ଏହି ୭ ଜଣ ଷ୍ଟାରଙ୍କ ନାମରେ ଅଛି ଅଦ୍ଭୁତ ୱାର୍ଲ୍ଡ ରେକର୍ଡ, ନମ୍ବର ୧ର ରେକର୍ଡ ଭାଙ୍ଗିବା ସମ୍ଭବ ହିଁ ନୁହେଁ

କହିବାକୁ ଗଲେ ବଲୀଉଡ, ହଲିଉଡ ଓ ଟଲୀଉଡର ସବୁ ଷ୍ଟାରମାନେ ନିଜର ଅଭିନୟ ଦମରେ କେବଳ ଅଭିନୟ କ୍ଷେତ୍ରରେ ନୁହେଁ ଏହା ଛଡା ଏମାନେ ଅନ୍ୟ କେତେକ କ୍ଷେତ୍ରରେ ବି ବହୁତ ସଫଳତା ହାସଲ କରିଛନ୍ତି । କହିବାକୁ ଗଲେ ବଲୀଉଡ ଦୁନିଆର କେତେକ ଷ୍ଟାରଙ୍କ ନାମରେ ବହୁତ ରେକର୍ଡ ବି ସାମିଲ ଅଛି । ଏଥି ମଧ୍ୟରୁ କିଛି ରେକର୍ଡ ‘ଗିନୀଜ ୱାର୍ଲ୍ଡ ରେକର୍ଡ’ରେ ବି ସାମିଲ ଅଛି ।

ବର୍ଷ ୨୦୦୦ରୁ ବି ପୂର୍ବରୁ ‘ଗିନୀଜ ବୁକ ଅଫ ୱାର୍ଲ୍ଡ ରେକର୍ଡ’ ନାମରେ ଜଣା ଯାଉଥିବା ‘ଗିନୀଜ ୱାର୍ଲ୍ଡ ରେକର୍ଡ’ରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ନେଇ ଷ୍ଟାରମାନଙ୍କ ନାମ ବି ଦର୍ଜ ଅଛି । ଏମିତିରେ ଆଜି ଆମେ ଦୁନିଆର ଟପ ୭ ଜଣ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନାମରେ ଅଦ୍ଭୁତ ୱାର୍ଲ୍ଡ ରେକର୍ଡ ଅଛି ।

୧. ବ୍ରହ୍ମାନଂଦମ

ସାଉଥ ଇଣ୍ଡଷ୍ଟ୍ରିର ହାସ୍ୟ କଳାକାରମାନଙ୍କ ମଧ୍ୟରେ ସବୁଠୁ ଅଧିକ ଫିସ ନେଉଥିବା ଅଭିନେତା ବ୍ରହ୍ମାନଂଦମ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ଏକମାତ୍ର ଅଭିନେତା ଅଟନ୍ତି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୦ରୁ ବି ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ବି ଷ୍ଟାର ଏତେ ଅଧିକ ଫିଲ୍ମ ନିଜ ଜୀବନରେ କରି ପାରି ନାହାନ୍ତି ଓ ଏହି ରେକର୍ଡକୁ ଭାଙ୍ଗିବା ବି କଷ୍ଟକର ଅଟେ । ଏହା ଛଡା ତାଙ୍କର ପ୍ରାୟତଃ ସବୁ ଫିଲ୍ମ ବକ୍ସ ଅଫିସରେ ସଫଳ ରହିଛି ।

