ଯେତବେଳେ ରାମଙ୍କ ରଥକୁ ଟାଣି ପାରୁନଥିଲା ଘୋଡା ସେତବେଳେ କରିବାକୁ ପଡିଥିଲା ଏହି କାମ, ଲକ୍ଷ୍ମଣ କହିଲେ ଶୁଟିଙ୍ଗ ସମୟର ଏମିତି ସବୁ ମଜାଳିଆ କଥା

କରୋନା ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ତା କରାଯାଇଛି ଏବଂ ଲୋକ ମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ମଧ୍ୟ କୁହାଯାଉଛି । ଘରେ ରହିଥିଲା ଲୋକ ମାନଙ୍କର ମନୋରଞ୍ଜନ କରିବା ପାଇଁ ଦୂରଦର୍ଶନରେ ଲୋକପ୍ରିୟ ଧାରାବାହିକ ରାମାନନ୍ଦ ସାଗାରଙ୍କର ‘ରାମାୟଣ’ ପ୍ରସାରଣ କରାଯାଉଥିଲା । ରାମାୟଣ ସହିତ ସେଥିରେ ଥିବା ଚରିତ୍ର ମାନେ ବି ଏହି ସମୟରେ ବହୁତ ଚର୍ଚାରେ ଅଛନ୍ତି । ଏହି ଧାରାବାହିକରେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀ ସୁଟିଙ୍ଗ ସମୟର ମଜାଳିଆ କଥା ଶେୟାର କରିଛନ୍ତି । ସୁନୀଲ ଭଗବାନ ରାମଙ୍କର ବନବାସ ଯିବାର କାହାଣୀ କହିବା ସମୟରେ କିଛି ମଜାଳିଆ କଥା କହିଛନ୍ତି ।

ସୁନୀଲ କହିଥିଲେ କି ଯେତବେଳେ ଆମେ ବନବାସ ଯିବା ପାଇଁ ବାହାରିଥିଲୁ ଏବଂ ରଥ ଖାଲି ଥିଲା ସେତବେଳେ ଘୋଡା ଗୋଟିଏ ସ୍ଥାନରେ ଠିଆ ହେଉନଥିଲେ କିନ୍ତୁ ଯେତବେଳେ ଆମେ ରଥରେ ବସିଲୁ ଘୋଡା ଚାଲିବାର ନାମ ହିଁ ନେଲେନି । ଏହି ସମୟରେ ରଥର ମାଲିକ ଘୋଡାଙ୍କୁ ଟାଣି ନେଇଥିଲେ । ଆପଣ ଯଦି ଭଲ ଭାବରେ ଦେଖିବେ ତାହେଲେ ଜାଣି ପାରିବେ କି ରଥର ମାଲିକ ଘୋଡାକୁ ଟାଣି ନେଉଛନ୍ତି ।

ସୁନୀଲ କହିଛନ୍ତି ଆଉ ଏକ କ୍ୟାରେକ୍ଟର ଥିଲା ତାଙ୍କର ଦାଢି ନିଶ ଲଗାଯାଇଥିଲା ଏବଂ ସେ କହିଥିଲେ ମୁଁ ରାମଙ୍କୁ ଯିବା ପାଇଁ ଦେବି ନାହିଁ । ସେ ଆମର ରାଜା ଅଟନ୍ତି । ରାମ ଯେଉଁଠିକୁ ଯିବେ ମୁଁ ବି ସେଠାକୁ ଯିବି । ଏହି ଡାଇଲଗ କହିବା ସମୟରେ ଦାଢି ନିଶ ଖାଲି ଖସି ଯାଉଥିଲା ଯେଉଁଥି ପାଇଁ ଶଟ ପୁରା ହେଇ ପାରୁନଥିଲା ଏବଂ ଲୋକମାନେ ବହୁତ ହସୁଥିଲେ ।

ଏହି ସମୟରେ ରାମାନନ୍ଦ ସାଗର ମେକପ ଭାଇଙ୍କୁ ଡାକି କହିଲେ କି ତାଙ୍କର ଦାଢିକୁ ଏମିତି ଲଗାଅ ଯେ ଯାହା ଗାଧୋଇବା ପରେ ମଧ୍ୟ ବାହାରିବ ନାହିଁ । ତାପରେ ଭାଇ ଦାଢିକୁ ଠିକ କଲେ ଏବଂ ସୁଟ ପୁରା ହେଲା ।

ସୁନୀଲ ଆଉ ଏକ କଥା କହିଲେ ଯେତବେଳେ ଆମେ ନଦୀ ପାଖରେ ପହଞ୍ଚି ଥିଲୁ ସେତବେଳେ ରାମ କହିଥିଲେ ଆଜି ଏଠାରେ ରହିବା ଏବଂ କାଲି ସକାଳୁ ଆଗକୁ ଯିବା । ସେହି ସମୟରେ ପ୍ରଜାଙ୍କୁ ଦେଖାଇବା ପାଇଁ ଭିଡର ବହୁତ ଆବଶ୍ୟକ ଥିଲା କିନ୍ତୁ ଲୋକ ମିଳୁନଥିଲେ । କାରଣ ସେହି ସମୟରେ ରାମାୟଣ ବହୁତ ପପୁଲାର ହୋଇଯାଇ ଥିଲା ଓ ସେତେବେଳେ ୫-୬ ଟି ବସରେ ଭରି ହୋଇ ଲୋକ ଆମକୁ ଦେଖିବାକୁ ଆସୁଥିଲେ । ସେହି ପରିସ୍ଥିତିରେ ଲୋକ ମାନଙ୍କୁ ମିଛ କହି ସିନଟି ପୁରା ହୋଇଥିଲା ।