ଜନ୍ମଦିନରେ ଫ୍ୟାନ୍ସଙ୍କ ଭଲ ପାଇବାକୁ ଦେଖି ସଲମାନ ହେଲେ ଭାବୁକ, ଭିଡିଓ ଭାଇରାଲ

ବଲିଉଡ୍ ର ଦବଙ୍ଗ ସଲମାନ ଖାନଙ୍କର ଜନ୍ମ ଦିନ ବର୍ତ୍ତମାନ ଦିନ ତଳେ ହୋଇଥିଲା । ତାଙ୍କର ଏହି ଜନ୍ମ ଦିନ ତାଙ୍କର ଫ୍ୟାନ୍ ମାନଙ୍କ ପାଇଁ କୌଣସି ପର୍ବରୁ କମ ନୁହେଁ । ଦୁନିଆ ସାରା ସଲମାନ ଖାନଙ୍କର କୋଟିକୋଟି ଫ୍ୟାନମାନେ ଅଛନ୍ତି । ସଲମାନ ଏହି କିଛି ଦିନ ତଳେ ନିଜର ୫୪ତମ ଜନ୍ମ ଦିନ ପାଳନ କରିଥିଲେ ।  କିଛିଦିନ ତଳେ ସଲମାନ ତାଙ୍କର ନୂଆ ଫିଲ୍ମ “ଦବଙ୍ଗ୩”ରେ ନଜର ଆସିଥିଲେ । ସଲମାନଙ୍କର କ୍ୟାରିୟର ବହୁତ ଭଲ ।

ସେ ଗୋଟିଏ ବର୍ଷରେ ୧ ରୁ ୨ ଟି ଫିଲ୍ମରେ ନଜର ଆସନ୍ତି । ହେଲେ ସେହି ଫିଲ୍ମ ଗୁଡିକ ବହୁତ ବଡ ପର୍ବ ଯଥା ଈଦ ବା ଖ୍ରୀଷ୍ଟମାସରେ ରିଲିଜ ହୋଇଥାଏ । ସଲମାନ ଖାନ ଜଣେ ହିରୋ ହେବା ସହ କେତେକ ଫିଲ୍ମରେ ଗୀତ ମଧ୍ୟ ଗାଇଛନ୍ତି ଓ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଯେଉଁଠି ଗୋଟିଏ ତରଫରୁ ସଲମାନଙ୍କର ଭଉଣୀ ଅର୍ପିତା ସଲମାନଙ୍କୁ ଜନ୍ମ ଦିନର ସବୁଠୁ ଭଲ ଉପହାର ଦେଇଥିଲେ, ସେଇଠି ସଲମାନଙ୍କ ଜନ୍ମ ଦିନର ଏହି ଖାସ ଦିନରେ ତାଙ୍କର ଫ୍ୟାନମାନେ ମଧ୍ୟ ତାଙ୍କୁ ବହୁତ ସାରା ଭଲପାଇବା ଦେଇଛନ୍ତି । ଫ୍ୟାନମାନଙ୍କର ଏତେ ସବୁ ଭଲ ପାଇବାକୁ ଦେଖି ସଲମାନଙ୍କ ଆଖିରେ ଲୁହ ଚାଲି ଆସିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସଲମାନ ବହୁତ ଭାବୁକ ହେଉଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ସଲମାନ ଖାନଙ୍କର ବହୁତ ଗୁଡିଏ ଫ୍ୟାନ୍ ତାଙ୍କର ଘର ବାହାରେ ଠିଆ ହୋଇଛନ୍ତି । ଯେଉଁମାନେ ସଲମାନଙ୍କୁ ଜନ୍ମ ଦିନର ଅଭିନନ୍ଦନ ଓ ଶୁଭକାମନା ଦେଉଛନ୍ତି ।

ସଲମାନ ବହୁତ ଖୁସି ହୋଇ ତାଙ୍କର ଫ୍ୟାନମାନଙ୍କୁ ହାତ ହଲେଇ ଧନ୍ୟବାଦ କରୁଛନ୍ତି । ଏହି ସମୟରେ ଆପଣ ଦେଖିପାରୁଥିବେ କି ସଲମାନ ବହୁତ ଭାବୁକ ହୋଇଯାଉଛନ୍ତି ଓ ତାଙ୍କ ଆଖିରେ ଲୁହ ଚାଲି ଆସୁଛି ।