Preity Zinta ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ସ୍ଵାମୀ ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ଫିଲ୍ମ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କର ଧଡକନ ଯାହାକୁକି  ଡିମ୍ପଲ ଗର୍ଲ ନାମରେ ଜଣାଯାଏ ତାଙ୍କୁ  ଆପଣ ତ ନିଶ୍ଚିତ ଜାଣିଥିବେ ସେ ହେଉଛନ୍ତି  ବଲିଉଡର ମସୁର ଅଭିନେତ୍ରୀ ପ୍ରୀତି ଜିଣ୍ଟା  । ପ୍ରୀତି ଜିଣ୍ଟା ଜଣେ ଅଭିନେତ୍ରି ତା ସହିତ ଆଇପିଏଲ ଟିମ କିଙ୍ଗସ ଏଲେଭନ ପଞ୍ଜାବର ମାଲିକ ଅଟନ୍ତି । ଆଜି ଆମେ ପ୍ରୀତି ଜିଣ୍ଟାଙ୍କର ଲାଇଫ ସ୍ଟାଇଲ  ଓ ଲାଇଫ ଷ୍ଟୋରି ବିଷୟରେ ଆପଣଙ୍କୁ କହିବୁ । ପ୍ରୀତି ଜିଣ୍ଟାଙ୍କ  ଜନ୍ମ ୩୧ ଜାନୁଆରୀ ୧୯୭୫ ମସିହାରେ ସିମଳାର ହିମାଚଳପ୍ରଦେଶରେ ହୋଇଥିଲା ।

ସେ ଏବେ ୪୬ ବର୍ଷ  ବୟସର ହୋଇଗଲେଣି । ପ୍ରୀତି ଜିଣ୍ଟା କନଭେନ୍ଟ ଜେସସ ଓ ମ୍ୟାରୀ ବୋର୍ଡିଙ୍ଗ ସ୍କୁଲ  ଶିମଳାର ହିମାଚଳ ପ୍ରଦେଶରେ ପାଠ ପଢିଥିଲେ । ତାପରେ ଲରେନ୍ସ ସ୍କୁଲ ସନବର ସୋଲନ ହିମାଚଳ ପ୍ରଦେଶରେ ମଧ୍ୟ ପାଠ ପଢିଥିଲେ । ତାଙ୍କର st bedge କଲେଜରେ ପାଠ ପାଢୀଥିଲେ  । ତାଙ୍କର ଇଂରାଜୀ ଅନର୍ସ ମଧ୍ୟ ଥିଲା । ସେ ମଧ୍ୟ  କ୍ରୀମିନାଲ ସାଇକୋଲୋଜି ରେ ପୋସ୍ତ ଗ୍ରାଜୁଏଟ କରିଛନ୍ତି ।

ପ୍ରୀତି ଜିଣ୍ଟା    ଜୀବନ ଶୈଳୀ

ପ୍ରୀତି ନିଜ ଅଭିନୟ କ୍ୟାରିୟର ୧୯୯୭ ମସିହାରେ ଆରମ୍ଭ କରିଥିଲେ । ସେତେବେଳେ ସେ ଶେଖର କପୁର ସହ ଦେଖା କରି ଅଡିସନ ଦେଇଥିଲେ ଓ ସେ ସିଲେକ୍ଟ ମଧ୍ୟ ହୋଇ ଯାଇଥିଲେ । ସେହି ଫିଲ୍ମର ନାମ ଥିଲା ତାରା ରମ ପମ ପମ କିନ୍ତୁ  କୌଣସି କାରଣରୁ ଫିଲ୍ମ କ୍ୟାନ୍ସଲ ହୋଇଗଲା । ୧୯୯୮ ମସିହାରେ ଡାଇରେକ୍ଟର ଶେଖର କପୁର ଡାଇରେକ୍ଟର ମଣି ରତ୍ନମକୁ ପ୍ରୀତି ଜିଣ୍ଟା ବିଷୟରେ କହିଥିଲେ । ମଣିରତ୍ନ ପ୍ରୀତିକୁ ଦେଖିକି ସିଲେକ୍ଟ କରିନେଲେ । ସେ ଫିଲ୍ମ ଦିଲ ସେ ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ  । ଏହିଠାରୁ ତାଙ୍କର ଫିଲ୍ମ କ୍ୟାରିୟାର ଆରମ୍ଭ ହୋଇଥିଲା ।

