ସାଙ୍ଗ ଘର ଛାତ ଉପରେ ଲୁଚି ଲୁଚି ଦେଖା କରୁଥିଲେ Amitabh ଓ Rekha, ପୁଣି ହେଲା କିଛି ଏମତି କି, ଅଲଗା ହେଇଗଲେ ଦୁଇ ଜଣ

ବଲିଉଡରେ ପ୍ରେମ କାହାଣୀ ଚର୍ଚ୍ଚାରେ ଅମିତାଭ ବଚ୍ଚନ ଓ ରେଖାଙ୍କ ନାଁ ଆସିବା କିଛି ନୂଆ ନୁହେଁ । ଦୁହିଙ୍କର ପ୍ରେମ କାହାଣୀ ସଫଳ ହୋଇ ନ ଥିଲେ ମଧ୍ୟ ଅମର ହୋଇ ରହିଗଲା । ଅମିତାଭ ଓ ରେଖା ପରସ୍ପରକୁ ପ୍ରେମ କରୁଥିଲେ ମଧ୍ୟ ଅମିତାଭ ଜୟା ବଚ୍ଚନଙ୍କୁ ମ୍ୟାରେଜ କରିଥିଲେ ।

ଏହା ପରେ ଦୁହିଙ୍କର ପ୍ରେମ କାହାଣୀର ଅନ୍ତ ହୋଇଥିଲା । ଏହି ଦୁଇ କଳାକାର ନିଜ ପ୍ରେମ ସମ୍ପର୍କକୁ ନେଇ କିଛି ବି ଖୁଲସା କରି ନାହାନ୍ତି ତଥାପି ଦୁହିଙ୍କର ପ୍ରେମ କାହାଣୀ ଆଜି ବି ଚର୍ଚ୍ଚାରେ ରହିଛି । ଦୁହିଙ୍କର “ଦୋ ଅଞ୍ଜାନ” ଫିଲ୍ମରୁ ପ୍ରଥମ ଥର ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ସମୟରେ ଅମିତାଭ ସୁପରଷ୍ଟାର ହୋଇଥିଲେ ଓ ରେଖା ନିଜ କ୍ଯାରିୟର ଆରମ୍ଭ କରିଥିଲେ । ସେହି ସମୟରେ ଅମିତାଭଙ୍କ ବିବାହ ଜୟାଙ୍କ ସହ ହୋଇଥିଲେ ମଧ୍ୟ ରେଖା ଓ ତାଙ୍କର ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା ।

ଅମିତାଭ ଓ ରେଖା “ସୁହାଗ”, “ମୁକଦର କା ସିକନ୍ଦର”, “ରାମ ବଳରାମ” ଭଳି ଫିଲ୍ମରେ ଏକାଠି ନଜର ଆସିଥିଲେ । ସେହି ସମୟରେ ଦୁହେଁ ଜଣେ ବନ୍ଧୁଙ୍କ ଘରେ ପରସ୍ପରକୁ ଭେଟ କରୁଥିଲେ । ଦୁହେଁ ନିଜ ସମ୍ପର୍କକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେହି ସମୟରେ ରେଖାଙ୍କ ସହ ଫିଲ୍ମ “ଗଙ୍ଗା କି ସୌଗନ୍ଧ” ଶୁ-ଟି-ଙ୍ଗ ସମୟରେ ଜଣେ କୋ-ଆକ୍ଟର ରେଖାଙ୍କ ସହ ଖ-ରା-ପ ଆ-ଚ-ର-ଣ କରିଥିଲେ ।

ଏହା ପରେ ଅମିତାଭ ଓ ରେଖାଙ୍କ ସମ୍ପର୍କ ବିଷୟରେ ଜୟା ଜାଣି ପାରିଥିଲେ । ଏହା ପରେ ଜୟା ରେଖାଙ୍କୁ ନିଜ ଘରକୁ ଡିନର କରିବା ପାଇଁ ନିମନ୍ତ୍ରଣ କରିଥିଲେ । ରେଖା ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ସେହି ସମୟରେ ଅମିତାଭ ଶୁ-ଟି-ଙ୍ଗ ପାଇଁ ବାହାରକୁ ଯାଇଥିଲେ । ରେଖା ଜୟାଙ୍କ ଘରେ ଡିନର ପାଇଁ ଆସିଥିଲେ ଓ ଦୁହିଙ୍କ ମଧ୍ୟରେ ନରମାଲ ଆଲୋଚନା ହୋଇଥିଲା । ଯେତେବେଳେ ରେଖା ଘରକୁ ଫେରୁଥିଲେ ସେହି ସମୟରେ ଜୟା ତାଙ୍କୁ କହିଥିଲେ ଯେ “ସେ କେବେ ବି ଅମିତାଭଙ୍କୁ ଛାଡିବେ ନାହି” ।

ଜୟାଙ୍କ କଥା ଶୁଣିବା ପରେ ରେଖା ବୁଝି ଯାଇଥିଲେ ଯେ ସେ କେବେ ବି ଅମିତାଭଙ୍କର ହୋଇ ପାରିବେ ନାହି । ଏହା ପରେ ଅମିତାଭ ଓ ରେଖାଙ୍କ ସମ୍ପକରେ ଦୂରତା ଆସିଥିଲା । ଦୁହେଁ ପରସ୍ପର ସହ ଫିଲ୍ମ “ସିଲସିଲା” ରେ ନଜର ଆସିଥିଲେ । ଏହି ଫିଲ୍ମ ଦୁହିଙ୍କର ପ୍ରେମ ଜୀବନକୁ ନେଇ ହୋଇଥିଲେ ମଧ୍ୟ ସଫଳ ହୋଇନଥିଲା । ଏହା ପରେ ଦୁହେଁ ନିଜ ନିଜ ରାସ୍ତାରେ ଅଲଗା ହୋଇଥିଲେ । ଅମିତାଭ ରେଖାଙ୍କ ସହ ସବୁ ଦିନ ପାଇଁ ସମ୍ପର୍କ ଭାଙ୍ଗି ଦେଇଥିଲେ ସତ କିନ୍ତୁ ଏହାର କାରଣ ସାମନାକୁ ଆସିନଥିଲା ।

ରେଖା ସିନ୍ଦୁର ପିନ୍ଧୁଥିବାରୁ ଲୋକ ମାନଙ୍କ ମନରେ ବହୁତ ପ୍ରଶ୍ନ ଉଠୁଥିଲା । ଏକ ଇଣ୍ଟରବିୟୁରେ ରେଖାଙ୍କୁ ତାଙ୍କର ଓ ଅମିତାଭଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ପ୍ରଶ୍ନ କରାଯାଇ ଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ “ଏମିତି କିପରି ହେବ ଦୁନିଆର ସବୁ ଗୁଣ ଭଗବାନ ଗୋଟିଏ ମଣିଷକୁ ଦେଇଛନ୍ତି” । ବାସ୍ତବରେ ଦେଖିବାକୁ ଗଲେ ଦୁହିଙ୍କର ପ୍ରେମ ସମ୍ପର୍କ ସଫଳ ହୋଇନଥିଲେ ମଧ୍ୟ ଯେବେ ବି ପ୍ରେମର ଚର୍ଚ୍ଚା ହୋଇଥାଏ ସେତେବଳେ ଦୁହିଙ୍କର ନାଁ ସାମନାକୁ ଆସିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।