ଅଭିନେତ୍ରୀ କରିନା କପୁରଙ୍କୁ ନିଜ ପତ୍ନୀ ବନେଇବାକୁ ଚାହୁଁଥିଲେ ଏହି ହିରୋ, ନା ଜାଣିଲେ ବିଶ୍ଵାସ ହେବ ନାହିଁ, ଦେଖନ୍ତୁ କିଏ

ବଲିଉଡ୍ ଜଗତରେ ଏମିତି କିଛି ଘଟଣା ଘଟୁଛି ଯାହା ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ପରି ଜଣେ ଅଭିନେତା କରିନା କପୁରଙ୍କୁ ନିଜ ପତ୍ନୀ ରୂପେ ଦେଖିବାକୁ ଚାହୁଁଛନ୍ତି । କରିନା କପୁର ବଲିଉଡ୍ ରେ କାମ କରୁଥିବା ଏକ ଭାରତୀୟ ଅଭିନେତ୍ରୀ ଅଟନ୍ତି । ଅଭିନେତ୍ରୀ କରିନା କପୁର ବଲିଉଡ୍ ରେ ଅଭିନୟର ଆରମ୍ଭ ୨୦୦୦ ମସିହାରେ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରିଫ୍ୟୁଜି’ ହେଲେ ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏମିତି ଏକ ଅଭିନେତା ବିଷୟରେ କହିବୁ ଯିଏ କରିନାଙ୍କୁ ନିଜ ପତ୍ନୀ ରୂପେ ଦେଖିବାକୁ ଚାହୁଁଥିଲେ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ଜଣକ କିଏ ?


କରିନା କପୁର ସେଫ ଅଲି ଖାନଙ୍କ ସହ ବିବାହ କରିଛନ୍ତି, ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଅଛି । ହେଲେ କରିନାଙ୍କୁ ବଲିଉଡ୍ ର ଏକ ଫେମସ ଅଭିନେତା ନିଜ ପତ୍ନୀ ରୂପେ ଦେଖିବାକୁ ଚାହୁଁଥିଲା । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବଲିଉଡ୍ ର ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା । ସିଦ୍ଧାର୍ଥ ମଲ୍ହୋତ୍ରା ପୂର୍ବ ବର୍ଷ କରନ ଜୋହାରଙ୍କ ଟକ ସୋ ‘କଫି ୱିଥ କରନ’କୁ ଆସିଥିଲେ । ସିଦ୍ଧାର୍ଥଙ୍କ ସହ ଆଦିତ୍ୟ ରଏ କପୁର ମଧ୍ୟ ଆସିଥିଲେ ।


ଏହି ସୋ ରେ କରନ ସେହି ଦୁଇଜଣ ଷ୍ଟାରଙ୍କ ଉପରେ ରାପିଡ଼ ଫାୟାର ରାଉଣ୍ଡ ଖେଳିଥିଲେ । ଏହି ସୋ ରେ କରନ ସିଦ୍ଧାର୍ଥଙ୍କୁ ପଚାରିଥିଲେ, ଆପଣ କେଉଁ ଷ୍ଟାରକୁ ଭାଇ ବନେଇବା ପାଇଁ ଚାହିଁବେ । ସିଦ୍ଧାର୍ଥ ଏହାର ଉତ୍ତର ଦେଇ କହିଲେ ସେ କେବଳ ଶେଫ ଅଲି ଖାନଙ୍କୁ ନିଜର ଭାଇ ବନେଇବେ ।

ଏହା ପରେ କରନ ସିଦ୍ଧାର୍ଥଙ୍କୁ ପଚାରିଲେ କେଉଁ ଅଭିନେତ୍ରୀଙ୍କୁ ଆପଣ ନିଜ ପତ୍ନୀ କରିବା ପାଇଁ ଚାହୁଁଛନ୍ତି । ସିଦ୍ଧାର୍ଥଙ୍କର ଏହି ଉତ୍ତର ବହୁତ ମଜାଦାର ଥିଲା । ସିଦ୍ଧାର୍ଥ କହିଲେ “ ମୁଁ ଅଭିନେତ୍ରୀ କରିନା କପୁରଙ୍କୁ ନିଜର ପତ୍ନୀ ବନେଇବାକୁ ଚାହୁଁଛି । ସିଦ୍ଧାର୍ଥଙ୍କର ଏହି ଉତ୍ତର ଶୁଣି କରନ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଗଲେ ।