ଏହି ଦିଗରେ ତିଜୋରିର କବାଟ ଖୋଲିବା ହୋଇଥାଏ ଅଶୁଭ! ସାରା ଧନ ହୋଇଥାଏ ବର୍ବାଦ-Vastu Shastra

ବହୁତ ସମୟ ଏମିତି ହୋଇଥାଏ କି ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆମ ଖର୍ଚ୍ଚ ନିୟନ୍ତ୍ରଣ ହୋଇପାରେନାହିଁ । ଯେତେ ଖର୍ଚ୍ଚ କମ କଲେ ମଧ୍ୟ ପଇସା ରହିନଥାଏ । ଏଥିପାଇଁ ବାସ୍ତୁ ଦୋଷ ମଧ୍ୟ କାରଣ ହୋଇପାରେ । ବାସ୍ତୁ ଅନୁସାରେ ଯଦି ଆପଣ ନିଜ ପଇସା ତିଯୋରି କୁ ଠିକ ସ୍ଥାନରେ ରଖୁନାହାନ୍ତି ତେବେ ଆପଣଙ୍କୁ ଧନ ର ଅଭାବ ହୋଇପାରେ । ଯଦି ଆପଣ ପଇସା ଲକରକୁ ଉଚିତ ସ୍ଥାନରେ ରଖୁଛନ୍ତି ତେବେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବାସ୍ତୁ ଅନୁସାରେ ଏହି ସୃଷ୍ଟିର ରଚନା ପଞ୍ଚ ତତ୍ୱର ମିଶ୍ରଣରେ ହୋଇଛି । ଯେଉଁଥିରେ ଆକାଶ, ପୃଥିବୀ, ଜଳ, ଅଗ୍ନି ଏବଂ ବାୟୁ ସାମିଲ ଅଛି । ଏହାର ସ୍ଵତନ୍ତ୍ର ଅସ୍ତିତ୍ବ ଏବଂ ମହତ୍ୱ ରହିଛି ।

ବାସ୍ତୁର ତାତ୍ପର୍ଯ୍ୟ ଉର୍ଜାକୁ ସକରାତ୍ମକ ପ୍ରଭାବ ପଡିଥାଏ । ଆର୍ଥିକ ଉନ୍ନତି କରିବା ସବୁ ବ୍ୟକ୍ତିମାନଙ୍କ ଜୀବନର ଉଦ୍ଦେଶ୍ୟ ହୋଇଥାଏ । ଏଥିପାଇଁ ପାଞ୍ଚ ତନ୍ତ୍ୱରେ ସନ୍ତୁଳନ ରକ୍ଷା କରି ସକରାତ୍ମକ ପ୍ରଭାବ ଜରୁରୀ ଅଟେ । ଶାସ୍ତ୍ରରେ କୁହାଯାଇଛି ଧନର ଦେବତା କୁବେର ଅଟନ୍ତି । ଏଥିପାଇଁ ଧନକୁ ପୂଜନୀୟ କୁହାଯାଇଛି । ଏହିପରି ବାସ୍ତୁ ଅନୁସାରେ ଧନ ରଖିବାପାଇଁ ମଧ୍ୟ ଉଚିତ ଜାଗା ରହିଛି ।

ଯଦି ଆପଣ ନିଜ ଆଲମାରୀ କୁ ଏମିତି ସ୍ଥାନରେ ରଖୁଛନ୍ତି ଜାଗା ବିଲକୁଲ ଉଚିତ ନୁହେଁ ତେବେ ଆପଣଙ୍କ ପଇସା ବିନା କାରଣରେ ହିଁ ଖର୍ଚ୍ଚ ହେବାକୁ ଲାଗିଥାଏ । ଅକାରଣରେ କୌଣସି ବ୍ୟକ୍ତି ରୋଗରେ ପଡ଼ିଥାଏ । ଯେଉଁ କାରଣରୁ ଆପଣଙ୍କ ପଇସା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଆପଣଙ୍କ ପଇସା ଲକର ଘରର ଠିକ ସ୍ଥାନରେ ରହିବା ଉଚିତ । ବାସ୍ତୁ ଅନୁସାରେ ପଇସା ଲକର ରଖିବାର କିଛି ନିୟମ ରହିଛି । ଆପଣ କେବେ ମଧ୍ୟ ନିଜ ପଇସା ରଖୁଥିବା ଆଲମାରୀ ବା ଲକର କୁ ଖାଲି କରନ୍ତୁ ନାହିଁ । ସେଥିରେ କିଛି ପଇସା ନିଶ୍ଚୟ ରଖନ୍ତୁ ।

