ଏହାକୁ ବନେଇ ଲଗେଇ ଦିଅନ୍ତୁ, ଗୋଟିଏ ବି ମଶା ଘରେ ଦେଖା ଯିବେନି ( Mosquito Repellent)

ପ୍ରତିବର୍ଷ ଅଗଷ୍ଟ ମାସ ୨୦ ତାରିଖକୁ ବିଶ୍ଵ ମଶା ଦିବସ ରୂପେ ପାଳନ କରାଯାଏ । ଏହି ଦିବସର ବିଶେଷତ୍ଵ ହେଉଛି, ୨୦ ଅଗଷ୍ଟ ୧୮୯୭ ରେ ସାର ରୋନାଲଡୋ ରସ୍, ମାଈଏନଫୋଲିସ ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ହୋଇଥାଏ ବୋଲି ଆବିଷ୍କାର କରିଥିଲେ । ଏହା ପୂର୍ବରୁ ବିଶ୍ବାସ ଥିଲା ଯେ, ଦୂଷିତ ବାଇ ଶ୍ବାସକ୍ରିୟାରେ ନେବା ଦ୍ଵାରା ଏହି ରୋଗ ହୋଇଥାଏ । ଏପରି ତଥ୍ୟ ଆବିଷ୍କାର କରିବା ପାଇଁ ତାଙ୍କୁ ସମ୍ମାନଜଣକ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା । ମଶା କା-ମୁ-ଡି-ବା ଦ୍ଵାରା ଡେଙ୍ଗୁ ଓ ମ୍ୟାଲେରିଆ ପରି ଭୟଙ୍କର ରୋଗମାନ ହୋଇଥାଏ ।

ସେଥିପାଇଁ ମଶାଙ୍କୁ ଦୂରେଇ ରଖିବା ପାଇଁ ବଜାରରେ ମିଳୁଥିବା ଅନେକ ମଶାଧୂପ ବା କଏଲ ଆପଣ ବ୍ୟବାହାର କରିଥାନ୍ତି । ଯାହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ମଶା ଉପଚାର ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ନିମପତ୍ର । ନିମପତ୍ର ଆମ ଶରୀର ପାଇଁ କେତେ ଉପଯୋଗୀ ତାହା ଆମେ ସମସ୍ତେ ଜାଣିଛୁ । ମଶା ଘଉଡାଇବା ପାଇଁ ମଧ୍ୟ ଏହି ପତ୍ର ଖୁବ ଲାଭଦାୟକ ଅଟେ । ଆପଣ ଦୁଇ ମୁଠା ନିମପତ୍ରକୁ ଭଲ ଭାବେ ଧୋଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।

ଦ୍ଵିତୀୟରେ ଆପଣଙ୍କୁ ଆବଶ୍ୟକ ରାଶି ତେଲ । ଆପଣ ଚାହିଁଲେ ସୋରିଷ କିମ୍ବା ନଡିଆ ତେଲ ନେଇପାରିବେ । କିନ୍ତୁ ରାଶି ତେଲ ଏହା ଅପେକ୍ଷା ଶସ୍ତା ଅଟେ । ତେଣୁ ଗ୍ଯାସରେ ଏକ ପାତ୍ର ଗରମ କରି ସେଥିରେ ଦେଢ କପ୍ ରାଶି ତେଲ କମ ଆଞ୍ଚରେ ରଖି ଗରମ କରନ୍ତୁ ଓ ସେଥିରେ ବାଟି ରଖିଥିବା ନିମପତ୍ର ଗୁଣ୍ଡକୁ ମିଶାଇ ଦିଅନ୍ତୁ । ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ କମ ଆନଚରେ ଗରମ କରନ୍ତୁ । ଦେଖିବେ ନିମପତ୍ର ସଂପୂର୍ଣ୍ଣ ଜଳିଯିବ ଓ ସମସ୍ତ ପୋଷକତତ୍ତ୍ଵ ସେହି ତେଲ ମଧ୍ୟକୁ ଆସିଯିବ ।

ଥଣ୍ଡା ହେବା ପରେ ଏହି ତେଲକୁ ଛାଣି ଦିଅନ୍ତୁ ଓ ସେଥିରେ ଏକ ଚାମୁଚ ଗନ୍ଧକର୍ପୁର ଗୁଣ୍ଡ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କୁ ଦରକାର ହେବେ ଏକ ଛୋଟ ଡବା । ଯେଉଁଥିରୁ ଆପଣ ଡିବିରି ପ୍ରସ୍ତୁତ କରିବେ । ଏଥିପାଇଁ ଡବାର ଠିପି ମଝିରେ ଏକ ଛୋଟ କଣା କରି ଦିଅନ୍ତୁ ଓ ସେଥିରେ ସଳିତା ପୁରେଇ ଦିଅନ୍ତୁ । ସଳିତାର ଅଗ୍ରଭାଗକୁ ସେହି ତେଲରେ ପ୍ରଥମେ ବୁଡାଇ ଦିଅନ୍ତୁ ଓ ଏହାପରେ ସେହି ଡବା ଭିଆତରେ ପ୍ରସ୍ତୁତ ତେଲ ପୁରେଇ ଠିପି ବନ୍ଦ କରି ଦିଅନ୍ତୁ ।

ଏହି ତେଲକୁ ଆପଣ ଘରର ଯେକୌଣସି ସ୍ଥାନରେ ଜଳେଇକି ରଖି ଦିଅନ୍ତୁ । ଦେଖିବେ ୫ ମିନିଟ ମଧ୍ୟରେ ସବୁ ମଶା ପଳେଇଯିବେ । ଏହି ଉପାୟ ଆପଣଙ୍କ ଶରୀର ଉପରେ ମଧ୍ୟ କୌଣସି ପ୍ରଭାବ ପକାଇବା ନାହିଁ । ଏହାଛଡା ଘରୁ ଅନ୍ୟ ପୋକଜୋକ ଏବଂ ରୋଗଜୀବାଣୁ ମଧ୍ୟ ଦୂରେଇ ଯିବେ । ଆପଣଙ୍କୁ ଆମ ଆର୍ଟିକିଲ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।