୨. କୁମାର ସାନୁ

ବଲୀଉଡ ଜଗତର ଜଣା ଶୁଣା ଓ ସବୁଠୁ ପ୍ରସିଦ୍ଧ ଗାୟକ ଯଦି କେହି ଅଛନ୍ତି ତେବେ ସେ ହେଉଛନ୍ତି କୁମାର ସାନୁ । ୯୦ ଦଶକରେ ଏମିତି ଗୋଟିଏ ବି ଫିଲ୍ମ ନାହିଁ ଯେଉଁଥିରେ ତାଙ୍କର ଗୀତ ନାହିଁ । ଆପଣଙ୍କୁ କହିଦେଉଛୁ କି କୁମାର ସାନୁଙ୍କ ଦୁଇଟି ଅଦ୍ଭୁତ ରେକର୍ଡ ଅଛି । ଗୋଟିଏ ରେକର୍ଡ ଅଛି ୫ ବର୍ଷ ପର୍ଯ୍ୟନ୍ତ ଲଗାତାର ଫିଲ୍ମ ଫେୟାର ପୁରଷ୍କାର ଜିତିବା ଓ ଦ୍ଵିତୀୟ ରେକର୍ଡ ଗୋଟିଏ ହିଁ ଦିନରେ ୨୮ଟି ଗୀତ ରେକର୍ଡ କରିବା । ଆଜି ପର୍ଯ୍ୟନ୍ତ କୌଣସି ବି ଗାୟକ ଏହି ରେକର୍ଡକୁ ଭାଙ୍ଗି ପାରି ନାହାନ୍ତି ।

୩. ଶାହରୁଖ ଖାନ

ବଲୀଉଡରେ କିଙ୍ଗ ଅଫ ରୋମାନ୍ସ ନାମରେ ପରିଚିତ ଶାହରୁଖ ଖାନ ଏକମାତ୍ର ଅଭିନେତା ଅଟନ୍ତି ଯାହାଙ୍କୁ କେବଳ ଭାରତରେ ନୁହେଁ ଭାରତ ବାହାରେ ବି ଅନେକ ପୁରଷ୍କାର ମିଳିଛି । ଏହା ଛଡା ଶାହରୁଖ ଖାନଙ୍କ ନାମରେ ଏକ ଅଦ୍ଭୁତ ରେକର୍ଡ ବି ଅଛି । ପୁରା ଦୁନିଆରେ ସବୁଠୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଶାହରୁଖ ଖାନଙ୍କ ନାମ ଟପରେ ଅଛି । ଆପଣଙ୍କୁ କହିଦେଉଛୁ କି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଶାହରୁଖ ଖାନ $୭୫୦ ମିଲିୟନ (୫୩୦୦ କୋଟି)ର ମାଲିକ ଅଟନ୍ତି ।

୪. ଦୀପିକା ପାଦୁକୋନ

ବଲୀଉଡରେ ସଫଳତା ହାସଲ କରିବା ପରେ ଦୀପିକା ପାଦୁକୋଣ ବର୍ତ୍ତମାନ ସମୟରେ ନିଜର ବିବାହିତ ଜୀବନରେ ବ୍ୟସ୍ତ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ଦୀପିକା ପାଦୁକୋଣଙ୍କ ନାମରେ ବି ଏକ ଅଦ୍ଭୁତ ରେକର୍ଡ ଅଛି ଯିଏକି ବଲୀଉଡର ସବୁଠୁ ଅଧିକ ଫିସ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ସେ ୧ ଅକ୍ଟୋବର ୨୦୧୭ ଠାରୁ ନେଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୧୨ କୋଟି ୮୦ ଲକ୍ଷ ଟଙ୍କା ଆୟ କରିଥିଲେ ଓ ଏହି ରେକର୍ଡ ଦୁନିଆର ଜଣା ଶୁଣା ୱେବସାଇଟ ଗିନିଜ ବୁକ ରେକର୍ଡରେ ଦର୍ଜ ଅଛି ।

