“ପରଦେଶୀ ପରଦେଶୀ ଜାନା ନେହିଁ” ଗୀତର ବୋଲ୍ଡ ଡ୍ୟାନ୍ସର ବର୍ତ୍ତମାନ ଦେଖାଯାଉଛନ୍ତି ଏମତି… ଦେଖନ୍ତୁ ଫଟୋସବୁ

ସମସ୍ତଙ୍କୁ ପୁରୁଣା ଦିନର ଫିଲ୍ମର ଗୀତ ଏବଂ ଡାଇଲଗ ବହୁତ ଭଲ ଲାଗେ । କେତେକ ଗୀତ ଆଜି ବି ଲୋକମାନଙ୍କ ମୁହଁ ରେ ଅଛି । ଏହି ମଧ୍ୟରୁ “ରାଜା ହିନ୍ଦୁସ୍ଥାନୀ” ଫିଲ୍ମର ଗୀତ “ପରଦେଶୀ ପରଦେଶୀ ଜାନା ନହିଁ” ଗୀତ ତ ଆପଣ ସମସ୍ତଙ୍କୁ ମନେ ଥିବ । ଏହି ଗୀତ ଗୋଟିଏ ସମୟରେ ସବୁଠୁ ବେଶୀ ହିଟ ହୋଇଥିଲା । ଆଜିକା ସମୟର ନୂଆ ପିଢୀର ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଗୀତ ବହୁତ ପସନ୍ଦ ଲାଗେ ।

ଏହି ଫିଲ୍ମ ଆମିର ଖାନ ଏବଂ କରିଶ୍ମା କପୁରଙ୍କୁ ନେଇ କରାଯାଇଥିଲା । ଏହି ଗୀତରେ ଡାନ୍ସ କରୁଥିବା ଏକ ମହିଳା ମଧ୍ୟ ସାମିଲ ଥିଲେ ।

ଏହି ଡାନ୍ସର ଙ୍କର ନାମ ପ୍ରତିଭା ସିଂହ ଅଟେ । ତାଙ୍କୁ ଏହି “ରାଜା ହିନ୍ଦୁସ୍ଥାନୀ” ଫିଲ୍ମର ଆଇଟମ ଗୀତରୁ ହିଁ ବହୁତ ପରିଚୟ ମିଳିଥିଲା । ଆଜି ଆମେ ଆପଣମାନଙ୍କୁ ପ୍ରତିଭାଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ପ୍ରତିଭା ସିଂହଙ୍କର ଜନ୍ମ ପଶ୍ଚିମ ବଙ୍ଗାଲର ସହର କଲିକତାରେ ୪ ଜୁଲାଇ ୧୯୬୯ରେ ହୋଇଥିଲା । ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ ୧୯୯୨ରେ ଫିଲ୍ମ “ମହବୂବ ମେରେ ମହବୂବ ମେରେ” ରୁ କରିଥିଲେ । ଏହା ପରେ ସେ “ରାଜା ହିନ୍ଦୁସ୍ତାନୀ” ଫିଲ୍ମର ଆଇଟମ ଗୀତରେ ଡାନ୍ସ କରିଥିଲେ । ତାଙ୍କର ଏହି ଡାନ୍ସ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ପ୍ରତିଭା ବେଶୀ ଫିଲ୍ମରେ କାମ କରିନାହାନ୍ତି । ତାଙ୍କର ଶେଷ ଫିଲ୍ମ ୨୦୦୦ ରେ “ଲେ ଚଲେ ଅପନେ ସଙ୍ଗ” ଆସିଥିଲା । ଏହି ଫିଲ୍ମ ପରେ ସେ ସବୁ ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଛାଡିଦେଇଥିଲେ ଏବଂ ମିଡିୟା ଠାରୁ ପୂରାପୂରି ଦୂରେଇ ଗଲେ । କିନ୍ତୁ ଆଜିକା ସମୟରେ ତାଙ୍କର ଲୁକ ପୂରାପୂରି ବଦଳି ଯାଇଛି । ଆଜିର ଏହି ଆର୍ଟିକୀଳରେ ଆମେ ଆପଣଙ୍କ ପାଇଁ ପ୍ରତିଭାଙ୍କର କିଛି ନୂଆ ଫଟୋ ଦେଖେଇବାକୁ ଯାଉଛୁ ।

ଏମିତି ଏକ ସମୟ ଥିଲା ଯେଉଁ ସମୟରେ ସେ କରିଶ୍ମା କପୁରଙ୍କ ପାଇଁ ପ୍ରତିଦ୍ଵନ୍ଦୀ ହୋଇ ଯାଇଥିଲେ । ପ୍ରତିଭା “ଦୀୱାନା ମସ୍ତାନା, ଜଞ୍ଜିର, ସୈନ୍ୟ ରାଜ, ଲେ ଚଲେ ଅପନେ ସଂଗ” ଭଳି ଫିଲ୍ମରେ ପ୍ରମୁଖ ଥିଲେ ଏବଂ ଏହା ପରେ ସେ ରାଜା ହିଦୁସ୍ଥାନୀ ଫିଲ୍ମର ଗୀତରେ ବହୁତ ଚର୍ଚିତ ହୋଇଥିଲେ । କିନ୍ତୁ ଏହା ପରେ ତାଙ୍କୁ ସେମିତି କିଛି ସଫଳତା ମିଳିଲା ନାହିଁ ।

ଏକ ହିନ୍ଦୀ ମାଗାଜିନ ଅନୁସାରେ ସେହି ସମୟରେ ସଂଗୀତକାର ନଦିମଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ବୋଧେ ସେଥିପାଇଁ ସେ ନିଜର ଧ୍ୟାନ ଫିଲ୍ମ ଜଗତରୁ ହଟାଇ ଦେଲେ ଏବଂ ବଲୀଉଡ କୁ ଛାଡିବା ହିଁ ଠିକ ଭାବିଲେ । କିନ୍ତୁ ବର୍ତ୍ତମାନ ପ୍ରତିଭା ସୋସିୟାଲ ମିଡିୟାରେ ବହୁତ ଆକ୍ଟିବ ଅଛନ୍ତି ।

ଆପଣମାନଙ୍କୁ ଆମର ଏହି ପୋଷ୍ଟଟି କେମିତି ଲାଗିଲା ତଳେ କମେଣ୍ଟ ବକ୍ସରେ ନିଜର ମତାମତ ଲେଖନ୍ତୁ । ଭଲ ଲାଗିଲେ ଶେୟାର କରିବେ ଓ ଆମ ପେଜକୁ ଲାଇକ କରିବେ ।