ଜାଣନ୍ତୁ ରଣବୀର ଙ୍କ ପ୍ରପୋଜାଲ୍ କୁ କାହିଁକି ମନା କଲେ ଦୀପିକା?

ରଣବୀର ଙ୍କ ପ୍ରପୋଜାଲ୍ କୁ କାହିଁକି ମନା କଲେ ଦୀପିକା?

ପ୍ରତି ବର୍ଷ ଜାନୁୟାରୀ ୫ ତାରିଖ ଭଳି ଏହି ବର୍ଷ ମଧ୍ୟ ଦୀପିକା ନିଜ ଜନ୍ମ ଦିନ ବହୁତ ଧୂମଧାମରେ ପାଳନ କରିଛନ୍ତି। ହେଲେ ଏବର୍ଷର ଜନ୍ମଦିନ ଭାରତରେ ନୁହେଁ, ବିଦେଶରେ ପାଳିତ ହୋଇଥିଲା। ସେଠାରେ ମଧ୍ୟ ଉପସ୍ଥିତ ଥିଲେ ତାଙ୍କର ପ୍ରେମିକ ରଣବୀର ସିଂ।

ଏହା ସହିତ ଦୁହିଁଙ୍କର ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ରଣବୀର ଚାହୁଁଥିଲେ ଯେ ସେ ନିଜର ପ୍ରେମବନ୍ଧନରୁ ବିବାହ ଭଳି ପବିତ୍ର ବନ୍ଧନର ପ୍ରଥମ ସୋପାନକୁ ଗତି କରିବା ପାଇଁ। ସେ ଚାହୁଁଥିଲେ ଦୀପିକାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ।

ହେଲେ ଦୀପିକା ତାଙ୍କ ପ୍ରପୋଜାଲ୍ କୁ ମନା କରିଦେଇଥିଲେ।ଏହା ପ୍ରଥମ ଥର ନୁହେଁ ଦିତୀୟ ଥର। କୌଣସି ଗୁପ୍ତ ସୂତ୍ରରୁ ଜଣାପଡିଛି ଯେ ରଣବୀର ସିଂ ବହୁତ ଦିନ ହେଇଗଲା ଦୀପିକାଙ୍କୁ ବିବାହ ପାଇଁ କହୁଛନ୍ତି, ହେଲେ ଦୀପିକା ତାଙ୍କ କଥାକୁ ଧ୍ୟାନ ନଦେଇ ନିଜ କ୍ୟାରିୟର ପଛରେ ଧାଇଞ୍ଚନ୍ତି ଏବଂ ବିବାହ ପାଇଁ ମୁଡ ନାହିଁ ବୋଲି କହିଛନ୍ତି।

ଏହାଛଡା ରଣବୀର ସିଂଙ୍କ ପୂର୍ବରୁ ଯେତେବେଳେ ଦୀପିକା ରଣବୀର କପୁରଙ୍କ ସହିତ ରିଲେସନସିପରେ ଥିଲେ ସେତେବେଳେ ମଧ୍ୟ ସେ ନିଜ ସଂପର୍କ କୁ କେବେ ପବ୍ଲିକ ସାମ୍ନାରେ ଲୁଚାଇ ନଥିଲେ। ବରଂ ସେ ରଣବୀର କପୂରଙ୍କ ନାମରେ ଟାଟୁ କରିଥିଲେ ନିଜ ବେକରେ।

ଆଗରୁ ମିଡ଼ିଆ ପ୍ରକାଶ କରିଥିଲା ଯେ ସେତେବେଳେ ଦୀପିକା ରଣବୀର କପୂରଙ୍କ ସହ ବିବାହ ପାଇଁ ପ୍ରସ୍ତୁତ ଥିଲେ ହେଲେ ଦିପିକଙ୍କ ଆଶା ହୋଇ ପାରି ନଥିଲା ପୁରା ରଣବୀର କପୂରଙ୍କ ସହ। ଦୁହିଁଙ୍କର ବ୍ରେକ ଅପ୍ ଯୋଗୁଁ ପୁରା ହୋଇ ପାରିଲା ନାହିଁ ଦୀପିକାଙ୍କ ସ୍ବପ୍ନ।

ରଣବୀର କପୁରଙ୍କ ସହ ବ୍ରେକ ଅପ୍ ପରେ ଦୀପିକାଙ୍କୁ ତାଙ୍କ ଫ୍ୟାନଙ୍କ ପ୍ରଶ୍ନର ଏଭଳି ସାମ୍ନା କରିବାକୁ ପଡ଼ିଥିଲା ସେଥିପାଇଁ ଡରିକି ଦୀପିକା ତାଙ୍କର ବର୍ତ୍ତମାନ ର ରେଲେସନସିପକୁ ପବ୍ଲିକ କରୁ ନାହାନ୍ତି।ଏହା ସହିତ ନିଜ କ୍ୟାରିୟର କୁ ଦୃଷ୍ଟି ସାମ୍ନାରେ ରଖି ଦୀପିକା ବିବାହ ବନ୍ଧନରେ ବାନ୍ଧି ହୋଇ କିଛି ରିସ୍କ ନବାକୁ ଚାହୁଁ ନାହାନ୍ତି।