Bollywood ରେ ସବୁଠୁ କମ ଫିସ ନେଉଥିବା 10 ହିରୋଇନ, ଉର୍ବଶୀ ଗୋଟେ ଫିଲ୍ମ ପାଇଁ ନେଇଥାନ୍ତି ମାତ୍ର ଏତିକି ଟଙ୍କା

ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୀପିକା ପାଦୁକୋଣ ଏକମାତ୍ର ଅଭିନେତ୍ରୀ ଅଟନ୍ତି ଯିଏକି ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୨୦ କୋଟି ଟଙ୍କାରୁ ବି ଅଧିକ ଟଙ୍କା ଚାର୍ଜ କରିଥାନ୍ତି । ଅନ୍ୟ ପଟେ ଆଲିୟା ଭଟ୍ଟ ୧୨ କୋଟି ଟଙ୍କା ଓ କଟରିନା ୯ କୋଟି ଟଙ୍କା ଚାର୍ଜ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ପପୁଲାର ହେବ ସତ୍ବେ ବି ଏହି ଅଭିନେତ୍ରୀମାନଙ୍କ ତୁଳନାରେ ବହୁତ କମ ଫିସ ନିଅନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ସବୁଠୁ କମ ଫିସ ନେଉଥିବା ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ।

ତନୀଷା ମୁଖର୍ଜୀ

ବଲୀଉଡ ସହିତ ତେଲୁଗୁ ଓ ତାମିଲ ଫିଲ୍ମରେ କାମ କରିସାରିଥିବା କଜୋଲଙ୍କ ଭଉଣୀ ତନୀଷା ମୁଖର୍ଜୀ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କିନ୍ତୁ ସେ ଗୋଟିଏ ଫିଲ୍ମ ମାତ୍ର ୧୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ନରଗିସ ଫାଖରୀ

ରକଷ୍ଟାର ଓ ହାଉସଫୁଲ ଭଳି ବ୍ଲକବଷ୍ଟର ଫିଲ୍ମରେ ଭାରତୀୟ ସିନେମାର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ନରଗିସ ଫାଖରୀ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯିଏକି ଗୋଟିଏ ଫିଲ୍ମ ପାଇଁ ମାତ୍ର ୨୭ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ସୋହା ଅଲି ଖାନ

ହିନ୍ଦୀ ଫିଲ୍ମ ସହିତ ଇଂଗ୍ଲିଶ ଓ ବଙ୍ଗାଳୀ ଫିଲ୍ମରେ କାମ କରିସାରିଥିବା ସୋହା ଅଲି ଖାନ ବଲୀଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଛନ୍ତି । କିନ୍ତୁ ସେ ଗୋଟିଏ ଫିଲ୍ମ ପାଇଁ ମାତ୍ର ୪୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ଜାହ୍ନବୀ କପୁର

ଜାହ୍ନବୀ କପୁର ଗୋଟିଏ ଫିଲ୍ମ ପାଇଁ ୫୩ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । କିନ୍ତୁ ଜାହ୍ନବୀ କପୁର କେବଳ ଫିଲ୍ମରୁ ନୁହେଁ ଅନ୍ୟ କିଛି ମାଧ୍ୟମରୁ ବି ଭଲ ଟଙ୍କା ଆୟ କରିଥାନ୍ତି ।

ଜରିନ ଖାନ

ଜରିନ ଖାନ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯାହାଙ୍କୁ ଗୋଟିଏ ଫିଲ୍ମ ପାଇଁ ସବୁଠୁ କମ ଫିସ ଦିଆଯାଏ । କହିଦେଉଛୁ କି ତାଙ୍କର ଶେଷ ଫିଲ୍ମ ପାଇଁ ଜରିନ ଖାନଙ୍କୁ ୮୦ ଲକ୍ଷ ଟଙ୍କା ଦିଆଯାଇଥିଲା ।

ମଲ୍ଲିକା ଶେରାବତ

ମଲ୍ଲିକା ଶେରାବତ ବଲୀଉଡର ମୁଖ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ୮୩ ଲକ୍ଷ ଟଙ୍କା ଦିଆଯାଏ । କିନ୍ତୁ ସ୍ଟେଜ ଶୋ ଓ ବ୍ରାଣ୍ଡ ପ୍ରମୋଶନରୁ ସେ ଭଲ ଆୟ କରି ନିଅନ୍ତି ।

ଉର୍ବଶୀ ରୌତେଲା

ବଲୀଉଡ ଇଣ୍ଡଷ୍ଟ୍ରିକୁ ଉର୍ବଶୀ ରୌତେଲା ବହୁତ ହଟ ଫିଲ୍ମ ଦେଇଛନ୍ତି । କିନ୍ତୁ ଅନ୍ୟ ଷ୍ଟାରମାନଙ୍କ ତୁଳନାରେ ଗୋଟିଏ ଫିଲ୍ମ ପାଇଁ ତାଙ୍କର ଫିସ ବହୁତ କମ ଅଟେ । ସେ ଗୋଟିଏ ଫିଲ୍ମ ପାଇଁ ମାତ୍ର ୯୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଅମୀଷା ପଟେଲ

ବଲୀଉଡର ମୁଖ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅମୀଷା ପଟେଲଙ୍କ ଅଭିନୟର ଲୋକମାନେ ଆଜି ବି ଦିବାନା ଅଟନ୍ତି। କିନ୍ତୁ ସେ ବର୍ତ୍ତମାନ ସମୟରେ ବଡ ପରଦାରେ ବହୁତ କମ ନଜର ଆସୁ ଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଗୋଟିଏ ଫିଲ୍ମ ପାଇଁ ମାତ୍ର ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ହୁମା କ଼ୁରୈଶୀ

ହୁମା କ଼ୁରୈଶୀ ଜଣେ ମଡେଲ ଓ ଅଭିନେତ୍ର ଅଟନ୍ତି । ଯିଏ ରଜନୀକାନ୍ତଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିସାରିଛନ୍ତି । କିନ୍ତୁ ଏହା ସତ୍ବେ ବି ହୁମା କ଼ୁରୈଶୀ ଗୋଟିଏ ଫିଲ୍ମ ପାଇଁ ମାତ୍ର ୧.୩ କୋଟି ଟଙ୍କା ନେଇଥାନ୍ତି ।

ପରିଣୀତି ଚୋପଡ଼ା

ପରିଣୀତି ଚୋପଡ଼ା ବଲୀଉଡର ଜଣା ଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ସେ ଗୋଟିଏ ଫିଲ୍ମ ପାଇଁ ମାତ୍ର ୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।