ଦରିଦ୍ରତା କାରଣରୁ ଏହି 5 ଜଣ ଷ୍ଟାରଙ୍କୁ ବହୁତ ଖରାପ ଦିନର ସାମ୍ନା କରିବାକୁ ପଡିଥିଲା, ନଂ 4 ଙ୍କ ଲାସ କୁ ତ କେହି ବି ନେବା ପାଇଁ ଆସି ନଥିଲେ

ବଲିଉଡରେ ସଫଳତା ପାଇବା ଯେତିକି ସହଜ, ତାକୁ ବଜାୟ ରଖିବା ସେତିକି କଷ୍ଟକର ଅଟେ । ଏହି କାରଣରୁ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ଖୁବ ପଇସା ଓ ନାମ କମାଇଥିଲେ। କିନ୍ତୁ ଜୀବନରେ ଏମିତି ସମୟ ଆସିଥିଲା ଯେବେ ସେମାନେ ପଇସା ପାଇଁ ତରସି ଯାଇଥିଲେ । କିଛି ତ ଏତେ କଙ୍ଗାଳ ହୋଇ ଯାଇଥିଲେ ଯେ ନିଜର ଚିକିତ୍ସା ପାଇଁ ମଧ୍ୟ ତାଙ୍କ ପାଖେ ପଇସା ନଥିଲା । ଆଜି ଆମେ ଆପଣଙ୍କୁ ଏହିପରି କିଛି କଳାକାରଙ୍କ ବିଷୟରେ କହିବୁ ।

ଅଭିନେତ୍ରୀ ମୀନା କୁମାରୀଙ୍କୁ ଲୋକେ ଟ୍ରାଜେଡି କ୍ଵିନ ବୋଲି ମଧ୍ୟ କୁହନ୍ତି । ସେ ଯେତେ କମ ବୟସରୁ ଲୋକପ୍ରିୟତା ହାସଲ କରିଥିଲେ ସେତେ କମ ବୟସରୁ ଖୁବ ସଂ-ଘ-ର୍ଷ ମଧ୍ୟ କରିଥିଲେ । ‘ପାକିଜା’ ଫିଲ୍ମ ପରେ ସେ କୋମାରେ ଚାଲି ଯାଇଥିଲେ ଓ ତାଙ୍କ ପାଖେ ଚିକିତ୍ସା ପାଇଁ  ମଧ୍ୟ ପଇସା ନଥିଲା । ମାତ୍ର ୩୮ ବର୍ଷ ବୟସରେ ତାଙ୍କର ନି-ଧ-ନ ହୋଇ ଯାଇଥିଲା ।

୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଏ.କେ.ହଙ୍ଗଲ ବଲିଉଡରେ ଅନେକ ଫିଲ୍ମରେ କାମ କରିଥିଲେ । ‘ସୋଲେ’ ଫିଲ୍ମରେ ତାଙ୍କ ଡାଇଲଗ ‘ଇତନା ସନ୍ନାଟା କ୍ୟୁ ହେ ଭାଇ’ ଆଜି ବି ଖୁବ ଫେମସ ଅଟେ । ସେ ଭାରତ ବିଭାଜନ ସମୟରେ ମୁମ୍ବାଇ ଆସିଥିଲେ । ତାଙ୍କ ଅନ୍ତିମ ସମୟରେ ତାଙ୍କୁ କିଡନୀ ରୋଗ ସହ ଆହୁରି ଅନେକ ଗମ୍ଭୀର ରୋଗ ହୋଇଥିଲା । କିନ୍ତୁ ତାଙ୍କ ପାଖେ ଚିକିତ୍ସା ପାଇଁ ପଇସା ନଥିଲା । ସେ ଶେଷ ସମୟରେ ଏକ ଭଙ୍ଗାରୁଜା ଭଡା ଘରେ ରହୁଥିଲେ । ତାଙ୍କ ଦୟନୀୟ ସ୍ଥିତି ଦେଖି କିଛି ଷ୍ଟାର ତାଙ୍କୁ ସାହାଯ୍ୟ କରିଥିଲେ ।