୫. ଡ୍ୱେନ ଜନସନ

ଡ୍ୱେନ ଜନସନଙ୍କ ଫିଲ୍ମକୁ ଭାରତୀୟ ଦର୍ଶକମାନେ ବି ବହୁତ ପସନ୍ଦ କରନ୍ତି । ଯଦି ରେକର୍ଡ ବିଷୟରେ କଥାବାର୍ତ୍ତା କରିବା ତେବେ ଡ୍ୱେନ ଜନସନଙ୍କ ନାମରେ ଏକ ଅଦ୍ଭୁତ ରେକର୍ଡ ଅଛି । କହିବାକୁ ଗଲେ ତାଙ୍କ ନାମରେ ୩ ମିନିଟରେ ୧୦୫ଟି ସେଲ୍ଫି ନେବାର ରେକର୍ଡ ଅଛି । ଏହି ସେଲ୍ଫୀ ଆପଣ ଯେମିତି ଚିନ୍ତା କରୁଛନ୍ତି ସେହି ହିସାବରେ ନୁହେଁ ଅଥବା ଶର୍ତ ଅନୁସାରେ ଉଠା ଯାଇଛି । ଅର୍ଥାତ ସେଲ୍ଫିରେ ଚେହେରା ଓ ବେକ ସଫା ନଜର ଆସୁଥିବ ଓ ସବୁ ସେଲ୍ଫିର ଇଂପ୍ରେଶନ ଦ୍ଵିତୀୟ ସେଲ୍ଫି ଠାରୁ ଅଲଗା ଥିବା ଦରକାର ।

୬. ରବର୍ଟ ଡଉନୀ ଜୁନିୟର

ଏୱେଂଜର୍ସ ସିରିଜରେ ଆୟରନ ମ୍ୟାନର ଭୂମିକାରେ ଦର୍ଶକମାନଙ୍କ ହୃଦୟ ଜିତିଥିବା ରବର୍ଟ ଡଉନୀ ଜୁନିୟର ଏକ ଏମିତି ଅଭିନେତା ଅଟନ୍ତି ଯାହାଙ୍କୁ ଭାରତରେ ବହୁତ ପସନ୍ଦ କରାଯାଏ । କହିବାକୁ ଗଲେ ରବର୍ଟ ଡଉନୀ ଜୁନିୟରଙ୍କ ନାମରେ ବି ଏକ ଏମିତି ରେକର୍ଡ ଅଛି ଯାହାକୁ ଭାଙ୍ଗିବା ବହୁତ କଷ୍ଟ ଅଟେ । କହିଦେଉଛୁ କି ଚୀନର ଯାତ୍ରା ସମୟରେ ରବର୍ଟ ଡଉନୀ ଜୁନିୟର ନିଜର ଫ୍ୟାନମାନଙ୍କୁ ୫୩୩୯ ଅଟୋଗ୍ରାଫର କାର୍ଡ ଦେଇଥିଲେ ଓ ଏହି ରେକର୍ଡ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ବି ଦର୍ଜ ଅଛି ।

୭. ଶକିରା

‘ୱାକା ୱାକା’ ଗୀତ ଦ୍ଵାରା ପୁରା ଦୁନିଆରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶକିରା ଏକ ଭଲ ସିଙ୍ଗର ସହ ଭଲ ଡାନ୍ସର ବି ଅଟନ୍ତି । ବିଏମଆଇ ଅନୁସାରେ ଶକିରା ଏକ ଏମିତି ସିଙ୍ଗର ଅଟନ୍ତି ଯାହାଙ୍କ ଏଲ୍ବମ ୫୦ ମିଲିୟନରୁ ବି ଅଧିକରେ ବିକ୍ରି ହୋଇଛି । ଏହା ଛଡା ଫେସବୁକ ପେଜ ଉପରେ ୧୦୦ ମିଲିୟନ ଲାଇକ୍ସ ପର୍ଯ୍ୟନ୍ତ ପହଞ୍ଚିବା ବାଲା ଶକିରା ପ୍ରଥମ ବ୍ୟକ୍ତି ଅଟନ୍ତି । ଏହି ରେକର୍ଡକୁ ଭାଙ୍ଗିବା ବର୍ତ୍ତମାନ ସମୟରେ କୌଣସି ସେଲିବ୍ରିଟୀ ପାଇଁ ସମ୍ଭବ ନୁହେଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।