Success Story: ମାତ୍ର 18 ବର୍ଷ ବୟସରେ ଛୋଟ ପିଲା ସହ ସ୍ଵାମୀ ବାହାର କରିଦେଲା ଘରୁ, ପେଟ ପୋଷିବା ପାଇଁ ବିକିଲେ ଲେମ୍ବୁ ପାଣି, ଆଜି ହେଇ ଯାଇଛନ୍ତି ସବ-ଇନ୍ସପେକ୍ଟର

ନମସ୍କାର ବନ୍ଧୁଗଣ । ଶିବ ନାମ୍ନୀ ଜଣେ ୧୮ ବର୍ଷର ମହିଳା ନିଜ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ଆଜିକା ଜୀବନ ଯାତ୍ରାରେ ସବୁ ବାଧାବିଘ୍ନ ମୁକାବିଲା କରି ସମ୍ପ୍ରତି ବରକଲାର ପୋ-ଲି-ସ ସବ-ଇନ୍ସ୍ପେକ୍ଟର ହୋଇ ପାରିଛନ୍ତି ।

ଶିବ ନାମ୍ନୀ ମହିଳା ଜଣକ କାଞ୍ଜିରାକୁଳମସ୍ଥିତ କୀନେମ ସରକାରୀ କଲେଜରେ ପ୍ରଥମ ବର୍ଷ ଡିଗ୍ରୀ ପାଠ ପଢୁଥିବା ସମୟରେ ତାଙ୍କ ଘର ଲୋକେ ତାଙ୍କର ବାହାଘର ଠିକ କରି ଦେଇଥିଲେ ।ନିଜ ଘର ଲୋକଙ୍କ କଥାରେ ପଡି ଶିବ ନାମ୍ନୀ ବିବାହ କରିଥିଲେ । ଏହା ପରେ ତାଙ୍କ ସ୍ଵାମୀ ତାଙ୍କୁ ପିଲା ହେବା ପରେ ଘରୁ ବାହର କରି ଦେଇଥିଲେ । ଏହା ପରେ ସେ ନିଜ ସ୍ଵାମୀଙ୍କ ଘରୁ ଆସିବା ପରେ ତାଙ୍କ ଘର ଲୋକ ମାନେ ମଧ୍ୟ ତାଙ୍କୁ ଘରେ ରଖି ନ ଥିଲେ । ନିଜର ଛୋଟ ପୁଅ ସୂର୍ଯ୍ୟଙ୍କୁ ଧରି ଶିବ ନାମ୍ନୀ ତାଙ୍କ ଆଈଙ୍କ କୁଡିଆରେ ରହିବାକୁ ଲାଗିଲେ ।

ଏହା ପରେ ସେ କାମ ସନ୍ଧାନରେ ବିଭିନ୍ନ ସ୍ଥାନକୁ ଯିବାକୁ ଆରମ୍ବ କରି ଦେଲେ । ନିଜ ସ୍ଵାମିଙ୍କ ଠାରୁ ଅଲଗା ହେବା ପରେ ଶିବ ନାମ୍ନୀ କେରାଲାର ବରକଳାରେ ପର୍ଯ୍ୟଟକ ମାନଙ୍କୁ ଲେମୋନେଡ ଓ ଆଇସକ୍ରିମ ବିକ୍ରି କରିବାକୁ ଲାଗିଲେ । ନିଜ ଜୀବନରେ ଏତେ ସମସ୍ଯା ଥାଇ ମଧ୍ୟ ସେ ନିଜର ବଡ ହେବାର ସ୍ଵପ୍ନକୁ ଭୁଲି ନ ଥିଲେ । ଶିବ ନାମ୍ନୀଙ୍କୁ  ନିଜ ଜୀବନରେ ସଫଳ ପାଇଥିବାରୁ କେରାଲା ପୋ-ଲି-ସ ତାଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ କରି ଲେଖିଛନ୍ତି ଯେ “ମନୋବଳ ଓ ଆତ୍ମାବିଶ୍ଵାସ ର ବାସ୍ତବ ଆଦର୍ଶ ।

ନିଯା ସ୍ଵାମୀ ଓ ପରିବାର ଲୋକେ ଯାହାକୁ ସାହାରା ନ ଦେଇ ଦାଣ୍ଡରେ ଠିଆ କରାଇ ଥିଲେ ନିଜର ୬ ମାସର କୁନି ପୁଅକୁ ନେଇ ୧୮ ବର୍ଷର ଶିବ ନାମ୍ନୀ ଆଜିକା ଡେଟରେ ତରୁଣୀ ବରକଳା ଥା-ନାରେ ସବ- ଇନ୍ସ୍ପେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି” । ନିଜ ଜୀବନର ଦୁଖ କଷ୍ଟକୁ ଭୁଲି ଅନେକ ସମସ୍ୟାର ସାମ୍ନା କରିବା ପରେ ୩୧ ବର୍ଷର ଆନି ଶିବ ବରକଳା ଥା-ନାରେ ଜଣେ ପ୍ରୋବେଶନେରି ସବ-ଇନ୍ସ୍ପେକ୍ଟର ଭାବେ ଯୋଗ ଦେଇ ନିଜର ଡ୍ଯୁଟି ନିଷ୍ଠାର ସହ କରୁଛନ୍ତି । ନିଜର ନିଯୁକ୍ତିକୁ ନେଇ ଶିବ ଗଣ ମାଧ୍ୟମରେ କହିଛନ୍ତି ଯେ ତାଙ୍କର ବରକାଳି ଥା-ନାରେ ନିଯୁକ୍ତି ହୋଇଛି ବୋଲି ସେ ଜାଣି ନ ଥିଲେ ।

ଅଳ୍ପ ଦିନ ହେବ ସେ ଏହି ବିଷୟରେ ଜାଣିଥିଲେ । କାହାରି ସାହାରା ନ ଥିବା ଛୁଆଟିକୁ ଧରି ଆଣି ସେହି ଜାଗାରେ କାନ୍ଦି ପକାଇଥିଲେ । ଏହା ପରେ ଆନି କହିଥିଲେ ଯେ ବରକଳା ଶିବଗିରି ଆଶ୍ରମ ଷ୍ଟଲରେ ଲେମୋନେଡ, ଆଇସକ୍ରିମ ଓ ହସ୍ତକର୍ମ ଭଳି ବହୁତ ଛୋଟମୋଟ ବେପାର କରିଥିଲେ । ଏହା ପରେ ସେ ଏଥିରେ ବିଫଳ ହେଲେ ।

ଏହା ପରେ ଆନିଙ୍କୁ ଜଣେ ବ୍ୟକ୍ତି ପାଠ ପଢିବାକୁ ଟଙ୍କା ଦେଇଥିଲେ ଯାହା ଫଳରେ ସେ ଆଜି ସବ-ଇନ୍ସ୍ପେକ୍ଟର ପରୀକ୍ଷା ଦେଇ ସଫଳ ହୋଇଛନ୍ତି । ଆନି କହିଛନ୍ତି ଯେ ସମସ୍ତେ ପରସ୍ପରକୁ ସାହାଜ୍ୟ କରିବା ଉଚିତ । କୌଣସି ନାରୀ ତାଙ୍କ ଜୀବନରେ ଆତ୍ମନିର୍ଭଶୀଳ ହୋଇ ଆଗକୁ ବଢିବାକୁ ଚାହୁଥିଲେ ତାଙ୍କୁ ପ୍ରୋଶ୍ଚାହନ ଦେବା ଉଚିତ ବୋଲି ସେ କହିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।