ନିଜେ ଡ୍ରାଇଭ କରି ବୟଫ୍ରେଣ୍ଡକୁ ଡେଟ୍ ରେ ନେଇଗଲେ ଦିସା ପଟାନୀ, ଭାଇରାଲ ହେଲା ଡିନର ର ଫଟୋ

ବଲିଉଡରେ ପ୍ରେମ ଓ ବ୍ରେକ୍ଅପ୍ ର ଖବର ତ ସାଧାରଣ କଥା ଅଟେ । ବଲିଉଡ୍ ରେ ଏମତି ବହୁତ ସମ୍ପର୍କ ଭାଙ୍ଗିଛି ଓ ଯୋଡି ହୋଇଛି । ବର୍ତ୍ତମାନ ଏହି ଲିଷ୍ଟରେ ଦିସା ପଟାନୀ ଓ ଟାଇଗର ଶ୍ରୋଫଙ୍କର ନାମ ସାମିଲ ହୋଇଛି । କିନ୍ତୁ ଏହି ଦୁଇ ଜଣ କେବେବି ଖୋଲା ଖୋଲି ନିଜର ସମ୍ପର୍କକୁ ସ୍ଵୀକାର କରି ନାହାଁନ୍ତି । କିନ୍ତୁ ଦୁଇ ଜଣ ପରସ୍ପରକୁ ଡେଟ୍ କରୁଛନ୍ତି, ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦିସା ପଟାନୀ ଓ ଟାଇଗର ବହୁତ ସମୟ ପୂର୍ବରୁ ରିଲେସନରେ ଅଛନ୍ତି ।

ବୟଫ୍ରେଣ୍ଡକୁ ଡିନର ରେ ନେଇଗଲେ ଦିସା ପଟାନୀ

ବର୍ତ୍ତମାନ କିଛି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାକୁ ଲାଗିଛି । ଏହି ଫଟୋରେ ଜଣା ପଡୁଛି କି, ଦିସା ପଟାନୀ ନିଜେ ଡ୍ରାଇଭିଂ କରି ଟାଇଗରଙ୍କୁ ଡେଟ୍ ରେ ନେଇ ଯାଉଛନ୍ତି । ଏହି ଫଟୋକୁ ତାଙ୍କର ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । ଏହି ଫଟୋରେ ଦୁଇଜଣ ବହୁତ ଖୁସି ଥିବା ଜଣା ପଡ଼ୁଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ପ୍ରାୟ ବହୁତ ଥର ଏହି କେମେଷ୍ଟ୍ରି ଦେଖିବାକୁ ମିଳିଥାଏ । ଏହି ଦୁଇ ଜଣଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

କୁଲ୍ ଲୁକ୍ ରେ ନଜର ଆସିଲେ ଟାଇଗର ଓ ଦିସା

ଯଦି ଏହି ଦୁଇଜଣଙ୍କ  କଥା କହିବା ତେବେ, ଭାଇରାଲ ହୋଇଥିବା ଫଟୋରେ ଦୁଇଜଣ ବହୁତ କୁଲ୍ ଲୁକ୍ ରେ ନଜର ଆସୁଛନ୍ତି । ଦିସା ଏହି ଫଟୋରେ ପିଙ୍କ କଲର ର ସ୍ପୋର୍ଟ୍ସ ବ୍ରା ଓ ଟ୍ରାଉଜର ପିନ୍ଧିଛନ୍ତି ଓ ଟାଇଗର ବ୍ଲାକ କଲର ର ଟି ସାର୍ଟ ଓ ଜିନ୍ସ ରେ ନଜର ଆସୁଛନ୍ତି । ଫ୍ୟାନମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଛନ୍ତି । ସେଥିପାଇଁ ଏହି ଦୁଇଜଣଙ୍କର ଫଟୋ ଦିନ କୁ ଦିନ ଭାଇରାଲ ହେଉଛି ।

ବ୍ରେକ୍ଅପ୍ ପରେ ପୁଣି ହେଲା ପ୍ୟାଚଅପ୍

ମିଡିଆ ରିପୋର୍ଟରୁ ଜଣା ପଡିଛି କି କିଛି ମାସ ପୂର୍ବରୁ ଟାଇଗର ଓ ଦିସାଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଯାଇଥିଲା । ଯାହା ଫଳରେ ଦୁହେଁ ଦୁଇଜଣଙ୍କ ସହ ବାହାରକୁ ମଧ୍ୟ ଯାଉନଥିଲେ । ସେଥିପାଇଁ ଏହି ଦୁଇଜଣଙ୍କର ଫ୍ୟାନ ବହୁତ ନିରାଶ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଦୁଇଜଣ ପୁଣି ଥରେ ମିଶି ଯାଇଛନ୍ତି । ଏହି ଡିନର ର ଫଟୋ ଗୁଡିକ ଭାଇରାଲ ହେବାକୁ ଲାଗିଛି । ଏହି ଫଟୋରେ ସଫା ସଫା ନଜର ଆସୁଛି କି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ।