ଫିଲ୍ମରେ ଯେଉଁ ଡ୍ରେସ ପିନ୍ଧନ୍ତି, ଶୁଟିଙ୍ଗ ପରେ ସେଗୁଡିକ କଣ ହୋଇଥାଏ, କଣ ଆପଣ ଜାଣିଛନ୍ତି

କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲୀଉଡ ପୁରା ଦୁନିଆରେ ବହୁତ ଫେମସ ଅଟେ । କାରଣ ଏଠିକାର ଫିଲ୍ମ ଦର୍ଶକମାନଙ୍କ ହୃଦୟ ଜିତିବାରେ ସବୁବେଳେ ସଫଳ ହୋଇଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସବୁ ଫିଲ୍ମରେ ଅଭିନେତା ଓ ଅଭିନେତ୍ରୀମାନେ ଯେଉଁ ଡ୍ରେସ ପିନ୍ଧି ଶୁଟିଙ୍ଗ କରନ୍ତି କିନ୍ତୁ ଶୁଟିଙ୍ଗ ପରେ ସେ ଗୁଡିକର କଣ ହୋଇଥାଏ । ଆମ ଦେଶରେ ବଲୀଉଡର ଫିଲ୍ମରେ କିମ୍ବା ଗୀତରେ ଅଭିନେତା ଓ ଅଭିନେତ୍ରୀ ଏତେ ଡ୍ରେସ ଚେଞ୍ଜ କରନ୍ତି କି ଆପଣ ଗୋଟିଏ ସପ୍ତାହରେ ବି ଏତେ ଡ୍ରେସ ଚେଞ୍ଜ କରୁ ନ ଥିବେ ।

ଏମିତି କୁହାଯାଏ କି ୨୦୧୦ରେ ଆସିଥିବା ଫିଲ୍ମ “Action Replayy”ରେ ଐଶ୍ବର୍ୟା ରାୟ ବଚ୍ଚନ ୧୨୫ଟି ଡ୍ରେସ ପିନ୍ଧି ଥିଲେ । ଏହିଭଳି ଫିଲ୍ମ ‘ହିରୋଇନ’ରେ କରିନା କପୁର ୧୩୦ଟି ଡ୍ରେସ ଚେଞ୍ଜ କରିଥିଲେ । ସାଧାରଣତଃ ଫିଲ୍ମର ଶୁଟିଙ୍ଗ ସରିବା ପରେ ତାହା ସହିତ ଜଡିତ ସବୁ ଜିନିଷ ଗୋଟିଏ ଗୋଟିଏ ପେଟିରେ ବାନ୍ଧି production house ପଠାଇ ଦିଆଯାଏ ।

ଏହି ପେଟି ଗୁଡିକ ଉପରେ ଫିଲ୍ମ ଗୁଡିକର ନାମ ଲେଖା ହୋଇଥାଏ । ଏହା ପରେ ତାକୁ ଅନ୍ୟ କୌଣସି ଫିଲ୍ମରେ ମିକ୍ସ କିମ୍ବା ମ୍ୟାଚ କରି ବ୍ୟବହାର କରାଯାଏ । ଏହି ଡ୍ରେସ ଗୁଡିକୁ କୌଣସି ମୁଖ୍ୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ଦିଆ ଯାଇ ନ ଥାଏ । ଏହି ଡ୍ରେସକୁ ପ୍ରାୟତଃ ସାଇଡ ରୋଲ କରୁଥିବା କିମ୍ବା ଡ୍ୟାନ୍ସ କରୁଥିବା କଳାକାରଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥାଏ ।

କେତେକ କ୍ଷେତ୍ରରେ ଅଭିନେତା କିମ୍ବା ଅଭିନେତ୍ରୀ ଡିଜାଇନରଙ୍କ ସହ ଯାଇ ନିଜ ପସନ୍ଦର ଡ୍ରେସ ଫିଲ୍ମରେ ବ୍ୟବହାର କରିବା ପାଇଁ କ୍ରୟ କରିଥାନ୍ତି ଓ ଫିଲ୍ମରେ ବ୍ୟବହାର ବି କରନ୍ତି । କିନ୍ତୁ ଶେଷରେ production houseକୁ ସେହି ସବୁ ଡ୍ରେସ ପେଟିରେ ବନ୍ଧା ହୋଇ ପଠାଯାଏ । କିନ୍ତୁ କେତେକ କ୍ଷେତ୍ରରେ ଅଭିନେତା ଓ ଅଭିନେତ୍ରୀଙ୍କୁ ଫିଲ୍ମରେ ବ୍ୟବହାର କରିଥିବା କିଛି ଡ୍ରେସ ଯଦି ତାଙ୍କୁ ଅଧିକ ଭଲ ଲାଗେ ତେବେ ସେ ତାଙ୍କୁ ନିଜ ସହିତ ନେଇ ଯାଆନ୍ତି ।

ଏହା ଛଡା କେତେ ଥର ବଡ ବଡ ଷ୍ଟାରଙ୍କ ପିନ୍ଧିଥିବା କପଡା ନିଲାମ ବି ହୋଇଥାଏ । ନିଲାମରୁ ଆସିଥିବା ଟଙ୍କା production house କୌଣସି ଆଶ୍ରମରେ ଦାନ କରି ଦିଅନ୍ତି । କିନ୍ତୁ ଏହା ସବୁବେଳେ ହୋଇ ନ ଥାଏ । ବର୍ତ୍ତମାନ ସମୟରେ ଟିଭିର ସିରିୟଲ ଗୁଡିକ ବି ଏହି ମାମଲାରେ ପଛରେ ନାହାନ୍ତି । ସେମାନେ ବି ଆଜିକାଲି ବହୁତ ଡିଜାଇନର ଡ୍ରେସ ବ୍ୟବହାର କରୁଛନ୍ତି । ସେମାନେ ବି ଫିଲ୍ମ ଷ୍ଟାରଙ୍କ ଭଳି କରିଥାନ୍ତି ।