ବାହାବେଦୀ ରେ କନିଆଁ ଓଢଣା ଉଠେଇବା ମାତ୍ରେ, ବର ମଣ୍ଡପରୁ ହେଲା ଛୁ ମନ୍ତର, ଥାନାରେ ପହଞ୍ଚି ବଖାଣିଲା ନିଜ ଦୁଃଖ

ଯବାନୀରେ ପାଦ ଦେବା ପରେ ସବୁ ଯୁବକ ଚାହାନ୍ତି ଶୀଘ୍ର ତାଙ୍କର ବିବାହ ହୋଇଯାଉ ଓ ସେଥିପାଇଁ ଭଲ ସ୍ତ୍ରୀ ଟିଏ ମଧ୍ୟ ଖୋଜନ୍ତି । ନିଜ ପସନ୍ଦର କନ୍ୟା ମିଳିବା ପରେ ସେ ବିବାହର ପ୍ରତୀକ୍ଷା କରନ୍ତି । ଆଉ ବିବାହ ଦିନ ସଜବାଜ ହୋଇଥିବା ନିଜ କନ୍ୟଙ୍କ ମୁହଁ ଦେଖିବା ପାଇଁ ଅଧୈର୍ଯ୍ୟ ରୁହନ୍ତି । ଆଉ ତାଙ୍କ ଚେହେରା ଦେଖିବା ପରେ ଖୁସିରେ ଅଧୀର ହୋଇଯାନ୍ତି । କିନ୍ତୁ ଉତ୍ତରପ୍ରଦେଶର ହଟାୱା ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି, ଯେଉଁଠି ବର ତା କନ୍ଯାର ମୁହଁ ଦେଖିବା ପରେ ମଣ୍ଡପରୁ ସିଧା ଭାଗି ଯାଇ ଥାନା ପହଞ୍ଚି ଯାଇଥିଲା ।

ଆଉ ସେଠାରେ ଥାନାବାବୁଙ୍କୁ ନିଜ ଦୁଃଖଦ କାହାଣୀ ଶୁଣାଇଥିଲେ । ଏହି ଅଜବ ଘଟଣାଟି ହଟାୱା ଜିଲ୍ଲାର ସିଭିଲ ଥାନା କ୍ଷେତ୍ର ବିଜୟପୁରା ଗ୍ରାମର ଅଟେ । ସେଠାରେ ନୀଳକଣ୍ଠ ମନ୍ଦିରରେ ୨୭ ଅଗଷ୍ଟରେ ଶତ୍ରୁଘ୍ନ ନାମକ ଜଣେ ଯୁବକର ବିବାହ ଥିଲା । ସେଥିପାଇଁ ସେ ୩୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଦଲାଲ ମାନେ ତାଙ୍କୁ ୨୦ ବର୍ଷ ବୟସର ଜଣେ ସୁନ୍ଦରୀ ଝିଅଙ୍କ ଫଟୋ ଦେଖାଇଥିଲେ । ଝିଅକୁ ଦେଖିବା ମାତ୍ରେ ଶତ୍ରୁଘ୍ନଙ୍କୁ ପସନ୍ଦ ହୋଇଥିଲା ଓ ସେ ଝିଅଙ୍କ ହାତରେ ୧ ହଜାର ଟଙ୍କାର ଶଗୁନ ମଧ୍ୟ ଦେଇଥିଲେ ।

ଏହାପରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିବା ଦିନ ବର ଏବଂ ତାଙ୍କ ମା ଇନ୍ଦିରା ଦେବୀ ମନ୍ଦିରରେ ବିବାହ ପାଇଁ ପହଞ୍ଚି ଯାଇଥିଲେ । ସେଠାରେ ଯେତେବେଳେ କନ୍ୟା ମଣ୍ଡପକୁ ଆସିଥିଲେ ଟଙ୍କା ଚାଲିଚଳନ ଓ ଶରୀରକୁ ଦେଖି ବରଙ୍କ ମାଙ୍କୁ ସନ୍ଦେହ ହୋଇଥିଲା । ସେ କନ୍ୟାଙ୍କୁ ନିଜ ଓଢଣି ଉଠାଇବାକୁ କହିଥିଲେ । ତାପରେ ସେ ଯାହା ଦେଖିଲେ ତାହା ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଓଢଣି ତଳେ ୨୦ ବର୍ଷର ସୁନ୍ଦରୀ ଝିଅ ନୁହେଁ ବରଂ ୪୫ ବର୍ଷର ଅର୍ଦ୍ଧ ବୟସ୍କ ଦୁଇ ପିଲାଙ୍କ ମା ଥିଲେ । ଏହା ଦେଖି ବର ଏବଂ ତାଙ୍କ ମା ତୁରନ୍ତ ନିକଟସ୍ଥ ଥାନାକୁ ଯାଇ ଧୋ-କା-ଧ-ଡି ମା-ମ-ଲା ରୁ-ଜୁ କରିଥିଲେ ।

ସେମାନେ କନ୍ୟାଙ୍କୁ ଦେଖି ଏହାର କରି ବିବାହ ପାଇଁ ମନା କରିବା ପରେ ତାଙ୍କ ସହ ସେମାନେ ମା-ର-ପି-ଟ କରିବା ସହ ବିବାହ ନକଲେ ତାଙ୍କୁ ଜୀବନରୁ ମା-ରି-ଦେ-ବା-କୁ ମଧ୍ୟ ଧ-ମ-କ ଦେଇଥିଲେ । ସେମାନେ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ଆସିଥିଲେ ବୋଲି ଥାନାରେ କହିଥିଲେ । ସିଟି ଏସପି କପିଲ ଦେବ ସିଂ ପଣ୍ଡିତଙ୍କ ବୟାନ ଦର୍ଜ କରି କରି ମାମଲାର ଛାନଭିନ ଆରମ୍ଭ କରି ଦେଇଛନ୍ତି । ବର୍ତ୍ତମାନ ଆ-ରୋ-ପୀ ଫେ-ରା-ର ଥିବା ବେଳେ ଆଶା କରାଯାଉଛି ସେ ଶୀଘ୍ର ଗି-ର-ଫ ହେବେ ।

ଅନ୍ୟପଟେ ବର ଏବଂ ତାଙ୍କ ମା ଏବେ ଯାଏ ମଧ୍ୟ ସଦମାରେ ଅଛନ୍ତି । ସେମାନଙ୍କୁ ବିଶ୍ବାସ ହେଉନାହିଁ ଯେ ବି ବିବାହ ନାମରେ ତାଙ୍କ ସହ ଏତେ ବଡ ଧୋ-କା ହୋଇଛି । ଏହି ଘଟଣାରୁ ଆମେ ଶିକ୍ଷା ନେବା ଉଚିତ । ପୁଅ ବା ଝିଅଙ୍କ ପରିବାର ବିଷୟରେ ସବୁକିଛି ନଜାଣି ବିବାହ ପାଇଁ ହାଁ କହିବା ଉଚିତ ନୁହେଁ । ଖାସ କରି ଯଦି ବିବାହ ଜଣେ ଅଜ୍ଞାତ ବ୍ୟକ୍ତି ଠିକ କରୁଛନ୍ତି ଓ ସେଥିପାଇଁ ଟଙ୍କା ମଧ୍ୟ ନେଉଛନ୍ତି । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।