Neha କକ୍କରଙ୍କ ଘର ସମ୍ପତି ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ମାନଙ୍କ ପ୍ରିୟ ଗାୟିକା ନେହା କକ୍କର୍ ବଲିଉଡ୍ ଇଣ୍ଡଷ୍ଟ୍ରି କୁ ବହୁତ ଗୁଡ଼ିଏ ହିଟ୍ ଗୀତ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜର ପ୍ରେମ ସମ୍ବନ୍ଧ କୁ ନେଇ ବହୁତ ଚର୍ଚ୍ଚା ରେ ଅଛନ୍ତି । ଶୁଣିବାକୁ ମିଳୁଛି ଆସନ୍ତା ୨୪ ଅକ୍ଟୋବର ରେ ସେ ପଞ୍ଜାବୀ ଗାୟକ ଓ ଅଭିନେତା ରୋହୋନପ୍ରିତ୍ ସିଂ ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।

ସେଲ୍ଫି କୁଇନ୍ ନାମରେ ପରିଚିତ ନେହା କକ୍କର ୨୦୦୬ ମସିହା ରେ ଟିଭି ରିଆଲିଟି ସୋ “ଇଣ୍ଡିଆନ୍ ଆଇଡଲ୍-୨” ରେ ଭାଗ ନେଇଥିଲେ । ଏହାପରେ ମିତ୍ ବ୍ରଦର୍ଶସ୍ ଙ୍କ ଆଲବମ୍ “ନେହା ଦି ରକଷ୍ଟାର” ଗୀତ ଦ୍ଵାରା ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଗୋଟେ ପରେ ଗୋଟେ ହିଟ୍ ଗୀତ ଦେଇ ସେ ସମସ୍ତଙ୍କ ହୃଦୟ ଜିଣି ପାରିଛନ୍ତି ।

ନେହା ଗୀତ ଛଡା ମଡେଲିଂ କରିବାକୁ ମଧ୍ୟ ପସନ୍ଦ କରନ୍ତି । ସେ ପ୍ରଥମେ ଲୋକପ୍ରିୟ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍- ୨ ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ଇଣ୍ଡିଆନ୍ ଆଇଡ଼ଲ ରେ ବିଚାରପତି ଭୂମିକାରେ ଦେଖିବାକୁ ମିଳୁଛି । ନେହା ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ଗୀତ ଗାଇ ସାରିଛନ୍ତି ଏବଂ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅର୍ଜନ କରିଛନ୍ତି ।

ତେବେ ନେହାଙ୍କ ସମ୍ପତି ଦେଖିବାକୁ ଗଲେ, ନେହା ୬୦ କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ଏହାଛଡା ନେହା ଦାମୀ ଦାମୀ ଗାଡ଼ି ମଧ୍ୟ ପସନ୍ଦ କରନ୍ତି । ନେହାଙ୍କ ପାଖରେ ଅଡି, ରେଞ୍ଜ ରୋଭର ଛଡା ଅନେକ ମହଙ୍ଗା ଗାଡ଼ି ସବୁ ଅଛି । ଏବେ ନିକଟରେ ସେ ଏକ ମହଙ୍ଗା ମର୍ସିଡିଜ୍ ଗାଡ଼ି କିଣିଛନ୍ତି ।

ଯାହାର ଫୋଟୋ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ । ଏହା ଛଡା ହୃଷୀକେଶ୍ ରେ ସେ ଏକ ବିଳାସପୂର୍ଣ୍ଣ ସୁନ୍ଦର ବଙ୍ଗଳା କିଣିଛନ୍ତି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଅଟେ । ଏହାର ଫୋଟ ମଧ୍ୟ ସେ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।