ମହେଶ ଭଟ୍ଟଙ୍କ ନିର୍ଦେଶନାରେ କାମ କରିବା ପାଇଁ ଡରନ୍ତି ଆଲିୟା, ନିଜେ କହିଲେ ଏହା ପଛରେ ଥିବା କାରଣ

ବଲିଉଡରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ କିଏ ବା ନ ଜାଣିଛନ୍ତି । ଆଲିୟା ଜଣେ ଅଭିନେତ୍ରୀ ସହିତ ସିଙ୍ଗର ମଧ୍ୟ ଅଟନ୍ତି । ଆଲିୟା ଫିଲ୍ମ ନିର୍ଦେଶକ ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ସୋନୀ ରାଜଦାନଙ୍କ ଝିଅ ଅଟନ୍ତି । ୧୯୯୩ରେ ରୋମାଞ୍ଚକାରୀ ସଂଘର୍ଷରେ ଶିଶୁ କଳାକାର ଭାବେ ଆଲିୟା ଅଭିନୟର ଆରମ୍ଭ କରିଥିଲେ ଏବଂ ୨୦୧୨ରେ କରଣ ଜୋହରଙ୍କ ରୋମାଣ୍ଟିକ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରରେ ପ୍ରଥମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ମହିଳା ପଦାର୍ପଣ ପାଇଁ ଫିଲ୍ମଫେୟର ଆୱାର୍ଡ ପାଇଁ ବଛାଯାଇ ଥିଲା ।

ଆଲିୟା ବହୁତ ସୁନ୍ଦର ଅଟନ୍ତି ଯାହାଦ୍ୱାରା ସମସ୍ତେ ତାଙ୍କୁ ବହୁତ ଭଲ ପାଇଥାନ୍ତି । ୨୦୧୮ରେ ରିଲିଜ ହୋଇଥିବା ରାଜୀ ଫିଲ୍ମରେ ଆଲିୟା ୧ଅରବରୁ ଅଧିକ ଟଙ୍କା କମାଇ ଥିଲେ ଯାହା ମହିଳା ପ୍ରଧାନ ଫିଲ୍ମ ଥିଲା । ଆଜିକାଲି ଆଲିୟା ବହୁତ ଚର୍ଚାରେ ରହୁଛନ୍ତି । ଆପଣଙ୍କୁ ଜଣା ଥିବ କି ଆଲିୟାଙ୍କ ଫିଲ୍ମ ଗଲି ବୟ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ବହୁତ ପ୍ରଶଂସା ମିଳୁଥିଲା । ଯଦି ଆମେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହେଲେ ବହୁତ ଶୀଘ୍ର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର, ଅଭିଷେକ ବର୍ମାଙ୍କ ଫିଲ୍ମ କଳଙ୍କ ଏବଂ ମହେଶ ଭଟ୍ଟଙ୍କ ଫିଲ୍ମ ସଡକ-୨ ରେ କାମ କରିବେ ।

ଏକ ଖବର ଅନୁସାରେ ଜଣାପଡିଛି କି ଆଲିୟା ନିଜ ପିତାଙ୍କ ନିର୍ଦେଶିତ ଫିଲ୍ମରେ କାମ କରିବା ପାଇଁ ଡରନ୍ତି । ଆପଣ ଏହା ଭାବୁଥିବେ କି ଏହା ପଛରେ କଣ କାରଣ ଅଛି ବୋଲି, ଏହି ବିଷୟରେ ଆଲିୟା କହିଛନ୍ତି ବର୍ତ୍ତମାନ ମୁଁ ବାପାଙ୍କ ନିର୍ଦେଶନାରେ କାମ କରିବା ପାଇଁ ଡରୁଛି । ବର୍ତ୍ତମାନ ସେ ଲଗାତାର ଭାବେ ମୋ କାମକୁ ଦେଖୁଛନ୍ତି ଏବଂ କହୁଛନ୍ତି କି ମତେ ତୁମ ଠାରୁ କାମ ପୂର୍ଣ କରିବାର ଅଛି । କଳଙ୍କ ଫିଲ୍ମ ଶୁଟିଙ୍ଗ କରିବା ପରେ ଆଲିୟା ସଡକ-୨ ଶୁଟିଙ୍ଗ କରିବା ଆରମ୍ଭ କରିଦେବେ । ତାଙ୍କର ଭୟ ଅଛି କି ସେ ତାଙ୍କ ଚାରିପାଖରେ ତିଆରି କରିଥିବା କାନ୍ଥକୁ ତାଙ୍କ ପିତା କାଳେ ଭାଙ୍ଗିଦେବେ ।

ଆଲିୟା କହିଛନ୍ତି କି ମୁଁ ସବୁବେଳେ ନିଜ ଚାରିପାଖରେ କାନ୍ଥ ତିଆରି କରି ରଖିଛି ଏବଂ ଲୋକଙ୍କୁ ଏହାକୁ ଅତିକ୍ରମ କରିବା ପାଇଁ ଦିଏନାହିଁ । ମୋ ପିତା ସେହି କାନ୍ଥକୁ ଭାଙ୍ଗିବା ପାଇଁ ଅପେକ୍ଷା କରିଛନ୍ତି ଏଥିପାଇଁ ମତେ ଟିକେ ଭୟ ଲାଗୁଛି କିନ୍ତୁ ମତେ ଲାଗୁଛି କି ଏଥିରେ ମଜା ଆସିବ । ସଡକ-୨ ଫିଲ୍ମରେ ଆଲିୟା ତାଙ୍କ ବଡ ଭଉଣୀ ପୂଜା ଭଟ୍ଟଙ୍କ ସହିତ କାମ କରୁଥିବାର ନଜର ଆସିବେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।