ଆଜି (ମାର୍ଚ୍ଚ ୧ ) ରେ ବିବାହ ବନ୍ଧନ ରେ ବାନ୍ଧି ହେବେ ଓଲିଉଡ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି।ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ।ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ।ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ।

ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି। ସେହିପରି ଏକ ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ଯୋଡି।ଏହି ଯୋଡି ଅନେକ ବର୍ଷ ହେବ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇ ଆସୁଥିଲେ।କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦୁଇଜଣ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ତେବେ ଆସନ୍ତୁ ସେହି ଵିଷୟ ରେ ଆହୁରି କିଛି କଥା ଜାଣିବା।

ବନ୍ଧୁଗଣ ଅନେକ ଦିନ ହେବ ଆମକୁ ମନୋରଞ୍ଜନ କରି ଆସୁଥିବା ଓଲିଉଡ ର ବହୁତ ଚର୍ଚ୍ଚିତ ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଯୋଡି।ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବଂ ଖୁସି ମଧ୍ୟ ହେବେ ଯେ ଏହି ଯୋଡି ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।ଏହି ଖବର କୁ ସବ୍ୟସାଚୀ ଓ ଅର୍ଚ୍ଚିତା ନିଜେ ସୋସିଆଲ ମିଡ଼ିଆ ରେ ପ୍ରକାଶ କରିଛନ୍ତି।ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ହେବାକୁ ଲାଗିଛି।

ସବ୍ୟସାଚୀ ପୋଷ୍ଟ କରି ଲେଖିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଓ ଉଭୟ ପରିବାର ଙ୍କ ଆଶୀର୍ବାଦ ରୁ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।କିନ୍ତୁ ତାଙ୍କ ବିବାହ ର ସ୍ଥାନ ଓ ସମୟ କୁ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ।ଅନ୍ୟପକ୍ଷରେ ଅର୍ଚ୍ଚିତା ମଧ୍ୟ ନିଜ ସୋସିଆଲ ମିଡ଼ିଆ ରେ ତାଙ୍କର ବିବାହ କୁ ନେଇ ସୂଚନା ଦେଇଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ସାଧାରଣ ଦର୍ଶକ ଙ୍କ ମଧ୍ୟରେ ହେଉ ଏହି କଥା ଟି ସବୁବେଳେ ଚର୍ଚ୍ଚା ହେଉଥିଲା ଏହି ଯୋଡି ଙ୍କ ବିବାହ କୁ ନେଇ।ସେହି ଚର୍ଚ୍ଚା ବର୍ତ୍ତମାନ ସମୟ ରେ ସତ୍ୟ ହେବାକୁ ଯାଉଛି।ପରଦା ଉପରେ ତ ଏହି ଯୋଡି ଅନେକ ଥର ବିବାହ କରିଛନ୍ତି କିନ୍ତୁ ବର୍ତ୍ତମାନ ଏହି ଯୋଡି ନିଜ ଅସଲ ଜୀବନ ରେ ବିବାହ କରିବାକୁ ଯାଉଛନ୍ତି।

ସବ୍ୟସାଚୀ ଜଣେ ବହୁତ ଭଲ ଅଭିନେତା ଅଟନ୍ତି।ସେ ନିଜର ଅଭିନୟ ଜରିଆ ରେ ଅନେକ ଦର୍ଶକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।କେବଳ ସେତିକି ନୁହେଁ ଲକଡାଉନ ସମୟ ରେ ସେ ଅନେକ ଲୋକଙ୍କୁ ନିଜ ଘରକୁ ଫେରିବାରେ ମଧ୍ୟ ସାହାଯ୍ୟ କରିଥିଲେ।

ସେ ଅଭିନେତା ସହିତ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି।ସେହିପରି ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ସେ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଓଡିଶା କୁ ଗର୍ବିତ କରିଥିଲେ।ତାଙ୍କର ମଧ୍ୟ ବହୁତ ପ୍ରଶଂସକ ରହିଛନ୍ତି।ତେବେ ଏହି ଦୁଇଜଣ ଙ୍କ ବିବାହ କୁ ନେଇ ବର୍ତ୍ତମାନ ସମୟ ରେ ଚର୍ଚ୍ଚା ଜୋର ଧରିଥିବା ସମୟ ରେ ଲୋକ ମାନେ ଏହି ଯୋଡି ଙ୍କ ବିବାହ କୁ ନେଇ ବହୁତ ଖୁସି ମଧ୍ୟ ଅଟନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।