ରିଅଲ ଲାଇଫ ରେ ବି ଭଉଣୀ ଅଟନ୍ତି TV ଇଣ୍ଡଷ୍ଟ୍ରି ର ଏହି 10 ଜଣ ଅଭିନେତ୍ରୀ

ଟିଭି ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ କମ୍ ସମୟ ମଧ୍ୟରେ ସଫଳତା ପାଇଛନ୍ତି । ଏହି ଅଭିନେତ୍ରୀ ମାନେ ନା କେବଳ ଅଭିନୟ ପାଇଁ ପ୍ରସିଦ୍ଧ, ଏମାନେ ନିଜ ସୁନ୍ଦରତା ପାଇଁ ଖୁବ୍ ପ୍ରଶଂସା ପାଇଛନ୍ତି । ଆଜି ଦିନରେ ସେମାନଙ୍କ ସୁନ୍ଦରତା ଆକର୍ଷଣୀୟ ହୋଇଥିବାରୁ ଏମାନେ ବହୁତ ଚର୍ଚ୍ଚାର ରୁହନ୍ତି । କଣ ଆପଣମାନେ ଜାଣନ୍ତି ଏମାନଙ୍କ ବାସ୍ତବ ଜୀବନର ଭଉଣୀ ମାନେ ତାଙ୍କଠାରୁ ବହୁତ ସୁନ୍ଦର ଦେଖା ଯାଆନ୍ତି !

ଆଜି ଆମେ ଆପଣଙ୍କୁ କହିବୁ ଟିଭିର କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଭଉଣୀଙ୍କ ସହ ପରିଚୟ କରାଇବୁ ଯିଏ ଦେଖିବାକୁ ସେଇ ଅଭିନେତ୍ରୀଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ ଆଉ କିଏ ତାଙ୍କ ଭଉଣୀ ?

୫- ରୁବୀନା ଦିଲାଇକ୍ : ଟିଭିର ଗୋଟିଏ ଲୋକପ୍ରିୟ ଅଭିନେତ୍ରୀ ରୁବୀନା ଦିଲାଇକ୍ ଯିଏ ‘ଶକ୍ତି ଅସ୍ତିତ୍ବ କି ଏହେସାସ଼ କି’ ସିରିଏଲରେ ଗୋଟିଏ କିନ୍ନରର ସ୍ୟୈମ୍ୟା କଠିନ ଭୂମିକାକୁ ବହୁତ ଭଲ ଭାବେ ଲିଭାଇ ଥିଲେ । ଯଦି ଆମେ ତାଙ୍କ ଭଉଣୀଙ୍କ ବିଷୟରେ କହିବୁ ତାଙ୍କର ଦୁଇ ଭଉଣୀ ଅଛନ୍ତି ରୋହିନୀ ଆଉ ନୈନା ।

ଏହି ଦୁଇ ଜଣ କୈାଣସି ଅଭିନେତ୍ରୀ ନୁହଁନ୍ତି ବରଂ ସାଧାରଣ ଝିଅ ହେଲେ ଏମାନେ କୈାଣସି ହିରୋଇନ୍ ଠାରୁ କମ୍ ନୁହନ୍ତି । ସେ ପ୍ରାୟ ତାଙ୍କ ଭଉଣୀଙ୍କ ସହ ବୁଲିବାର ନଜର ଆସନ୍ତି । ଏମାନେ ଖୁବ୍ ମସ୍ତି କରନ୍ତି ଏବଂ ସାଙ୍ଗରେ ଫଟୋ ଉଠାନ୍ତି । ଆପଣଙ୍କୁ କହିଦବୁ ବର୍ତ୍ତମାନ ତାଙ୍କ ଦୁଇ ଭଉଣୀ ପାଠ ପଢ଼ୁଛନ୍ତି ।

୪- ସନାୟା ଇରାନୀ : ଷ୍ଟାରପ୍ଲସର ଲୋକପ୍ରିୟ ସୋ ଯାହାର ନାଁ ‘ଇସ୍ ପ୍ୟାରକୋ କ୍ୟା ନାମ୍ ଦୂ’ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ସନାୟା ଇରାନୀ ବହୁତ କମ୍ ସମୟରେ ବଡ଼ ସଫଳତା ହାସଲ କରିଥିଲେ । ଯଦି ଆମେ ତାଙ୍କ ଭଉଣୀଙ୍କ ବିଷୟରେ କଥା ହେବା ତାଙ୍କ ଭଉଣୀ ନାଁ କଶ୍ମୀରା ଇରାନୀ । ଦୁହେଁ ବହୁତ କମ୍ ଦିଶନ୍ତି ହେଲେ ତଥାପି ଭଲପାଇବା ବହୁତ ଅଛି ।