ଭଗବାନ ଆଭାଜି ଓରଫ ଭଗବାନ ଦାଦା ପ୍ରଥମେ ଜଣେ ଦିନ ମଜୁରିଆ ଥିଲେ । ଆକ୍ଟିଙ୍ଗ ସଉକ ତାଙ୍କୁ ମୁମ୍ବାଇ ନେଇ ଆସିଥିଲା । ‘କ୍ରି-ମି-ନା-ଲ’ ଫିଲ୍ମରେ ଡେବ୍ୟୁ ପରେ ସେ ଧୀରେ ଧିରେ ସଫଳତାର ସିଡି ଚଢିବାକୁ ଲାଗିଲେ । କିନ୍ତୁ ଏକ ସମୟରେ ତାଙ୍କ ଫିଲ୍ମ ଲଗାତାର ଫ୍ଲପ ହେବା ପରେ ସେ ଦାଣ୍ଡକୁ ଆସି ଯାଇଥିଲେ । ଏପରିକି ତାଙ୍କୁ ୨୫ ବଖରା ବିଶିଷ୍ଟ ବଙ୍ଗଳା ଏବଂ ୭ଟି କାର ମଧ୍ୟ ବିକ୍ରି କରିବାକୁ ପଡିଥିଲା । ପରେ ହୃ-ଦ-ଘା-ତରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।

ବଲିଉଡର ସବୁଠୁ ସୁନ୍ଦରୀ ଏବଂ ବୋଲ୍ଡ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ପରୱିନ ବିବିଙ୍କ ଫିଲ୍ମ କ୍ଯାରିଅର ମଧ୍ୟ ଖୁବ ଭଲ ଥିଲା । ନିଜ କ୍ଯାରିଅରର ଶୀର୍ଷରେ ଥିବା ବେଳେ ସେ ଅଧ୍ୟାତ୍ମର ଖୋଜରେ ଆମେରିକା ଚାଲି ଯାଇଥିଲେ । ମୁମ୍ବାଇ ଫେରିବା ପରେ ତାଙ୍କର ଓଜନ ବଢିବା ସହ ତାଙ୍କୁ ଡାଇବେଟିସ ଏବଂ ଗ୍ୟାଗରିନ ରୋଗ ମଧ୍ୟ ହୋଇଥିଲା । ତାଙ୍କୁ ପ୍ରେମରେ ବି ଧୋକା ମିଳିଥିଲା ଓ ସେ ମାନସିକ ଭାବେ ମଧ୍ୟ ଅସୁସ୍ଥ ରହିବାକୁ ଲାଗିଥିଲେ । ରୋଗ ଯୋଗୁଁ ତାଙ୍କର କିଡନୀ ଏବଂ ଆଉ କେତେକ ଅଙ୍ଗ ମଧ୍ୟ କାର୍ଯ୍ୟ କରୁ ନଥିଲା । ଦିନେ ତାଙ୍କ ନିଜ ଫ୍ଲାଟରେ ମୃ-ତା-ବ-ସ୍ଥା-ରେ ମିଳିଥିଲା ତାଙ୍କ ଶରୀର ।

ପାକିଜା ଫେମ ଗୀତା କପୁର ମଧ୍ୟ ଅନ୍ତିମ ସମୟରେ ବହୁତ ଖରାପ ଅବସ୍ଥାରେ ଥିଲେ । ତାଙ୍କ ପିଲାମାନେ ତାଙ୍କୁ ଶେଷ ସମୟରେ ହସ୍ପିଟାଲରେ ଛାଡି ପଳାଇ ଯାଇଥିଲେ । ଆର୍ଥିକ ଅଭାବ ଯୋଗୁଁ ଅନ୍ୟ କିଛି କଳାକାର ମାନେ ତାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇଥିଲେ । କିନ୍ତୁ ସେ ବଞ୍ଚି ପାରି ନଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।