ସଲମାନଙ୍କ ସୁପରହିଟ ଫିଲ୍ମରେ କାମ କରିବା ପରେ ପସ୍ତଉଛନ୍ତି ଏହି ହିରୋଇନ, କହିଲେ ଜୀବନରେ ସବୁଠୁ ବଡ ଭୁଲ !

ସଲମାନ ଖାନ ବଲୀଉଡର ସୁପରଷ୍ଟାର ଅଟନ୍ତି । ସେ ବହୁତ ସୁପରହିଟ ଫିଲ୍ମ ବଲୀଉଡକୁ ଦେଇଛନ୍ତି । ଆଜି ବି ବହୁତ ଅଭିନେତ୍ରୀ ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହାନ୍ତି । ସଲମାନ ଖାନ ବହୁତ ଲୋକମାନଙ୍କର ଜୀବନକୁ ବି ସୁଧାରି ଦେଇଛନ୍ତି । କିନ୍ତୁ ଯେଉଁଠି କିଛି ଅଭିନେତ୍ରୀ ସଲମାନ ଖାନଙ୍କୁ ନିଜର ସଫଳତା ପାଇଁ କ୍ରେଡିଟ ଦିଅନ୍ତି ତ ଅନ୍ୟ ପଟେ ଏମତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ସଲମାନ ଖାନଙ୍କର ଫିଲ୍ମରେ କାମ କରିବାକୁ ନେଇ ଦୁଃଖିତ ଅଛନ୍ତି । ବଲୀଉଡରେ ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ବହୁତ ଅଭିନେତ୍ରୀ ପ୍ରସ୍ତୁତ ଅଛନ୍ତି । କିଛି ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନେ ସଲମାନ ଖାନଙ୍କ ସହିତ କାମ କରିବାକୁ ନେଇ ସ୍ଵପ୍ନ ବି ଦେଖନ୍ତି ।

Image courtesy: Google

ଆଜି ଆମେ ଆପଣଙ୍କୁ ଏକ ଏମିତି ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ସଲମାନଙ୍କ ଫିଲ୍ମରେ କାମ କରିବାକୁ ନେଇ ଦୁଖିତ ଅଛନ୍ତି । ତାଙ୍କୁ ଲାଗୁଛି କି ସଲମାନଙ୍କ ଫିଲ୍ମରେ କାମ କରି ସେ ତାଙ୍କର କ୍ୟାରିୟରକୁ ବର୍ବାଦ କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ

Image courtesy: Google

ଆମେ ଅଭିନେତ୍ରୀ ମାହୀ ଗିଲଙ୍କ ବିଷୟରେ କଥା ହେଉଛୁ । ମାହୀ ଗିଲ ଫିଲ୍ମ ‘ଦେବ ଡି’ରୁ ନିଜର ବଲୀଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ମାହୀଙ୍କର କାମକୁ ବହୁତ ପ୍ରଶଂସା ବି ମିଳିଥିଲା । ଏହି ଫିଲ୍ମ ପାଇଁ ମାହୀଙ୍କୁ କେତେକ ପୁରଷ୍କାର ବି ମିଳିଥିଲା । ଏକ ଇଣ୍ଟରଭ୍ୟୁରେ ମାହୀ କହିଥିଲେ କି…

ମୋତେ ଏମିତି ଲାଗୁଛି କି ସଲମାନ ଖାନଙ୍କର ଫିଲ୍ମ ‘ଦବଙ୍ଗ’ କରି ମୁଁ ବହୁତ ବଡ ଭୁଲ କରିଦେଲି । କାରଣ ଏହି ଫିଲ୍ମ ମୋର କ୍ୟାରିୟର ପାଇଁ ସବୁଠୁ ଖରାପ ପ୍ରମାଣିତ ହୋଇଗଲା । ‘ଦେବ ଡୀ’ ଫିଲ୍ମ କରିବା ପରେ ମୋତେ ବହୁତ ଭଲ ପାଇବା ଓ ପୁରଷ୍କାର ମିଳିଥିଲା ।

ଲୋକମାନେ ମୋତେ ଅନ୍ୟ ଫିଲ୍ମ ଗୁଡିକରେ ସାଇନ କରିବାକୁ ଚାହୁଁ ଥିଲେ, କିନ୍ତୁ ଏହା ମଧ୍ୟରେ ମୁଁ ଦବଙ୍ଗ ସାଇନ କରିଲି ଓ ମୋତେ କ୍ଷତି ସହିବାକୁ ପଡିଲା । କହି ଦେଉଛୁ କି ଫିଲ୍ମ “ଦବଙ୍ଗ” ରେ ସଲମାନଙ୍କ ଭାଇଙ୍କ ସ୍ତ୍ରୀଙ୍କ ରୋଲ ରେ ନଜର ଆସିଥିଲେ ମାହି ।

ମାହୀ ଆଗକୁ କହିଲେ କି

ଏହି ଫିଲ୍ମ ପରେ Producer ମୋତେ ଛୋଟ ମୋଟ ରୋଲର ଅଫର କରିବା ଆରମ୍ଭ କରି ଦେଲେ । ମୋତେ ବହୁତ ଖରାପ ଲାଗିଲା । ମୁଁ ବୁଝି ପାରୁ ନ ଥିଲି କି ମୁଁ କଣ କରିବି । କିନ୍ତୁ ମୋତେ ମୋ ଭାଗ୍ୟ ଉପରେ ବହୁତ ବିଶ୍ଵାସ ଅଛି ।

Image courtesy: Google

କିଛି ଥର ଏକ ଅଭିନେତା ଓ ଅଭିନେତ୍ରୀର ଫିଲ୍ମି କ୍ୟାରିୟର ବର୍ବାଦ ହୋଇଯାଏ କିମ୍ବା ଅଟକି ଯାଇଥାଏ ତାହା ତାଙ୍କର ଭୁଲ ଯୋଗୁ ହିଁ ହୋଇଥାଏ । ମାହୀ ସିଧା ସିଧା କହିଲେ କି ସଲମାନଙ୍କର ଫିଲ୍ମ କରି ସେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।