ଦର୍ପଣ:- ପଇସା ଲକରରେ ଗୋଟେ ଦର୍ପଣ ରଖନ୍ତୁ ଯେଉଁଥିରେ ଲକର ଖୋଲିଲାବେଲେ ଆପଣଙ୍କ ପ୍ରତିବିମ୍ବ ଦେଖାଯିବ । ଏହାକୁ ବହୁତ ଶୁଭ ବୋଲି କୁହାଯାଏ । ଲକରରେ ଦର୍ପଣ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ଆପଣଙ୍କୁ ଯେବେ ମଧ୍ୟ ଧନର ଅଭାବ ହୋଇନଥାଏ । ଧନର ଆଗମନ ଦୁଇଗୁଣ ଅଧିକ ବଢ଼ିଥାଏ ।

ଏହି ଦିଗରେ ରଖନ୍ତୁ:- ନିଜ ପଇସା ରଖୁଥିବା ଲକରକୁ ସବୁବେଳେ ପଶ୍ଚିମ ଦିଗରେ ରଖନ୍ତୁ । ଯେମିତିକି ଖୋଲିବା ସମୟରେ ତାହା ପୂର୍ବ ଦିଗକୁ ଖୋଲିବ । ଏମିତି କରିବା ଦ୍ଵାରା ଧନର ଦେବତା କୁବେର ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ । ଏବଂ ଆପଣଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ହେବନାହିଁ ।

ଝରକା:- ଏହି କଥାକୁ ସବୁବେଳେ ଧ୍ୟାନରେ ରଖନ୍ତୁ କି ଆପଣଙ୍କ ଆଲମାରୀ ରହୁଥିବା ଉତ୍ତର ଏବଂ ପୂର୍ବ ଦିଗରେ ଝରକା ଥିଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏମିତି ରହିବା ଦ୍ୱାରା ଆପଣଙ୍କ ଧନ ଦିନକୁ ଦିନ ବଢିବାକୁ ଲାଗିଥାଏ । ଏବଂ ଆପଣଙ୍କ ଜୀବନରେ ସବୁ କିଛି ଠିକ ହୋଇଥାଏ ।

କେବେ ମଧ୍ୟ ଭୁଲରେ ପଇସା ରଖୁଥିବା ଲକର ଉପରେ କିଛି ଅଳିଆ ରଖନ୍ତୁ ନାହିଁ । ଏହାର ପ୍ରଭାବ ଆପଣଙ୍କ ଧନ ଉପରେ ପଡ଼ିଥାଏ । ଏବଂ ଆପଣଙ୍କ ଘରେ ଧନର ଅଭାବ ଲାଗିରହିଥାଏ ।

ବୁଢିଆଣୀ ଜାଲ:- ପଇସା ରଖୁଥିବା ଲକର ଉପରେ ବୁଢିଆଣୀ ଜାଲ ଲାଗିବାକୁ ଦିଅନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଯେଉଁଠି ବୁଢିଆଣୀ ଜାଲ ରହିଥାଏ ସେଠି ଅଲକ୍ଷ୍ମି ବାସ କରିଥାନ୍ତି । ଏବଂ ମାତା ଲକ୍ଷ୍ମୀ ଏମିତି ସ୍ଥାନରେ ବାସ କରନ୍ତି ନାହିଁ । ଏହା ଦ୍ଵାରା ଆପଣଙ୍କୁ ସବୁବେଳେ ଧନର ଅଭାବ ହୋଇଥାଏ ।

ଚପଲ, ଜୋତା:- ବାସ୍ତୁ ଅନୁସାରେ ଯଦି ଆପଣ ପଇସା ଲକରରୁ ପଇସା ବାହାରକରୁଛନ୍ତି ତେବେ ଭୁଲରେ ମଧ୍ୟ ଜୋତା ବା ଚପଲ ପିନ୍ଧନ୍ତୁ ନାହିଁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି । ଜାଗା ଫଳରେ ଆପଣଙ୍କ ପାଖରେ ଧନ ରହେ ନାହିଁ ।

ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।