ଫିଲ୍ମ ହିଟ କି ଫ୍ଲପ ହେଲେବି କୌଣସି ପ୍ରଭାବ ପଡେ ନାହିଁ ଏହି ୫ ଜଣ ଷ୍ଟାରମାନଙ୍କର କାମ ଉପରେ, ସବୁବେଳେ ଲାଗି ରହିଥାଏ ଫିଲ୍ମର ଲାଇନ

ବଲୀଉଡର କେତେକ କଳାକାର ଏମତି ଅଛନ୍ତି ଯେଉଁମାନେ ବହୁତ ପରିଶ୍ରମ କରିବା ପରେ ଏକ ଭଲ ଅଭିନେତା କିମ୍ବା ଏକ ଭଲ ଅଭିନେତ୍ରୀ ହୁଅନ୍ତି । ଗୋଟିଏ ଅଭିନେତା ଫିଲ୍ମକୁ ହିଟ କରିବା ପାଇଁ ଦିନ – ରାତି ପରିଶ୍ରମ କରିଥାଏ । ଏମିତିରେ ଯଦି ତାହର ଫିଲ୍ମ ଫ୍ଲପ ହୋଇଯାଏ ତେବେ ସମସ୍ତଙ୍କୁ ଖରାପ ଲାଗିଥାଏ । କିନ୍ତୁ ବଲୀଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କୁ ଫିଲ୍ମ ହିଟ କିମ୍ବା ଫ୍ଲପ ହେବ ଉପରେ କୌଣସି ଫରକ ପଡେ ନାହିଁ ।

ଫିଲ୍ମ ହିଟ ହେଉ କିମ୍ବା ଫ୍ଲପ ହେଉ ଦର୍ଶକମାନେ ତାଙ୍କୁ ସବୁ ରୋଲରେ ପସନ୍ଦ କରନ୍ତି । ଏହି କାରଣରୁ ଏମାନଙ୍କ ପାଖରେ ଫିଲ୍ମର ଲାଇନ ଲାଗିଥାଏ । ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପାଖରେ ଫିଲ୍ମର କୌଣସି ଅଭାବ ନାହିଁ ।

ନବାଜୁଦ୍ଦୀନ ସିଦ୍ଦୀକୀ

ନବାଜୁଦ୍ଦୀନ ସିଦ୍ଦୀକୀଙ୍କର ନାମ ଆଜି ବଲୀଉଡର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ସାମିଲ ଅଛି । ଦୁନିଆ ସାରା ଲୋକମାନେ ତାଙ୍କର ଅଭିନୟକୁ ପସନ୍ଦ କରିଥାନ୍ତି । ଆଜି ନବାଜୁଦ୍ଦୀନଙ୍କ ପାଖରେ ବହୁତ ହିଟ ଫିଲ୍ମ ଅଛି । ବହୁତ ବଡ ଷ୍ଟାର ନ ହେବା ସତ୍ବେ ବି ଆଜି ନବାଜୁଦ୍ଦୀନଙ୍କ ପାଖରେ ବଡ ବଡ ଡାୟରେକ୍ଟର୍ସଙ୍କର ଲାଇନ ଲାଗିଥାଏ ।

ଅରଶଦ ବାରସୀ

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ବର୍ଷ ବିତାଇବା ପରେ ବି ଅରଶଦ ବାରସୀଙ୍କର ନାମ ଆଗରେ ସୁପର ଷ୍ଟାର ଲାଗି ପାରିଲା ନାହିଁ । ଏହା ସତ୍ବେ ବି ଅରଶଦଙ୍କୁ ଦର୍ଶକମାନେ ବଡ ପରଦାରେ ଦେଖିବାକୁ ପସନ୍ଦ କରନ୍ତି । ଅରଶଦ ମୁନ୍ନାଭାଈ ଓ ଗୋଲମାଲ ସୀରୀଜରେ କମାଲ ଅଭିନୟ କଥିଲେ । ଏହି କାରଣରୁ ତାଙ୍କ ପାଖରେ ଫିଲ୍ମର କୌଣସି ଅଭାବ ନାହିଁ ।

ରିତେଶ ଦେଶମୁଖ

ରିତେଶ ଦେଶମୁଖଙ୍କର ନିଜର ଫିଲ୍ମି କ୍ୟାରିୟର ବି ବହୁତ ଭଲ ଅଟେ । ସେ ଆଜି ବଲୀଉଡର ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି । କହିବାକୁ ଗଲେ ରିତେଶ ଅଧିକ ଫିଲ୍ମରେ ନଜର ଆସନ୍ତି ନାହିଁ କିନ୍ତୁ ଯେଉଁ ଫିଲ୍ମରେ ନଜର ଆସନ୍ତି ସେଥିରେ ଦର୍ଶକମାନଙ୍କର ପ୍ରଶଂସା ନିଶ୍ଚିତ ପାଇଥାନ୍ତି । ସେ କମେଡି ଓ ନେଗେଟିବ ଦୁଇଟି ଯାକ ରୋଲକୁ ଭଲ ଭାବରେ କରିଥାନ୍ତି ।

ରାଜକୁମାର ରାୱ

ରାଜକୁମାର ରାୱ ବଲୀଉଡର ଏକ ଜଣା ଶୁଣା ଅଭିନେତା ଅଟନ୍ତି । ସେ ଫିଲ୍ମରେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କୁ ବାନ୍ଧି କରି ରଖିଛନ୍ତି । ସେଥିପାଇଁ ଆଜି ଦୁନିଆସାରା ଲୋକମାନେ ତାଙ୍କୁ ଚିହ୍ନିଛନ୍ତି । ତାଙ୍କର ଲୋକପ୍ରିୟତାରେ କୌଣସି ଅଭାବ ନହିଁ । ରାଜକୁମାରଙ୍କ ପଛରେ ବି ବଡ ବଡ ଡାଯରେକ୍ଟର୍ସ ସ୍କ୍ରିପ୍ଟ ନେଇ ଛିଡା ହୋଇଥାନ୍ତି ।

ଅକ୍ଷୟ କୁମାର

ଅକ୍ଷୟ କୁମାର ବଲୀଉଡର ଏକ ଏମିତି ଅଭିନେତା ଅଟନ୍ତି ଯାହାଙ୍କୁ ଛୋଟ ରୁ ବଡ ସମସ୍ତେ ପସନ୍ଦ କରନ୍ତି । ସେ ସବୁବେଳେ ନିଜର ଫିଲ୍ମ ଜରିଆରେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି । ଅକ୍ଷୟ ବର୍ଷକୁ ବହୁତ ହିଟ ଫିଲ୍ମ ଦିଅନ୍ତି । ଅକ୍ଷୟଙ୍କ ପାଖରେ ଶାହରୁଖ, ସଲମାନ, ଆମିରଙ୍କ ଠାରୁ ବି ଅଧିକ ଫିଲ୍ମ ଆସିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।