Jyotish Shastra- ଏହି 3 ଟି ରାଶିର ଝିଅଙ୍କୁ ବିବାହ କଲେ ଖୋଲିଯାଏ ଭାଗ୍ୟର ତାଲା

ଆମ ଶାସ୍ତ୍ର ଗୁଡ଼ିକ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାନ୍ତି । ଏହାର ଅନୁସରଣ କରିବା ଦ୍ୱାରା ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଆମ ସମସ୍ତ ସମସ୍ୟାର ସମାଧାନ ଆମ କୁଣ୍ଡଳୀରେ ରହିଛି । ସେହିପରି ଆମ ରାଶି ଆମ ଜୀବନ ସହିତ ଆମ ବ୍ୟକ୍ତିତ୍ଵ ରେ ମଧ୍ୟ ଗଭୀର ପ୍ରଭାବ ପକାଇ ଥାଏ ।

ଜ୍ୟୋତିଷ ଶାସ୍ତ୍ର ମତରେ କାହା ସହ ରାଶି ଦ୍ଵାରା ମିଳନ ହେଲେ ବ୍ୟକ୍ତି ଅଧିକ ଖୁସି ରୁହେ ଓ ତାଳମେଳ ଭଲ ରହେ । ଆସନ୍ତୁ ଜାଣିବା କେଉଁ ୩ ଟି ରାଶିର ଝିଅ ଙ୍କୁ ବିବାହ କଲେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।

ମେଷ ରାଶି

ଏହି ରାଶିର ମହିଳା ଙ୍କ ହୃଦୟ ଓ ମୁଖ ର କଥା ଦୁଇଟି ଏକ ସମାନ ହୋଇ ଥିବାରୁ ପୁଅମାନେ ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହି ଗୁଣ ଯୋଗୁଁ ଏହି ରାଶିରେ ଝିଅ ଙ୍କୁ ବିବାହ କରିବା ସୌଭାଗ୍ୟ ଅଟେ । ସବୁ ପ୍ରକାର ପରସ୍ଥିତିରେ ନିଜ ସାଥିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ପ୍ରତିବଦଳରେ ନିଜ ସାଥୀ ଙ୍କୁ ସମାନ ଆଶା ରଖନ୍ତି । କିନ୍ତୁ ଯଦି ତାହା ପୁରା ନା ହୁଏ ତେବେ ଏମାନେ ବହୁତ ରାଗି ଯାଆନ୍ତି । ଏହି ମହିଳା ମାନେ ନିଜ ପରିବାର ପିଲାଛୁଆ ଙ୍କ ଦାୟିତ୍ଵ ନେବା ସହ ସବୁ ପରିସ୍ଥିତି ରେ ସେମାନଙ୍କ ସହ ଛିଡ଼ା ହୁଅନ୍ତି, ଯାହାଦ୍ଵାରା ପରିବାର ର ଭିତ୍ତି ସୁଦୃଢ ରହେ ।

କର୍କଟ ରାଶି


ଏହି ରାଶିର ଝିଅଙ୍କୁ ସବୁଠୁ ଯୋଗ୍ୟା ବୋଲି ମାନନ୍ତି । ଏମାନେ ବହୁତ ଭାବୁକ ହୋଇଥାନ୍ତି । ନିଜ ସାଥିଙ୍କ ପ୍ରତି ପ୍ରେମ ଭାବନା ଥରେ ଜାଗ୍ରତ ହେଲା ମାନେ ଏମାନେ ଏହାକୁ ଶେଷ ପର୍ଯ୍ୟନ୍ତ ନିଭାନ୍ତି ଓ ଏତେ ପ୍ରେମ କରନ୍ତି ଯେ ନିଜକୁ ମଧ୍ୟ ଭୁଲିଯାଆନ୍ତି । ଏମାନେ ବହୁତ୍ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି । ମାମୁଲି ଜିନିଷ କୁ ମଧ୍ୟ ଖାସ୍ ବନାଇ ଦେବାର କଳା ଥାଏ ଏମାନଙ୍କ ପାଖେ । ନିଜ ପରିବାରର ଖୁସି ହିଁ ଏମାନଙ୍କ ପାଇଁ ସବୁଠୁ ମହତ୍ୱ ରଖିଥାଏ ।

ସିଂହ ରାଶି


ଏମାନେ ସିଂହ ପରି ଟିକେ ରାଗି ସ୍ଵଭାବ ର ହୋଇଥାନ୍ତି । କିନ୍ତୁ ସବୁ ପ୍ରକାର ସମସ୍ୟାକୁ ଦୃଢ଼ ଭାବେ ସାମନା କରନ୍ତି । ଏମାନଙ୍କ ଉଦ୍ଦେଶ୍ୟ ମଜବୁତ୍ ଥିବାରୁ ସବୁ ପ୍ରକାର କାମକୁ ଶେଷ ପର୍ଯ୍ୟନ୍ତ କରନ୍ତି । ଏମାନଙ୍କ ମଧ୍ୟରେ ବିଲକୁଲ୍ ମଧ୍ୟ ଗର୍ବ ନ ଥାଏ । ନିଜ ସାଥିଙ୍କ ସମସ୍ତ ଇଚ୍ଛାକୁ ବୁଝି ତାକୁ ପୂର୍ଣ୍ଣ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।