Silpa ଙ୍କ ହୃଦୟ ସହିତ ବହୁତ ଖରାପ ଭାବରେ ଖେଳିଥିଲେ Akshya Kumar, Actress କହିଲେ, ମୋତେ 2 ଥର ୟୁଜ କରିଥିଲେ ଆଉ ତା’ ପରେ ମୋ ସହିତ…

ହିନ୍ଦୀ ସିନେମାରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କର ପ୍ରେମ କାହାଣୀ ଅଧୁରା ରହିଛି । ସେମାନଙ୍କ ମଧ୍ୟରୁ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ନାଁ ସାମିଲ ଅଛି ।

ହିନ୍ଦୀ ସିନେମାରେ ଏମିତି ଏକ ସମୟ ଥିଲା ଯେବେ ଅକ୍ଷୟ ଓ ଶିଲ୍ପାଙ୍କର ପ୍ରେମର ଚର୍ଚ୍ଚା ହେଉଥିଲା । ଅକ୍ଷୟ କୁମାରଙ୍କ ନାଁ ବଲିଉଡ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ହୋଇଛି । ଅକ୍ଷୟ କୁମାର ଓ ଶିଲ୍ପା ସେଠୀଙ୍କ ପ୍ରେମର ଆରମ୍ଭ ୧୯୯୪ରେ ହୋଇଥିଲା । ଫିଲ୍ମ “ମେ ଖିଲାଡ଼ି ତୁ ଅନାଡି” ସୁଟ ସମୟରେ ଦୁହିଙ୍କର ଭେଟ ହୋଇଥିଲା । ସେହି ସମୟରେ ଅକ୍ଷୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ସମ୍ପର୍କରେ ଥିଲେ ତ ଶିଲ୍ପା ସେଠୀ ଓ ରବିନା ଟଣ୍ଡନ ବହୁତ ଭଲ ବନ୍ଧୁ ଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ ଅକ୍ଷୟ ଓ ରବୀନ ମନ୍ଦିରରେ ଲୁଚିକରି ନିର୍ବନ୍ଧ କରିଥିଲେ । କିନ୍ତୁ ଦୁହିଙ୍କ ସମ୍ପର୍କ ବିବାହ ଯାଏଁ ପହଞ୍ଚିବା ପୂର୍ବରୁ ଅକ୍ଷୟ ରବିନାଙ୍କୁ ଛାଡି ଶିଳ୍ପାଙ୍କର ପ୍ରେମରେ ପଡିଥିଲେ । ଅକ୍ଷୟ ଓ ଶିଲ୍ପାଙ୍କର ପ୍ରେମ କାହାଣୀ ମିଡିଆ ଠାରୁ ଆରମ୍ଭ କରି ସମ୍ବାଦ ଓ ମ୍ୟାଗେଜିନ ଯାଏଁ ପହଞ୍ଚି ଥିଲା । ଦୁହେଁ ପରସ୍ପରକୁ ୬ ବର୍ଷ ଡେଟ କରିଥିଲେ ମଧ୍ୟ ଦୁହେଁ ମ୍ୟାରେଜ କରିପାରି ନ ଥିଲେ । ଏହା ପରେ ଅକ୍ଷୟଙ୍କର ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କ ସହ ସମ୍ପର୍କ ଗଢି ଉଠିଲା ଓ ଶିଲ୍ପା ଓ ଅକ୍ଷୟଙ୍କର ପ୍ରେମ କାହାଣୀ ଅଧା ରହିଗଲା ।

ଏଥିପାଇଁ ଅଭିନେତ୍ରୀ ଶିଲ୍ପାଙ୍କୁ ବହୁତ ବଡ ଝଟକା ଲାଗିଥିଲା । ଅକ୍ଷୟଙ୍କ ଠାରୁ ବ୍ରେକପ ପରେ ଶିଲ୍ପା ବହୁତ ଭାଙ୍ଗି ପଡିଥିଲେ । ଏହି ମାମଲାକୁ ନେଇ ଶିଲ୍ପା କହିଥିଲେ ଯେ “ଅକ୍ଷୟ ତାଙ୍କର କେବଳ ବ୍ୟବହାର କରୁଥିଲେ । ବିବାହ ପାଇଁ କଥା ଦେଇ କଥାରୁ ଓହରି ଗଲେ। ଅକ୍ଷୟ ତାଙ୍କୁ ଦୁଇ ଦୁଇ ଥର ଧୋକା ଦେଇଛନ୍ତି ବୋଲି ଶିଲ୍ପା କହିଥିଲେ” । ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କ ପାଇଁ ଅକ୍ଷୟ ଶିଳ୍ପାଙ୍କୁ ଛାଡିଛନ୍ତି ବୋଲି ଶିଲ୍ପା ନିଜ ମତରେ କହିଥିଲେ । ସେ ଯଦି ଅଧିକ କାହା ଉପରେ ରାଗିଛନ୍ତି ତେବେ ସେ ହେଉଛନ୍ତି ଅକ୍ଷୟ ଯିଏ ତାଙ୍କୁ ଧୋକା ଦେଇଛନ୍ତି, ସମୟ ଏହାର ହିସାବ ନେବ ବୋଲି ଶିଲ୍ପା ନିଜ ରାଏରେ କହିଛନ୍ତି ।

ଅକ୍ଷୟଙ୍କ ଡେଟିଙ୍ଗ ହ୍ୟାବିଟକୁ ନେଇ ଶିଲ୍ପା ବହୁତ ବଡ କଥା କହିଥିଲେ । ସେ କହିବା ଅନୁସାରେ “ଅକ୍ଷୟ କୁମାର ନିଜ ଗାର୍ଲଫ୍ରେଣ୍ଡ ମନରେ ବିଶ୍ବାସ କରେଇବା ପାଇଁ ବହୁତ ରାତି ଯାଏଁ ମନ୍ଦିରକୁ ନେଉଥିଲେ । ଭଗବାନଙ୍କୁ ସାକ୍ଷୀ ରଖି ସେ ବିବାହ ପାଇଁ କଥା ଦେଉଥିଲେ ମଧ୍ୟ ଅକ୍ଷୟଙ୍କ ଜୀବନରେ ଯେବେ ନୂଆ ଝିଅ ଆସିଥିଲେ ସେ ଏହି କଥାକୁ ଭୁଲି ବିବାହ କରିବା ପାଇଁ ମନା କରୁଥିଲେ “।

ଶିଲ୍ପାଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଦେବା ପରେ ଅକ୍ଷୟ କୁମାର ୨୦୦୧ରେ ଟ୍ଵିଙ୍କଲ ଖନାଙ୍କ ସହ ମ୍ୟାରେଜ କରିଥିଲେ । ଠିକ ସେହି ପରି ୨୦୦୯ରେ ଶିଲ୍ପା ମଧ୍ୟ ମସୁର ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସାହ ସାତ ଫେରା ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।