ରାମାୟଣ ସିରିୟଲର ଲବ କୁଶ ବଡ ହେଇ କମାଉଛନ୍ତି ଖୁବ ନାମ, ଦେଖାଯାଉଛନ୍ତି ଏବେ ଏମିତି

ଡିଡି ନ୍ୟାସନାଲ ଉପରେ ପ୍ରସାରିତ ହେଉଥିବା ରାମାୟଣ ବର୍ତ୍ତମାନ ସମୟରେ ପୁରା ଦେଶରେ ଚର୍ଚାର ବିଷୟ ହୋଇ ଯାଇଛି ଓ ଏହା ଛଡା ରାମାୟଣ ଟିଆରପି ମାମଲାରେ ବି ସମସ୍ତଙ୍କୁ ପଛରେ ଛାଡି ଦେଇଛି । ରାମାୟଣକୁ ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି ଓ କେବଳ ରାମାୟଣକୁ ନୁହେଁ ଅଥବା ଉତ୍ତର ରାମାୟଣକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଉତ୍ତର ରାମାୟଣରେ ଖାସକରି ଲୋକମାନେ ଲବ କୁଶକୁ ବହୁତ ପସନ୍ଦ କରୁଛନ୍ତି । ଏହି କାରଣ ଅଟେ କି ଉତ୍ତର ରାମାୟଣର ଶେଷ ହୋଇଯିବା ସତ୍ବେ ବି ଲବ କୁଶ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛନ୍ତି ।

‘ଲବ’ର ହେଉଛି ପ୍ରଶଂସା

ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ଉତ୍ତର ରାମାୟଣରେ ଲବ କୁଶର ରୋଲକୁ କରିଥିବା ମୟୁରେଶ ଓ ସ୍ୱପନିଲଙ୍କୁ ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ୟୁଜରମାନଙ୍କ ଠାରୁ ବହୁତ ଭଲ ପାଇବା ମିଳୁଛି । ଖାସକରି ଲବ ର ରୋଲ କରିଥିବା ମୟୁରେଶଙ୍କ ଅଭିନୟକୁ ବହୁତ ପସନ୍ଦ କରା ଯାଉଛି ଓ ବର୍ତ୍ତମାନ ୟୁଜରମାନେ ତାଙ୍କର ପ୍ରଶଂସା କରୁଛନ୍ତି ।

ସୋସିଆଲ ମିଡିଆରେ ଜଣେ ୟୁଜର ଲବ ର ରୋଲ କରୁଥିବା ମୟୁରେଶର ଚେହେରାର ହାବ ଭାବର ପ୍ରଶଂସା କରିଛନ୍ତି ଅନ୍ୟ ପଟେ ଦ୍ଵିତୀୟ ୟୁଜର ତାଙ୍କର ତୁଳନା ଲକ୍ଷ୍ମଣଙ୍କ ସହିତ ବି କରିଛନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଲବ ଓ କୁଶକୁ ରୋଲ କରୁଥିବା ମୟୁରେଶ ଓ ସ୍ୱପନିଲ ବର୍ତ୍ତମାନ ଦିନରେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ?

ମୟୁରେଶ (ଲବ) ହୋଇ ଯାଇଛନ୍ତି ଏକ ସଫଳ ବିଜନେସମ୍ୟାନ

କହିବାକୁ ଗଲେ ଲବର ରୋଲ କରୁଥିବା ମୟୁରେଶ ଆମେରିକାରେ ରୁହନ୍ତି, ଆମେରିକାର ନ୍ୟୁ ଜର୍ସୀରେ ତାଙ୍କର ଏକ ବଡ ବିଜନେସ ସେଟଅପ ଅଛି ଓ ସେ ଏକ ସଫଳ ବିଜନେସମ୍ୟାନ ହୋଇ ଯାଇଛନ୍ତି । ଆମେରିକାରେ ରହୁଥିବା ସତ୍ବେ ବି ଭାରତରେ ଉତ୍ତର ରାମାୟଣର ଜବରଦସ୍ତ ଲୋକପ୍ରିୟତାକୁ ଦେଖି ସେ ବହୁତ ଖୁସି ଅଛନ୍ତି ଓ ତାଙ୍କୁ ବର୍ତ୍ତମାନ ଦିନରେ ସେ ଦିନ କଥା ମନେ ପଡୁଛି ଯେତେବେଳେ ସେ ଲବର ରୋଲ କରୁଥିଲେ ।