ଯେତେବେଳେ ଦୁହେଁ ସାମ୍ନାକୁ ଆସନ୍ତି ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥାନ୍ତି । ତାଙ୍କ ଭଉଣୀବି ଜଣେ ଅଭିନେତ୍ରୀ । ସୋନି ଚ୍ୟାନେଲରେ ‘ଅମ୍ବର ଧାରାରେ’ ଅମ୍ବରରେ ମୁଖ୍ୟ ଭୂମିକା ଲିଭିଇଥିଲେ । ଏହି ଧାରାବାହିକ ପରେ ସେ ବେନାମୀ ହୋଇଯାଇ ଥିଲେ ।

୩- ଫଲକ୍ନାଜ୍ : ସସୁରାଲ୍ ସିମର୍କା ସିରିଏଲରେ ଜାନବୀ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ହେଇଥିବା ଅଭିନେତ୍ରୀ ଫଲକ୍ନାଜ୍ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଯିଏ ସମସ୍ତ ପ୍ରକାର ଭୂମିକାକୁ ବହୁତ ଭଲ ଭାବରେ ଲିଭାନ୍ତି । ଯଦି ଆମେ ତାଙ୍କ ଭଉଣୀଙ୍କ ବିଷୟରେ ଆଲୋଚନା କରିବା ତାଙ୍କ ଭଉଣୀ ସଫକ୍ ରାଜ୍ ଯିଏ ଯାଆଁଳା ଅଟନ୍ତି । ଏହି ଦୁଇ ଜଣଙ୍କ ବନ୍ଧନ ବହୁତ ଭଲ ଅଟେ । ଏମାନେ ସବୁବେଳେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ତାଙ୍କ ଭଉଣୀ ବି ଅଭିନେତ୍ରୀ ଅଟନ୍ତି ଯିଏ ଶୁଭ ବିବାହ, ଚିଡିଆଘର଼ ଏବଂ ମହାଭାରତ ଭଳି ସିରିଏଲରେ କାମ କରିଛନ୍ତି ।

୨- ଶ୍ରୁତି ଝା : କୁମ୍କୁମ୍ ଭାଗ୍ୟ ସିରିଏଲରେ ପ୍ରଜ୍ଞାର ଭୂମିକାରେ ଅଭିନୟ କରି ବିଗତ ୬ବର୍ଷରେ ନିଜର ଏହି ଭୂମିକାକୁ ବହୁତ ଚର୍ଚ୍ଚିତ ବନେଇଛନ୍ତି ଏବଂ ବହୁତ ପ୍ରଶଂସା ମଧ୍ୟ ପାଉଛନ୍ତି । ତାଙ୍କ ଭଉଣୀଙ୍କ ମୀନାକ୍ଶୀ ଝା ଯିଏ ତାଙ୍କ ବଡ ଭଉଣୀ ଅଟନ୍ତି ଯିଏ ତାଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କୁ କହିଦବୁ ତାଙ୍କ ଭଉଣୀ ଲାଇମ୍ଲାଇନ୍ ରେ ରହିବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କ ଭଉଣୀ ଜଣେ ପେଶାରୁ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି ଯିଏ ନିଜ କ୍ଷେତ୍ରରେ ବହୁତ ସଫଳ ଅଛନ୍ତି ।

୧- ଶ୍ରଦ୍ଧା ଆର୍ୟା : ଯିଏ ଜୀଟିଭିର ଲୋକପ୍ରିୟ ସୋ କୁଣ୍ଡଳୀ ଭାଗ୍ୟ ସିରିଏଲରେ ପ୍ରୀତାର ଭୂମିକା ଶ୍ରଦ୍ଧା ଆର୍ୟା ଲିଭାଉଛନ୍ତି ଏବଂ ବହୁତ ସୁନ୍ଦର ଭାବରେ ଭୂମିକା ଲିଭାଇ ଚର୍ଚ୍ଚିତ ହୋଇଯାଇଛି । ଜଦି ଆମେ ତାଙ୍କ ଭଉଣୀଙ୍କ ବିଷୟରେ କଥା ହେବା ତାଙ୍କ ଭଉଣୀ ଦିବ୍ୟା ଆର୍ୟା ଅଟେ । ସେ ତାଙ୍କ ଭଉଣୀ ନୁହେଁ ବରଂ ସାଙ୍ଗ ଅଟନ୍ତି ‌ । ଏହି ଦୁହିଁଙ୍କ ଭିତରେ ବହୁତ ଭଲ ପାଇବା ଦେଖିବାକୁ ମିଳେ, ଯେତେବେଳେ ଦିବ୍ୟାଙ୍କ ସ୍ଵାମୀ ତାଙ୍କ ସହିତ ଘରୋଇ ହିଂସା କରିଥିଲେ ସେତେବେଳେ ସେ ତାଙ୍କ ଭିଣୋଇକୁ ପୋଲିସକୁ ଧରାଇ ଦେଇ ଥିଲେ ।