ଲୋକପ୍ରିୟ ଓଡିଆ ହିରୋଇନ ରାଧିକା (Mitali sargharia) ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ, “ନୂଆ ବୋହୁ” ଧାରାବାହିକ ର ରାଧିକା ର କିରଦାର ନିଭାଉ ଥିବା ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସାଧାରଣତ ସମସ୍ତେ ଓଡିଆ ଧାରାବାହିକା ଦେଖିବାକୁ ବହୁତ ଭଲ ପାଇଥାନ୍ତି । ନିଜର ବ୍ୟକ୍ତିଗତ ତଥା ସାଂସାରିକ କାମ ସାରି ଅବଶିଷ୍ଟ ସମୟରେ ସମସ୍ତେ ଧାରାବାହିକ ଦେଖିବାକୁ ବସିଯାଆନ୍ତି । ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ କୁ ଦେଖିବା ପାଇଁ ଦର୍ଶକେ ଅନାଇ ବସିଥାନ୍ତି ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ “ନୂଆ ବୋହୁ” ଧାରାବାହିକ ର ଅଭିନେତ୍ରୀ “ମିତାଲି ସର୍ଘରିଆ” ଙ୍କ ସମ୍ବନ୍ଧରେ କିଛି ତତ୍ଵ ପ୍ରଦାନ କରିବାକୁ ଯାଉଅଛୁ ।ବନ୍ଧୁଗଣ “ମିତାଲି ସର୍ଘରିଆ” ଓଡିଶା ର ବାରିପଦା ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ମାତା, ପିତା, ଭାଇ “ତାପସ ସର୍ଘରିଆ” ଙ୍କ ସହିତ ଜୀବନ ଜାପନ କରନ୍ତି । ତାଙ୍କ ଭାଇ ଜଣେ ନିର୍ଦ୍ଦେଶକ ଅଟନ୍ତି ।

“ମିତାଲି ସର୍ଘରିଆ” “ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ”ରେ ନିଜର ପାଠ ପଢା ସମାପ୍ତ କରିଛନ୍ତି । ମିତାଲି ଙ୍କର ପିଲାଦିନରୁ ଅଭିନୟ ପ୍ରତି ରହିଥିଲା ଅତି ଆଗ୍ରହ । କଲେଜ ସମୟରେ ସେ ନାଚ ଗୀତ ତଥା ଅଭିନୟ କରୁଥିଲେ । ନିଜର ପାଠପଢା ସମାପ୍ତ କରି ସେ ଅଡିଶନ ଦେବାକୁ ଲାଗିଲେ, ବହୁତ ଗୁଡିଏ ଅଡିଶନ ଦେଇସାରିବା ପରେ ତାଙ୍କୁ “ନୂଆବୋହୂ” ଧାରାବାହିକ ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

“ମିତାଲି ସର୍ଘରିଆ” ନୂଆବୋହୁ ଧାରାବାହିକ ରୁ ନିଜର ଅଭିନୟ କାରିୟର ଆରମ୍ଭ କରିଥିଲେ । ବନ୍ଧୁଗଣ ଏହି ସିରିୟଲରେ ସେ ବହୁତ ଭଲ ଅଭିନୟ କରିଥିବାରୁ ବହୁତ ଦର୍ଶକଙ୍କ ହୃଦୟରେ ଘର ବନାଇ ରହିପାରିଛନ୍ତି । ତାଙ୍କ ଅଭିନୟ କୁ ସିରିୟଲ ଜଗତର ଅନ୍ୟ କଳାକାର ମଧ୍ୟ ପସନ୍ଦ କରିଛନ୍ତି । ଦର୍ଶକବନ୍ଧୁ, ସେ ଜଣେ ଉତ୍ତମ ଅଭିନେତ୍ରୀ ସହିତ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ତାଙ୍କର ବିଶେଷକରି ଖାଇବା ପିଇବାରେ ଆଧିକ ରୁଚି ରହିଅଛି । ତାଙ୍କୁ ମୁଢି ମାଂସ ଖାଇବାକୁ ବହୁତ ଭଲଲାଗିଥାଏ । ଏହା ସହିତ ସେ ଚଟପଟା ଜିନିଷ ତଥା ଚାଟ ଗୁପ୍ଚୁପ ଖାଇବାକୁ ବହୁତ ପସନ୍ଦ କରନ୍ତି । ତାଙ୍କର ଜୀବନରେ ଅନେକ ସ୍ମୃତି ରହିଅଛି ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ କଲେଜ ଲାଇଫ ବହୁତ ଉତ୍ତମ ଭାବେ କଟିଛି ବୋଲି କହିଛନ୍ତି । ମିତାଲି ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି କଲେଜ ଟାଇମ ରେ ବହୁତ ମସ୍ତି କରିଛନ୍ତି ବୋଲି ସେ କହିଛନ୍ତି । ନିକଟରେ ତାଙ୍କ ପ୍ରିୟବନ୍ଧୁ ଙ୍କ ବିବାହ ହୋଇଅଛି ।

ସେ ସେହି ବିବାହରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଜଣେ ଉତ୍ତମ ଅଭିନେତ୍ରୀ ରୂପେ ନିଜକୁ ସାବ୍ୟସ୍ଥ କରିପାରିଛନ୍ତି । ତାଙ୍କ ଅଭିନୟ ଓଡିଶା ବାସୀ ଙ୍କୁ ବେଶ ପ୍ରଭାବିତ କରିଅଛି । ଦର୍ଶକବନ୍ଧୁ ଅଭିନୟ ସାଙ୍ଗକୁ ତାଙ୍କ ବ୍ୟବହାର ମଧ୍ୟ ବହୁତ ଉତ୍ତମ ଅଟେ । ସାନ ହେଉ କିଅବା ବଡ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରିଥାନ୍ତି । ତାଙ୍କ ମନରେ ଘୃଣା ତଥା ଗର୍ବ ଆଦୌ ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।