍ଧୁଗଣ । ଆମ ରାଜ୍ୟରେ କୋରୋନା ମହାମାରୀ ବଢିଥିବା ଯୋଗୁ ସରକାର ପୁରା ରାଜ୍ୟରେ ଲକ ଡାଉନ ଘୋଷଣା କରା ଯାଇଛି । କିନ୍ତୁ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସ୍ଥିତିରେ କିଛି ସୁଧା ଦେଖା ଯାଇଛି । ରାଜ୍ୟରେ କୋରୋନା ସଂକ୍ରମଣ ହାର ଦିନକୁ ଦିନ  କମ ହେଉଥିବାରୁ ଆସନ୍ତା ଜୁଲାଇ ମାସରେ ଲକ ଡାଉନର ଗାଇଡ ଲାଇନର କଟକଣା କୋହଳ କରାଯିବ ବୋଲି ବିଚାର ବିମର୍ଶ କରା ଯାଉଛି ।

ଜୁଲାଇ ୧ରୁ ଲକ ଡାଉନ ଉଠାଯିବ କି ନାହି ସେହି ବିଷୟରେ ବିଚାର ବିମର୍ଶ ହେଉଥିବା ବେଳେ ବର୍ତ୍ତମାନ ଖବର ଅନୁଯାୟୀ ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ଅଧିକ ରହିଛି ସେହି ଜାଗା ଗୁଡିକରେ କଟକଣା କୋହଳ କରାଯିବ ନାହି ବା ଲକ ଡାଉନ ଉଠିବ ନାହି । ଆସନ୍ତା କାଲୀ ଓଡିଶାରେ କୋରୋନା ସଂକ୍ରମଣ ପାଇଁ କଣ ଗାଇଡ ଲାଇନ ଆଗକୁ ରହିବ ସେହି ବିସୟରେ ସୂଚନା ଆସିପାରେ ବୋଲି କୁହା ଯାଉଛି । ଏହି ନୂଆ ଗାଇଡ ଲାଇନ ଅନୁସାରେ ଯେଉଁ ଜିଲ୍ଲା ଗୁଡିକରେ କୋରୋନା ପଜଟିଭ ହାର ୧୦ ପ୍ରତିଶତ ରୁ ଅଧିକ ରହିଛି ସେହି ଜିଲ୍ଲା ଗୁଡିକରେ ଲକ ଡାଉନର ଅବଧିକୁ ବଢାଇ ଯାଇପାରେ ବୋଲି ସୂତ୍ରରୁ ଜଣା ପଡିଛି ।

ଯେଉଁ ଜିଲା ଗୁଡିକରେ ସଂକ୍ରମଣ ହାର ଅଧିକ ରହିଛି ସେହି ଜିଲ୍ଲା ଗୁଡିକରେ କଟକଣା ବଳବତ୍ତର ରହିବା ସହ କଣ୍ଟେନମେଣ୍ଟ ଜୋନ ପୂର୍ବ ଭଳି ରହିବ ବୋଲି ସୂଚନା ଦିଆ ଯାଇଛି । ବର୍ତ୍ତମାନ ଓଡିଶାରେ ଗ୍ରୀନ ଜୋନର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ସତ୍ବେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମି ନାହି ।

ପୁରା ରାଜ୍ୟରେ ପ୍ରତି ଦିନ କୋରୋନା ସଂକ୍ରମଣ ହାର ୩ ରୁ ୪ ହଜାର ଯାଏଁ ରହୁଛି । ବର୍ତ୍ତମାନ ସୂଚନା ଅନୁସାରେ ରାଜ୍ୟରେ ୨୧ଟି ଜିଲ୍ଲା ରେ ଗ୍ରୀନ ଜୋନ ରହୁଥିବା ବେଳେ ୪ଟି ଜିଲା ରେ ରେଡ ଜୋନ ରହିଛି । ରେଡ ଜୋନରେ ଯେଉଁ ଜିଲା ଗୁଡିକ ରହିଛି ତାହା ହେଉଛି କଟକ, ବାଲେଶ୍ଵର ଓ ଖୋର୍ଦ୍ଧା । ଆଜି କଟକ ଓ ବାଲେଶ୍ଵରରେ କୋରୋନା ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଯେଉଁ ଜିଲା ଗୁଡିକରେ ୧୦ ପ୍ରତିଶତରୁ ଅଧିକ ପଜେଟିଭ ହାର ରହୁଛି ସେହି ଜିଲା ଗୁଡିକରେ ପୂର୍ବ ଭଳି କଟକଣା ଲାଗୁ ରହିବ ବୋଲି ସୂଚନା ମିଳିଛି ।

ଏହା ଛଡା ଯେଉଁ ଜିଲାରେ ଅଧିକ ସଂକ୍ରମଣ ହାର ରହୁଛି ସେହି ଜିଲାରେ ପୂର୍ବ ଭଳି କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିପାରେ । ପୁରା ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ଲାଗୁ ହେବ ନା କିଛି ଜିଲାରେ ଲାଗୁ ହେବ ସେହି ବିଷୟରେ ଆଲୋଚନା ଜାରି ରହିଛି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ରାଜ୍ୟ ସରକାର ଲୋକ ମାନଙ୍କର ଜୀବନ ଓ ଜୀବିକାକୁ ଆଖି ଆଗରେ ରଖି ପୁରା ରାଜ୍ୟରେ କଣ୍ଟେନମେଣ୍ଟ ଜୋନ କରିବା ସମ୍ଭବ ନୁହେ ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।