ସବୁଠୁ ଅଧିକ ମହଙ୍ଗା ଅଟେ Bollywood ର ଏହି 10 ହିରୋଇନ ଙ୍କ ୱେଡିଙ୍ଗ ଡ୍ରେସ, 7 ନମ୍ବର Actress ଙ୍କ ଡ୍ରେସ ର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବଲୀଉଡରେ ପ୍ରାୟତଃ କୌଣସି ନା କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ବିବାହ ଖବର ଶୁଣିବାକୁ ମିଳିଥାଏ । ଏମିତିରେ ଯେଉଁ ସମୟରୁ ଏହି ଖବର ଶୁଣିବାକୁ ମିଳିଥାଏ ଓ ବାହାଘର ସମାପ୍ତ ହେବା ପର୍ଯ୍ୟନ୍ତ ସେହି ଅଭିନେତା କିମ୍ବା ଅଭିନେତ୍ରୀ ସବୁବେଳେ ମିଡିଆରେ କେବଳ ଏମାନେ ହିଁ ଛାଇ ରହିଥାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ବଲୀଉଡ ଅଭିନେତ୍ରୀମାନେ ନିଜର ବାହାଘର ସମୟରେ କେଉଁ ଡିଜାଇନରର ଡ୍ରେସ ପିନ୍ଧିଥିଲେ ଓ ତାହାର ମୂଲ୍ୟ କେତେ ଥିଲା ସେହି ବିଷୟରେ କହିବୁ ।

ଐଶ୍ୱର୍ୟା ରାୟ ବଚ୍ଚନ – ଐଶ୍ୱର୍ୟା ରାୟ ବଚ୍ଚନଙ୍କ ବିବାହର ଡ୍ରେସ ଡିଜାଇନର ନୀତା ଲୁଲ୍ଲା ଡିଜାଇନ କରିଥିଲେ ଓ ତାଙ୍କର ଏହି ଡ୍ରେସର ମୂଲ୍ୟ ୭୫ ଲକ୍ଷ ଟଙ୍କା ଥିଲା ।

ଶିଲ୍ପା ଶେଟ୍ଟୀ କୁନ୍ଦ୍ରା

ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ କୁନ୍ଦ୍ରା ନିଜ ବିବାହରେ ଏକ ଭାରତୀୟ ନାରୀ ରୂପରେ ନଜର ଆସିଥିଲେ ଓ ନିଜର ବାହାଘର ଡ୍ରେସକୁ ସେ ଡିଜାଇନର ତରୁଣ ତହଲାନିଙ୍କ ଠାରୁ ଡିଜାଇନ କରିଥିଲେ । ଯାହାର ମୂଲ୍ୟ ଥିଲା ୫୦ ଲକ୍ଷ ଟଙ୍କା ।

କରିନା କପୁର ଖାନ

କରିନା ନିଜର ବାହାଘର ଡ୍ରେସ ଭାରତର ସବୁଠୁ ଫେମସ ଡିଜାଇନର ମନୀଷ ମାଲ୍ହୋତ୍ରାଙ୍କ ଠାରୁ ଡିଜାଇନ କରାଇଥିଲେ ଓ ତାଙ୍କର ଏହି ଡ୍ରେସର ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା ।

ଜେନେଲିୟା ଡିସୁଜ଼ା

ଜେନେଲିୟା ଡିସୁଜ଼ା ନିଜର ବିବାହର ଡ୍ରେସ ନୀତା ଲୁଲ୍ଲାଙ୍କ ଠାରୁ ଡିଜାଇନ କରିଥିଲେ । ଯାହାର ମୂଲ୍ୟ ଥିଲା ୭୦ ଲକ୍ଷ ଟଙ୍କା ।

ଉର୍ମିଲା ମତୋଣ୍ଡକର

ଉର୍ମିଲା ମତୋଣ୍ଡକର ନିଜର ଡ୍ରେସ ମନୀଷ ମଲ୍ହୋତ୍ରାଙ୍କ ଠାରୁ ଡିଜାଇନ କରାଇଥିଲେ । ଉର୍ମିଲା ମତୋଣ୍ଡକରଙ୍କ ଡ୍ରେସର ମୂଲ୍ୟ ଥିଲା ୫ ଲକ୍ଷ ଟଙ୍କା ।

ବିପାଶା ବାସୁ

ବିପାଶା ବାସୁଙ୍କ ଡ୍ରେସକୁ ସବ୍ୟସାଚୀ ମୁଖାର୍ଜୀ ଡିଜାଇନ କରିଥିଲେ ଓ ତାଙ୍କର ଡ୍ରେସର ମୂଲ୍ୟ ଥିଲା ୪ ଲକ୍ଷ ଟଙ୍କା ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହିତ ଇଟାଲୀରେ ବହୁତ ସୁନ୍ଦର ଅନ୍ଦାଜରେ ବିବାହ କରିଥିଲେ । ଅନୁଷ୍କା ନିଜର ବିବାହ ଡ୍ରେସ ସବ୍ୟସାଚୀ ମୁଖାର୍ଜୀଙ୍କ ଠାରୁ ଦିଆଯାଇନ କରିଥିଲେ ଓ ତାଙ୍କର ଡ୍ରେସର ମୂଲ୍ୟ ୯୫ ଲକ୍ଷ ଟଙ୍କା ଥିଲା ।

ଦିୟା ମିର୍ଜା

ଦିୟା ନିଜର ବାହାଘର ଦିନ ଏକ ଭିନ୍ନ ରଙ୍ଗର ଡ୍ରେସ ପିନ୍ଧି ଥିଲେ ଓ ଏହି ଡ୍ରେସ ରିତୁ କୁମାର ଡିଜାଇନ କରିଥିଲେ । ଯାହାକି ୩ ଲକ୍ଷ ଟଙ୍କା ଥିଲା ।

ଇଶା ଦେଓଲ

ଇଶା ଦେଓଲଙ୍କ ଡ୍ରେସକୁ ବି ଡିଜାଇନର ନୀତା ଲୁଲା ଡିଜାଇନ କରିଥିଲେ ଓ ଇଶା ଦେଓଲଙ୍କ ଡ୍ରେସର ମୂଲ୍ୟ ୧୦ ଲକ୍ଷ ଟଙ୍କା ଥିଲା ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣଙ୍କ ବିବାହ ଭାରତୀୟ ସଂସ୍କୃତି ଉପରେ ହିଁ ଆଧାରିତ ଥିଲା । ଦୀପିକା ନିଜର ଡ୍ରେସକୁ ସବ୍ୟସାଚୀଙ୍କ ଠାରୁ ଡିଜାଇନ କରିଥିଲେ ଓ ଦୀପିକାଙ୍କର ଡ୍ରେସର ମୂଲ୍ୟ ୯ ଲକ୍ଷ ଟଙ୍କା ଅଟେ ।

ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ପରମ୍ପରା ଅନୁସାରେ ବିବାହ କରିଥିଲେ । ସେ ନିଜର ବିବାହର ଡ୍ରେସ ରଲ୍ଫ ଲରେନଙ୍କ ଠାରୁ ଡିଜାଇନ କରାଇଥିଲେ ଓ ତାଙ୍କର ଦୁଇଟି ଡ୍ରେସ ପାଖାପାଖି ୧୮ ରୁ ୨୦ ଲକ୍ଷ ଟଙ୍କା ଥିଲା ।

ଆସିନ

ଅଭିନେତ୍ରୀ ଆସିନ ଜୋସେଫ ରାଧେଙ୍କ ଡିଜାଇନର ଡ୍ରେସ ପିନ୍ଧି ଥିଲେ । ଯାହାର ମୂଲ୍ୟ ଥିଲା ୮ ଲକ୍ଷ ଟଙ୍କା ଅଟେ ।

ସୋନାମ କପୁର

ସୋନମ କପୁର ନିଜ ବାହାଘରର ସବୁ ଡ୍ରେସକୁ ଅନୁରାଧା ବକିଲଙ୍କ ଠାରୁ ଡିଜାଇନ କରାଉଥିଲେ । ଯଦି ତାଙ୍କର ବାହାଘର ଡ୍ରେସ ବିଷୟରେ କହିବା ତେବେ ତାହାର ମୂଲ୍ୟ ୯୦ ଲକ୍ଷ ଟଙ୍କା ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।