ବର୍ତ୍ତମାନ ହିଁ ମୟୁରେଶ ଇଂସ୍ଟାଗ୍ରାମରେ ଏକ ପୋସ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଲେ କି ମୁଁ ୫ ବର୍ଷ ବୟସରୁ ହିଁ ଅଭିନୟ ଆରମ୍ଭ କରି ଦେଇଥିଲି । ଏହା ପରେ ସେ ଆଗକୁ କହିଲେ କି ଏପ୍ରିଲ ୧୯୮୯ର ସେହି ସନ୍ଧ୍ୟା ସମୟ ଥିଲା, ଯେତେବେଳେ ମୋତେ ଓ ମୋର ମାତା ପିତାଙ୍କୁ ଏହା ଜଣା ପଡିଲା କି ମୋତେ ଉତ୍ତର ରାମାୟଣରେ ଲବର ରୋଲ ମିଳି ଯାଇଛି । ସେହି ସମୟରେ ମୋର ବୟସ ୧୨ ବର୍ଷ ଥିଲା, କିନ୍ତୁ ସେ ଅନୁଭବକୁ ମୁଁ ଜୀବନ ସାରା ଭୁଲି ପାରିବି ନାହିଁ ।

ମୟୂରେଶ ଏହି ପୋସ୍ଟରେ ଆଗକୁ ଲେଖିଲେ କି ମୁଁ ୧୯୯୯ରେ ଅଭିନୟ କରିବା ଛାଡି ଦେଇଥିଲି । ଏହା ପରେ ଆମେରିକା ଆସିଗଲି । ମୁଁ ରାମାନନ୍ଦ ସାଗର ଓ ତାଙ୍କର ପୁରା ଟିମକୁ ଧନ୍ୟବାଦ କରୁଛି । ସେ କହିଲେ କି ଏତେ ଭଲ ପାଇବା ପୁଣିଥରେ ମିଳିବ ମୋତେ ଏହି କଥା ଉପରେ ଆଶା ନ ଥିଲା, ଏମିତିରେ ଆପଣ ସମସ୍ତଙ୍କୁ ମୋତେ ଭଲ ପାଇବା ଦେଇଥିବା ପାଇଁ ଧନ୍ୟବାଦ । ସେ କୁହନ୍ତି କି ଉତ୍ତର ରାମାୟଣରେ ଲବ ର ଚରିତ୍ର ଏକ ବିଜନେସ ଲିଡର ରୂପରେ ମୋତେ ସକରାତ୍ମକ ସାହାର୍ଯ୍ୟ କରିଥିଲା ।

ସ୍ୱପନିଲ ଜୋଶୀ (କୁଶ) ହେଲେ ଏକ ଲୋକପ୍ରିୟ ଅଭିନେତା

ଅନ୍ୟ ପଟେ କୁଶର ଭୂମିକା କରୁଥିବା ସ୍ୱପନିଲ ଜୋଶୀ ଉତ୍ତର ରାମାୟଣ ଶୋରୁ ହିଁ ନିଜର ଡେବ୍ୟୁ ଆରମ୍ଭ କରି ଦେଇଥିଲେ । ଚାଇଲ୍ଡ ଅଭିନେତା ରୂପରେ ସ୍ୱପନିଲ ଜୋଶୀ ରାମାୟଣ ପରେ ବି ଅଭିନୟ କ୍ଷେତ୍ରରେ ଆକ୍ଟିବ ରହିଲେ । ଉତ୍ତର ରାମାୟଣ ପରେ ସେ ରାମାନନ୍ଦ ସାଗରଙ୍କ ଅନ୍ୟ ଏକ ଧାର୍ମିକ ଶୋ ଶ୍ରୀ କୃଷ୍ଣାରେ ବି ନଜର ଆସିଥିଲେ । ସେ ଶ୍ରୀ କୃଷ୍ଣାଙ୍କ ବାଲ୍ୟକାଳ କୃଷ୍ଣର ରୋଲ କରିଥିଲେ ।

ଏହା ପରେ ସେ ଅନ୍ୟ କେତେକ ଧାରାବାହିକରେ ବି କାମ କରିଛନ୍ତି । ସେ ‘ହଦ କର ଦୀ, ଦିଲ ବିଲ ପ୍ୟାର ବ୍ୟାର ଓ ଦେସ ମେଂ ନିକଲା ହୋଗା ଚାନ୍ଦ’ ଭଳି କେତେକ ଧାରାବାହିକ ଶୋରେ ମୁଖ୍ୟ ରୋଲ ବି କରିଛନ୍ତି । ୪୩ ବର୍ଷୀୟ ସ୍ୱପନିଲ ଜୋଶୀ ବର୍ତ୍ତମାନ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସଫଳ ଓ ଲୋକପ୍ରିୟ ଅଭିନେତା ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।