ବିବାହ କରିବେ Gungun ! ସମସ୍ତଙ୍କ ସାମନାରେ ଆଣ୍ଠେଇ କି Gungun ଙ୍କୁ ପ୍ରପୋଜ କଲେ ତାଙ୍କ ଭାବି ସ୍ଵାମୀ, ଦେଖନ୍ତୁ ତାଙ୍କ ରିଙ୍ଗ ସେରିମନିର କିଛି exclusive ଦୃଶ୍ୟ

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀଦାମୀ ଅଭିନେତ୍ରୀ ତଥା ଆଙ୍କର ଗୁନଗୁନଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ପରଦାରେ ନିଜ ଅଭିନୟ ଜାଦୁ ଦେଖାଉଥିବା ଓ ଆଙ୍କରି॰ରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଗୁନଗୁନ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗୁନଗୁନ ତାଙ୍କର ମନର ମଣିଷ ଅଭିସ୍ମିତଙ୍କୁ ବିବାହ କରିବେ । ତେବେ ନିକଟରେ ଗୁନଗୁନଙ୍କ ସଙ୍ଗୀତ ଏବଂ ମେହେନ୍ଦି ସେରିମନି ମଧ୍ୟ ଶେଷ ହୋଇଛି । କେବଳ ହାତଗଣ୍ଠି ପଡିବା ବାକି ରହିଛି ।

ତେବେ ଗୁନଗୁନଙ୍କ ସଙ୍ଗୀତ ସେରିମନିରୁ କିଛି ଫଟୋ ଏବଂ ଭିଡିଓ ଏବେ ସାମନାକୁ ଆସିଛି । ଯାହା ଦର୍ଶକେ ଖୁବ୍ ପସନ୍ଦ କରିବା ସହ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଆପଣ ଏହି ଭିଡିଓରେ ଗୁନଗୁନ ଦୁଇ ହାତରେ ମେହେନ୍ଦି ଲଗାଇ ଖୁବ୍ ଖୁସି ନଜର ଆସୁଥିବା ଦେଖିବାକୁ ପାଇପାରିବେ । ଆହୁରି ଅନେକ ଓଡିଆ କଳାକାର ମଧ୍ୟ ତାଙ୍କ ସଙ୍ଗୀତ ସେରିମନିରେ ଡ୍ୟାନ୍ସ କରୁଥିବାର ଆପଣ ଦେଖିବାକୁ ପାଇବେ ।

ସେହିଭଳି ଗାୟିକା ଅନନ୍ୟା ଶ୍ରୀତମ ନନ୍ଦଙ୍କୁ ମଧ୍ୟ ଗୁନଗୁନଙ୍କ ସଙ୍ଗୀତରେ ଶାନଦାର ସଙ୍ଗୀତ ପରିବେଷଣ କରୁଥିବାର ଆପଣ ଦେଖିବାକୁ ପାଇବେ । ସବୁଠାରୁ ରୋଚକ ଦୃଶ୍ୟ ହେଉଛି ସମସ୍ତଙ୍କ ସାକ୍ଷାତରେ ଗୁନଗୁନଙ୍କ ଭାବି ସ୍ଵାମୀ ତାଙ୍କୁ ପ୍ରପୋଜ କରୁଥିବାର ଆପଣ ଦେଖିବାକୁ ପାଇବେ । ଗୁନଗୁନଙ୍କ ବିବାହର ଏହି ଖୁସି ମାହୋଲ ଦେଖିଲେ ଆପଣ ମଧ୍ୟ ପ୍ରଫୁଲ୍ଲିତ ହୋଇଯିବେ ।

ଗୁନଗୁନ ଅନେକ ଟିଭି ଶୋ, ରିୟାଲିଟି ଶୋ ଏବଂ ଷ୍ଟେଜ ଶୋ ମାନଙ୍କରେ ନିଜ ଆଙ୍କରିଂ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏପରିକି ଓଡିଶାର କିଛି ଏଫଏମ ରେଡିଓ ପ୍ରୋଗ୍ରାମ ମାନଙ୍କରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଜଣେ ଭଲ ଅଭିନେତ୍ରୀ ଏବଂ ଆଙ୍କର ହେବ ସହ ଗୁନଗୁନ ଜଣେ ଭଲ ଡ୍ୟାନ୍ସର ମଧ୍ୟ । ଏପର୍ଯ୍ୟନ୍ତ ଗୁନଗୁନ କେବଳ ଦୁଇଟି ଓଡିଆ ଫିଲ୍ମରେ କାମ କରିଛନ୍ତି । ସେ ‘କିଛି ଖଟା କିଛି ମିଠା’ ଓ ସାକ୍ଷୀ ରହିଲା ଏ ସିଂହ ଦୁଆର’ ଭଳି ଫିଲ୍ମରେ କାର୍ଯ୍ୟ କରିଛନ୍ତି । ତାଙ୍କ ଭୂମିକାକୁ ମଧ୍ୟ ଦର୍ଶକମାନେ ଖୁବ ଭଲପାଇବା ଦେଇଛନ୍ତି ।

ଏହାସହ ସେ ଏବେ ବି ପାଠପଢା ଜାରି ରଖିଛନ୍ତି । ବର୍ତ୍ତମାନ ସେ PMIR ତଥା ପର୍ସନାଲ ମ୍ୟାନେଜମେଣ୍ଟ ଇନ ଇଣ୍ଡଷ୍ଟ୍ରିଆଲ ରିଲେସନ ଅଧ୍ୟୟନ କରୁଛନ୍ତି । ଗୁନଗୁନଙ୍କ ହାତରେ ମେହେନ୍ଦି ଲାଗି ସାରିଥିବା ବେଳେ ସେ ଆସନ୍ତା ନଭେମ୍ବର ୩୦ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ କଥା ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ନିଜେ ପ୍ରଶଂସକ ମାନଙ୍କୁ ଜଣାଇଥିଲେ । ଆପଣଙ୍କୁ ଅଭିନେତ୍ରୀ ଗୁନଗୁନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।