ନିଜ ଅନନ୍ୟ ପ୍ରତିଭା ପାଇଁ ‘India Book of Records’ ରେ ସ୍ଥାନ ପାଇଲେ ଏହି ବ୍ରହ୍ମପୁର ବୟ, ଯାହା ମେମୋରି ପାୱାର ଆଗରେ କମ୍ପ୍ୟୁଟର ଟି ଫେଲ ମାରିବ, ଦେଖନ୍ତୁ Video

ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁ ବିଚକ୍ଷଣ ପ୍ରତିଭାର ଅଧିକାରୀ ଅଟନ୍ତି ବ୍ରହ୍ମପୁରର ଏହି କୁନି ପୁଅ । ସେ ବିଭିନ୍ନ ଇଂରାଜୀ ଶବ୍ଦ, ଭାଷା ଏବଂ କବିତା ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ସେ ଅନେକ ଇଂରାଜୀ ଶବ୍ଦକୁ କହିବା ପରେ ତାକୁ ପଛ ପଟୁ ମଧ୍ୟ ସଠିକ ଭାବେ କହି ପାରିଛନ୍ତି ଓ ଏକ ରୁ ଶହେ ପର୍ଯ୍ୟନ୍ତ ସଂଖ୍ୟା ଗୁଡିକୁ ପ୍ରଥମେ ଆଗ ପଟୁ ଓ ପରେ ପଛ ପଟୁ ମଧ୍ୟ କହିଛନ୍ତି । କେବଳ ଏତିକି ନୁହେଁ ସେ ତିରିଶିରୁ ଉର୍ଦ୍ଧ ଇଂରାଜୀ କବିତା ମଧ୍ୟ ଗାଇଛନ୍ତି । ଛୋଟ ବେଳୁ ଏପରି ବିଚକ୍ଷଣ ପ୍ରତିଭାର ଅଧିକାରୀ ଏହି କୁନି ପୁଅଙ୍କ ନାମ ହେଉଛି ଆରବ ଦାସ ।

ଆରବ ଏତେ ଛୋଟ ବେଳୁ ଏପରି ଏକ ରେକର୍ଡ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବଡ ବଡ ନେତା ମାନେ ମଧ୍ୟ ତାଙ୍କର ଏହି ରେକର୍ଡ ଯୋଗୁଁ ପ୍ରଶଂସା କରିଛନ୍ତି । ଅନନ୍ୟ ପ୍ରତିଭାର ଅଧିକାରୀ ଆରବଙ୍କ ବୟସ ମାତ୍ର ୪ ବର୍ଷ । ସେ ଏବେ ମାତ୍ର LKG ରେ ପଢୁଥିବା ବେଳେ ପ୍ରଥମ ଶ୍ରେଣୀର ପାଠ ମଧ୍ୟ ସବୁ ଜାଣି ପାରୁଛନ୍ତି ।

ଏପରିକି ମାତ୍ର ୪ ବର୍ଷ ବୟସରେ ତାଙ୍କ ସ୍ମରଣ ଶକ୍ତି ଏତେ ପ୍ରଖର ଯେ ସେ ତିରିଶିରୁ ଅଧିକ ଇଂରାଜୀ କବିତା ମନେ ରାଖୀ କହି ପାରୁଛନ୍ତି ଓ ଏହା ସହ ମ୍ୟାଥ ଓ ସଧାରଣ ଜ୍ଞାନରେ ମଧ୍ୟ ତାଙ୍କର ରୁଚି ରହିଛି । ଏତେ ଛୋଟ ବେଳୁ ସଂପୂର୍ଣ୍ଣ ଇଂରାଜୀରେ ସେ ତାଙ୍କର ପରିଚୟ ମଧ୍ୟ ଦେଇ ପାରୁଛନ୍ତି ।

ସେ ଯେତେବେଳ ଏକ ବର୍ଷର ମଧ୍ୟ ହୋଇ ନ ଥିଲେ ସେତେବେଳ ହିଁ ପାଠପଢା ବିଷୟରେ କିଛି କହିଲେ ସେ ବହୁତ ଆଗ୍ରହୀ ହେଉଥିଲେ ବୋଲି ତାଙ୍କ ମା କହିଛନ୍ତି । ଆରବ ଖେଳୁ ଖେଳୁ କୌଣସି ବିଷୟ ତାଙ୍କୁ ପଚାରି ଦେଲେ ସେ ସାଙ୍ଗେ ସାଙ୍ଗେ ଖେଳ ଛାଡି ସେଥିପ୍ରତି ଆଗ୍ରହ ଦେଖାଉଥିଲେ । ଏହି ପ୍ରକାରେ ଆରବଙ୍କ ପିତାମାତା ଜାଣି ପାରିଥିଲେ କି ଆରବଙ୍କ ମଧ୍ୟରେ ଯେଉଁ ପ୍ରତିଭା ଅଛି ତାହା ତାଙ୍କ ବଯସର ପିଲାଙ୍କ ପାଇଁ ଅସଧାରଣ ଅଟେ ।

ତାଙ୍କ ମା କହିଛନ୍ତି କି ସେମାନେ ଆରବଙ୍କୁ ବହୁତ ଅଧିକ ସମୟ ଦିଅନ୍ତି ଓ ସେ ଖେଳୁଥିବା ଖାଉଥିବା ସମୟରେ ମଧ୍ୟ ତାଙ୍କୁ ଅନେକ ବିଷୟ ଶିଖାଇବାକୁ ଚେଷ୍ଟା କରନ୍ତି । ଆଉ ଆରବ ମଧ୍ୟ ଖୁବ ଆଗ୍ରହର ସହିତ ସେହି ସବୁ ଶିକ୍ଷା କରନ୍ତି । ଆରବଙ୍କ ପ୍ରତିଭାକୁ ଦେଖି ତାଙ୍କ ପରିବାର ଲୋକେ ଏଥର ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ଫର୍ମ ଭରିଥିଲେ । ଆଉ ନିଜ ଅନନ୍ୟ ପ୍ରତିଭା ବଳରେ ୪ ବର୍ଷର ଆରବ ଏହି ରେକର୍ଡ ହାସଲ କରି ପାରିଛନ୍ତି ।

ତେବେ କୁନି ପୁଅ ଆରବର ଏହି ପ୍ରତିଭା ସହ ତାଙ୍କ ପିତାମାତା ଏବଂ ପରିବାର ଲୋକଙ୍କ ସହଯୋଗ ଆଜି ତାଙ୍କୁ ଏପରି ଏକ ସମ୍ମାନଯୋଗ୍ୟ ରେକର୍ଡର ଅଧିକାରୀ କରେଇ ପାରିଛି । ଆପଣଙ୍କୁ ଏହି କୁନି ପୁଅର ଏପରି ପ୍ରତିଭା ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।