କରିନାଙ୍କର ଏହି ଡୁପ୍ଳିକେଟକୁ ଦେଖିଲେ ସୈଫ ବି ଖାଇଯିବେ ଧୋକା, ବିଶ୍ଵାସ ହେଉନାହିଁ, ଦେଖନ୍ତୁ ଭିଡିଓ

ଏହି କିଛି ଦିନ ତଳେ ଆପଣମାନେ ଅକ୍ଷୟ କୁମାର, କଟ୍ରିନା କୈଫ ଓ ଅନୁସ୍କା ଶର୍ମାଙ୍କ ଡୁପ୍ଲିକେଟକୁ ଦେଖିଥିବେ । ବର୍ତ୍ତମାନ କରିନା କପୁରଙ୍କର ମଧ୍ୟ ଡୁପ୍ଲିକେଟ ଆସିଯାଇଛି । ଏହି ଡୁପ୍ଲିକେଟ କରିନା କପୁର ଟିକ ଟକରେ ବହୁତ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ହେବ କେତେକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ବହୁତ ଲୋକ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । କାରଣ ଏହି ଭିଡିଓରେ ଥିବା ଝିଅ ଜଣକ ଅବିକଳ ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନଙ୍କ ପରି ଦେଖାଯାଉଛନ୍ତି ।

ବହୁତ ଲୋକ ଏହି ଭିଡିଓରେ ଥିବା ଝିଅ ଜଣଙ୍କୁ କରିନା କପୁର ଭାବୁଛନ୍ତି । ହେଲେ ଏହି ମହିଳା ଜଣକ ହେଉଛନ୍ତି କରିନାଙ୍କ ଡୁପ୍ଲିକେଟ । ଏହି ଝିଅ ଜଣଙ୍କ ନାମ ହେଉଛି ଶନାୟା ସଚଦେବା । ଶନାୟାଙ୍କର ମୁହଁ ଅବିକଳ କରିନା କପୁରଙ୍କ ମୁହଁ ପରି ଦେଖାଯାଉଛି । ଏମିତିକି ତାଙ୍କର ଏକ୍ସପ୍ରେସନ ମଧ୍ୟ କରିନା କପୁରଙ୍କ ପରି ।

ଶନାୟା ଟିକ ଟକରେ ବହୁତ ଚର୍ଚାରେ ଅଛନ୍ତି । ଶନାୟାଙ୍କ ଟିକ ଟକ ଆକାଉଣ୍ଟରେ ସେ କରିନାଙ୍କ ମିମିକ୍ରି କରୁଥିବାର ଆପଣମାନେ ଦେଖିପାରିବେ । ତାଙ୍କର ଏହି ଭିଡିଓ ଗୁଡିକ ବହୁତ ଚର୍ଚାରେ ଅଛି । ଲୋକମାନେ ତାଙ୍କର ଏହି ଭିଡିଓ ଗୁଡିକୁ ବହୁତ ପସନ୍ଦ କରିଛନ୍ତି ।

ହେଲେ କରିନାଙ୍କ ବିଷୟରେ କହିବାକୁ ଗଲେ, କିଛି ଦିନ ତଳେ କରିନାଙ୍କ ଫିଲ୍ମ ‘ଗୁଡ ନ୍ୟୁଜ’ ଆସିଥିଲା । ସେହି ଫିଲ୍ମରେ କରିନା ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ଲୋକମାନେ କରିନାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ।