ମହାଭାରତ ସିରିଏଲରେ ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରିଥିବା Nitish Bharadwaj ଆଜି ଦେଖାଯାଉଛନ୍ତି ଏମିତି, ଦେଖନ୍ତୁ କିଏ ସବୁ ଅଛନ୍ତି ତାଙ୍କ Family ରେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରିରେ ଦୂରଦର୍ଶନରେ ୧୯୮୮ରେ ପ୍ରସାରିତ ହୋଇଥିବା ସିରିଏଲ “ମହାଭାରତ” ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ନିଜର ଜବରଦସ୍ତ ପରଫୋମାଂସ ଦେଇ ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ନିଜ ନିଜର ଭୂମିକାକୁ ବେଶ ଭଲ ଭାବେ ନିଭାଇଥିଲେ ଯାହାକୁ ଆଜି ବି ଦର୍ଶକ ମାନେ ମାନେ ରଖିଛନ୍ତି । ଏହି ସିରିଏଲଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଲୋକ ମାନେ ଆଜି ବି ଏହାକୁ ଦେଖିବାକୁ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ “ମହାଭାରତ” ସିରିଏଲର ଶ୍ରୀକୃଷ୍ଣ ଭୂମିକାରେ ନଜର ଆସିଥିବା ଅଭିନେତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

“ମହାଭାରତ” ସିରିଏଲରେ ଶ୍ରୀ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ନିତୀଶ ଭାରଦ୍ଵାଜଙ୍କର ଜନ୍ମ ୧୯୬୩ ଜୁନ ୨ରେ ମୁମ୍ବାଇର ମହାରାଷ୍ଟ୍ରରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୫୭ ବର୍ଷ ଅଟେ । ସେ ହିନ୍ଦୀ, ମାଲାୟଲମ ଆଦି ଅନେକ ଫିଲ୍ମରେ କାମ କରିଛନ୍ତି । ଏହା ସହ ସେ ୧୯୮୮ରେ ଟେଲିଭିଜନରେ ପ୍ରସାରିତ ହୋଇଥିବା ସିରିଏଲ “ମହାଭାରତ”ରେ ଶ୍ରୀ କୃଷ୍ଣ ଚରିତ୍ରରେ ନଜର ଆସିଥିଲେ ।

ଏହି ସିରିଏଲରେ ଶ୍ରୀ କୃଷ୍ଣଙ୍କ ଚରିତ୍ରରେ ଏତେ ସୁନ୍ଦର ଅଭିନୟ କରିଥିଲେ ଯେ ଯାହା ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ଦର୍ଶକ ମାନେ ନିତୀଶ ଭାରଦ୍ଵାଜଙ୍କୁ ଶ୍ରୀ କୃଷ୍ଣ ଭୂମିକାରେ ବେଶ ପସନ୍ଦ କରିଥିଲେ । ତାଙ୍କର ରିୟଲ ଲାଇଫ ବିଷୟରେ କହିବାକୁ ଗଲେ ସେ ଦୁଇ ଥର ବିବାହ କରିଛନ୍ତି । ସେ ପ୍ରଥମେ ୧୯୯୧ ଡିସେମ୍ବର ୨୭ରେ ମୋନିଶା ପାଟିଲଙ୍କ ସହ ବିବାହ କରିଥିଲେ । ଏହା ପରେ ୨୦୦୫ରେ ଦୁହେଁ ଅଲଗା ହୋଇ ଯାଇଥିଲେ । ମୋନିଶାଙ୍କ ଠାରୁ ଅଲଗା ହେବ ପରେ ସେ ପୁନେର ଆଏଏସ ଅଫିସର ସମିତାଙ୍କ ସହ ପ୍ରେମ କରି ୨୦୦୯ରେ ଦିତୀୟ ବିବାହ କରିଥିଲେ ।

ନିତୀଶ ଓ ମୋନିଶାଙ୍କର ଗୋଟେ ପୁଅ ଓ ଝିଅ ମଧ୍ୟ ଅଛନ୍ତି । ନିତୀଶଙ୍କର ଦୁଇ ପୁଅ ଝିଅ ମୋନିଶାଙ୍କ ସହ ଲଣ୍ଡନରେ ରୁହନ୍ତି । ଏହା ବ୍ଯତୀତ ନିତୀଶ ଓ ସମିତାଙ୍କର ଦୁଇଟି ଜାଆଁଳା ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ଦେବ୍ୟାନୀ ଓ ଶିବରଞ୍ଜନୀ ଅଟେ । ଆଜିକା ଡେଟରେ ମଧ୍ୟ ନିତୀଶ ଭାରଦ୍ଵାଜ ଟିଭି ଓ ଫିଲ୍ମ ଜଗତରେ ଯୋଡି ହୋଇ ରହିଛନ୍ତି । ଏବେ ମଧ୍ୟ ସେ ନିଜର ଅଭିନୟ ଜାରି ରଖିଛନ୍ତି । ସେ ଅନେକ ମରାଠୀ ଫିଲ୍ମରେ କାମ କରିବାର ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।