ଯାହାକି ବକ୍ସ ଅଫିସରେ ଏହି ଫିଲ୍ମ ଆସିବା ଦ୍ଵାରା ଭଲ ପଇସା କମେଇଥିଲେ । ତାଙ୍କୁଏହି  ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।  ସେ ତେଲେଗୁ ଫିଲ୍ମ ମଧ୍ୟ କରିଥିଲେ ଏଥିରେ ସେ ବେଷ୍ଟ ଅଭିନେତ୍ରୀ ଭାବେ  ଫିଲ୍ମ ଫେୟାର ଆୱାର୍ଡ଼ ପାଇଥିଲେ । ଏହି ବର୍ଷ ୧୯୯୮ ରେ ବବି ଦେୱାଲ ସହ ଫିଲ୍ମ ସୋଲଯରରେ କାମ କରିଥିଲେ । ଏହାପରେ ୧୯୯୯ ରେ ୩ ଟି ଫିଲ୍ମ ରେ କାମ କରିଥିଲେ । ଗୋଟିଏ ତେଲଗୁ ଫିଲ୍ମ ରାଜା କୁମାରଦୁ , ଦ୍ଵିତୀୟ ଫିଲ୍ମ ଟି ହିନ୍ଦୀ ଫିଲ୍ମ ସଙ୍ଘର୍ଷ ଥିଲା , ତୃତୀୟ ଫିଲ୍ମଟି ଥିଲା ହିନ୍ଦୀ ଫିଲ୍ମ ଦିଲଲଗି ।

୨୦୦୦ ମସିହାରେ ବି ୩ ଟି ଫିଲ୍ମ କରିଥିଲେ ଯେମିତିକି କ୍ୟା କେହେନା , ହର ଦିଲ ଜୋ ପ୍ୟାର କରେଗା , ମିଶନ କାଶ୍ମୀର । ପ୍ରୀତି ଏହି ପରି ବହୁତ ହିଟ ଫିଲ୍ମ ରେ କାମ କରିଛନ୍ତି । ଯେପରିକି ଫର୍ଜ , ଚୋରୀ ଚୁପକେ ଚୁପକେ , ଦିଲ ଚାହାତା, ଦିଲ ହେ ତୁମହାରା , କାଲ ହୋ ନା ହୋ , କୋଇ ମିଲଗେୟା । କିନ୍ତୁ ଏହାପରି ହିଟ ଫିଲ୍ମ ରେ କାମ କରିବା ପରେ ସେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳିଲେ ନାହିଁ । ସେସ ଫିଲ୍ମ ଭାଇଜି ସୁପର ହିଟ ରେ ୨୦୧୮ ରେ ଦେଖିବାକୁ ମିଳିଥିଲେ । ପ୍ରୀତିଙ୍କର ଏକ ଆଇପିଏଲ ଟିମ ଅଛି । ଯାହାର ନାମ କିଙ୍ଗସ ଏଲେଭେନ ।

ପ୍ରୀତିଙ୍କ ପରିବାର

ତାଙ୍କ ପିତାଙ୍କ ନାମ ଦୂରଗାନନ୍ଦ ଜିଣ୍ଟା । ପ୍ରୀତି ଛୋଟ ଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଯାଇଥିଲା । ମାତାଙ୍କର ନାମ ନୀଲପ୍ରଭା ଜିଣ୍ଟା । ମନିଷ ଜିଣ୍ଟା ଓ ଦୀପଙ୍କର ଜିଣ୍ଟା ନାମରେ ଦୁଇ ଭାଇ ଅଛନ୍ତି । ତାଙ୍କ ସ୍ବାମୀଙ୍କର ନାମ, ଗେନେ ଗୁଡନେଫ । ସେ ୨୦୧୬ ରେ ବିବାହ କରିଥିଲେ । ପ୍ରୀତିଙ୍କ ପାଖରେ ୭୮ ଲକ୍ଷ ଟଙ୍କାର ମର୍ଷିଡିଜ କାର ଅଛି ।

୨ କୋଟି ଟଙ୍କାର ରେଞ୍ଜ ରୋବର କାର ଅଛି । ତାଙ୍କର ମୁମ୍ବାଇ ଓ ଶିମଳାରେ ଘର ଅଛି । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ସହ ବହୁତ ସମୟ କାଲିଫର୍ଣ୍ଣିଆ ରେ ରୁହନ୍ତି । ସେ ଗୋଟିଏ ଫିଲ୍ମ କରିବା ପାଇଁ ୪ ରୁ ୫ କୋଟି ଟଙ୍କା ନିଅନ୍ତି । ଗୋଟିଏ ଆଡ ପାଇଁ ୨ କୋଟି ଟଙ୍କା ନିଅନ୍ତି । ତାଙ୍କ ପାଖରେ ୧୧୦ କୋଟି ଟଙ୍କାର ସମ୍ପତି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।