ଓଡିଆ ସିରିଏଲ “ଝିଅ ଆମର ନୂଆବୋହୁ” ର Actor ମାନେ ରିଅଲ ଲାଇଫ ରେ କିପରି ଦେଖାଯାନ୍ତି

ଓଡିଆ ସିରିଏଲର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଭଲ ଭଲ ଓଡିଆ ସିରିଏଲ ସବୁ ଦେଖିବା ପାଇଁ ସନ୍ଧ୍ୟା ହେଲେ ଘରେ ଘରେ ଲାଗି ଯାଉଛି ଟିଭି । ମା ବୋହୂ ମାନେ ଦିନଚର୍ଜ୍ୟା ଶେଷ କରି ପ୍ରିୟ କଳାକାର ମାନଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହୁଛନ୍ତି ।

ଟିଭିରେ ପ୍ରସାରିତ ଲୋକପ୍ରିୟ ଓଡିଆ ସିରିଏଲ ମାନଙ୍କ ମଧ୍ୟରୁ ‘ଝିଅ ଆମର ନୂଆ ବୋହୂ’ ଅନ୍ଯତମ । ନୂଆ କାହାଣୀ ଏବଂ ନୂଆ ଢଙ୍ଗରେ ପ୍ରସାରିତ ଏହି ସିରିଏଲକୁ ଦର୍ଶକ ମାନେ ପରଦା ଉପରେ ଖୁବ ପସନ୍ଦ କରୁଛନ୍ତି । ଟିଭି ପରଦା ଉପରେ ଦେଖାଯାଉ ଥିବା ଓ ସୁନ୍ଦର ଅଭିନୟରେ ଦର୍ଶକଙ୍କ ମନ ମୋହୁ ଥିବା ଏହି କଳାକାର ମାନେ ଅସଲରେ କିପରି ଦେଖାଯାନ୍ତି ଆପଣ ଜାଣନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ କିଛି ଫଟୋ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜ ପ୍ରିୟ କଳାକାର ଅସଲରେ କିପରି ଦେଖାଯାନ୍ତି ଦେଖି ପାରିବେ ।

ଆମ ତାଲିକାରେ ପ୍ରଥମେ ଅଛନ୍ତି ଜ୍ୟୋତିକା । ସେ ସିରିଏଲରେ ଯେତିକି ସୁନ୍ଦରୀ ଏବଂ ସୁଶୀଳା ଦେଖାଯାନ୍ତି, ଅସଲ ଜୀବନରେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ସେ ଜିମ କରୁଥିବା ସମୟର ଏହି ଫଟୋ ଆମ ଆପଣଙ୍କୁ ଦେଖାଉଛୁ । ଆପଣ କେବେ ଭାବିଥିଲେ କି ଜ୍ୟୋତିକା ଅସଲ ଜୀବନରେ ଏତେ ହଟ୍ ଆଣ୍ଡ ବୋଲ୍ଡ ହୋଇଥିବେ ବୋଲି ?

ଏହାପରେ ତାଲିକାରେ ଅଛନ୍ତି ଲୋପା । ସେ ଟିଭି ପରଦାରେ ଶାଢୀ ପିନ୍ଧି ବୋହୂ ରୂପେ ଯେତିକି ସୁନ୍ଦର ଦେଖାଯାନ୍ତି, ଅସଲ ଜୀବନରେ ମଧ୍ୟ ଝିଅ ପରି ଡ୍ରେସ ପିନ୍ଧି ସେତିକି ସୁନ୍ଦର ଅଟନ୍ତି ।ତାଙ୍କ ଷ୍ଟାଇଲ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଏହାପରେ ଅଛନ୍ତି ଐଶ୍ଵର୍ଜ୍ଯା । ସେ ମଧ୍ୟ ଟିଭି ପରଦା ତହରୁ ଅସଲ ଜୀବନରେ ଦେଖିବାକୁ ଆହୁରି ସୁନ୍ଦର ଏବଂ ବୋଲ୍ଡ । ସେହିପରି ପୂଜା ମଧ୍ୟ ସିରିଏଲରେ ବୋହୂ ବେଶରେ ଦେଖିବାକୁ ଯେତିକି ସୁନ୍ଦର ଅସଲ ଜୀବନରେ ମଧ୍ୟ ଆହୁରି ଆକର୍ଷଣୀୟ ।

କ୍ରପ ଟପ୍ ରେ ତାଙ୍କ ବୋଲ୍ଡ ଲୁକ ଦେଖିଲେ ଆପଣ ବି ହଇରାଣ ହୋଇଯିବେ । ଏହି ସିରିଏଲର ଆଉ ଜଣେ କଳାକାର ଅର୍ଚ୍ଚନା ମଧ୍ୟ ଟିଭି ପରଦା ପରି ଅସଲରେ ମଧ୍ୟ ଦେଖବାକୁ ବେଶ ସୁନ୍ଦର ଓ ମଡର୍ଣ୍ଣ ମଧ୍ୟ । ଏହାପରେ ଆମ ତାଲିକାରେ ଅଛନ୍ତି ବୈଶାଳୀ । ବୈଶାଳୀ ଟିଭି ପରଦା ପରି ଅସଲ ଜୀବନରେ ମଧ୍ୟ ଜଣେ ସୁନ୍ଦର ଗୃହିଣୀ ଏବଂ ବୋହୂ । ଆପଣଙ୍କ ପ୍ରିୟ ଅଭିନେତା ଶିବ୍ ଟିଭି ପରଦା ପରି ଅସଲରେ ମଧ୍ୟ ଦେଖିବାକୁ ଖୁବ ହ୍ୟାଣ୍ଡସମ ଓ ଆକର୍ଷଣୀୟ ।

ସେହିପରି ରାଜେନ୍ଦ୍ରଙ୍କୁ ଆପଣ ଏହି ସିରିଏଲ ବ୍ଯତୀତ ଆହୁରି ଅନେକ ସିରିଏଲ ଏବଂ ଫିଲ୍ମରେ ଦେଖିଥିବେ । ସେ ପରଦା ଉପରେ ତାଙ୍କ ବ୍ୟକ୍ତିତ୍ବ ଯେତିକି ପ୍ରଭାବଶାଳୀ ପରଦା ବାହାରେ ମଧ୍ୟ ସେତିକି ହ୍ୟାଣ୍ଡସମ ଏବଂ ପ୍ରଭାବଶାଳୀ । ଆପଣଙ୍କୁ କେଉଁ କଳାକାର ଅଧିକ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।