ଓଡିଶାର ଲୋକପ୍ରିୟ ଗାୟିକା Ira Mohanty ଙ୍କ ପରିବାରରେ କିଏ କିଏ ଅଛନ୍ତି ?

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳକାରାକ ମାନେ ଯେତିକି ଫ୍ଯମସ ହୋଇ ପାରିଛନ୍ତି ଠିକ ସେତିକି ଓଡିଆ ଜଗତରେ ସଂଗୀତକାର ବା ଗାୟକ ମାନେ ମଧ୍ୟ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଏମିତି କିଛି ଗାୟକ ବା ଗାୟିକା ମାନେ ଅଛନ୍ତି ଯେଉଁ ମାନେ ନିଜର ମଧୁର କଣ୍ଠ ସ୍ଵରରେ ପୁରା ଓଡିଶାରେ ଲୋକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଗାୟିକାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ସୁମଧୁର କଣ୍ଠରେ ଦର୍ଶକ ମାନଙ୍କ ଦିଲରେ ରାଜ କରୁଛନ୍ତି ।

ଆମେ ଏଠାରେ ଯେଉଁ ମହାନ ଓ ମିଠା ସ୍ଵରରେ ଗୀତା ଗାଉଥିବା ଗାୟିକାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେ ବରଂ ସେ ହେଉଛନ୍ତି ଓଡିଆ ଗାୟିକା ଈରା ମହାନ୍ତି । ଈରା ମହାନ୍ତି ଜୁଲାଇ ୨୩ରେ ନିଜ ଜନ୍ମଦିବସ ପାଳନ କରନ୍ତି ।

ଓଡିଶାର ସବୁଠାରୁ ପ୍ରସିଦ୍ଧ ଓ ଆଗ ଧାଡିର ଗାୟିକା ଭାବେ ଈରା ମହାନ୍ତି ପରିଚିତ ଅଟନ୍ତି । ତାଙ୍କର ଜନ୍ମ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ବାଳକାଟି ଗ୍ରାମରେ ହେଲେ ମଧ୍ୟ ସେ ଭୁବନେଶ୍ବରରେ ରହିଛନ୍ତି । ତାଙ୍କ ବାପାଙ୍କ ନାଁ ଜିତେନ୍ଦ୍ର ମହାନ୍ତି ଓ ମାଙ୍କ ନା କଳ୍ପନା ମହାନ୍ତି ଅଟେ । ତାଙ୍କ ପରିବାରରେ ତାଙ୍କର ଦୁଇ ଭଉଣୀ ଓ ଗୋଟେ ଭାଇ ଅଛନ୍ତି ।

ଈରା ମହାନ୍ତିଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ସେ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପରିବାର ଲୋକଙ୍କ ସମର୍ଥନ ଯୋଗୁ ସେ ତାଙ୍କର ପ୍ରଥମ ଗୀତ ଗାଇବା ମେଲୋଡି ମଞ୍ଚରୁ ଶୁଭାରମ୍ଭ କରିଥିଲେ । ୨୦୦୩ରେ ସେ “ଜି ଟିଭି”ରେ “ସାରେଗାମାପା” ସୋରେ ଦିତୀୟ ସ୍ଥାନ ଭାବେ ବିଜୟ ଲାଭ କରିଥିଲେ । ୨୦୦୬ରେ ସେ “ଏଫେମ ରେଡିଓ”ରେ ମଧ୍ୟ କାମ କରିଛନ୍ତି ।

ସଂଗୀତ ନିର୍ଦେଶକ ମଳୟ ମିଶ୍ରଙ୍କ ନିର୍ଦେଶନାରେ ଅନେକ ସଙ୍ଗୀତରେ ଗୀତ ଗାଇ ସେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା ସେତେବେଳେ ସେ “ସକଳ ତୀର୍ଥ ତୋ ଚରଣେ” ଗୀତ ଗାଇଥିଲେ । ଏହା ଛଡା ସେ ଭଜନ, ଆଧୁନିକ, ଓଡିଶୀ ଆଦି ଗୀତ ଗାଇଥିଲେ । ସେ ଜଣେ ଶାନ୍ତ ହୃଦୟ ଓ ମନର ମଣିଷ ଅଟନ୍ତି ।

ତାଙ୍କର କୋମଳ ଓ ନମ୍ର ବ୍ୟବହାର ପାଇଁ ସେ ଆଜି ଘରେ ଘରେ ପରିଚିତ ଅଟନ୍ତି । ୨୦୧୧ରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ପୁରସ୍କାର ପାଇଥିଲେ । ସେ ଲତା ମଙ୍ଗେସକରଙ୍କୁ ନିଜର ଆଦର୍ଶ ଭାବେ ମାନ୍ୟତା ଦେଇଛନ୍ତି । ଅସୀମା ପଣ୍ଡା ଓ ଈରା ମହାନ୍ତି ସବୁଠାରୁ ବେଷ୍ଟ ପ୍ଲେବ୍ୟାକ ଗାୟିକା ଅଟନ୍ତି । ସେ ଓଡିଆ ଗୀତ ଗାଇବା ସହ ହିନ୍ଦୀ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି । ଓଡିଶାର ସୁନାମଧନ୍ୟ ଗାୟିକା ନମୀତା ଅଗ୍ରୱାଲଙ୍କ ସହ ସେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।