ଗୌତମ ଗମ୍ଭୀର ଶାହିଦ ଅଫରିଦି ଓ ଇମରାନଙ୍କୁ ଦେଖାଇଲେ ନିଜ ଔକାତ, କହିଲେ ଏମିତି କଥାକି ଜାଣି ଆପଣବି ଗର୍ବ କରିବେ

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଗୌତମ ଗମ୍ଭୀର ପାକିସ୍ଥାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଅଫରିଦି ଏବଂ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କୁ ଜୋକର ବୋଲି କହିଲେ ଏବଂ ଏହୁ ଦୁଇ ଜଣଙ୍କୁ ମୂର୍ଖ ବୋଲି କହି ଟୁଇଟ କରିଛନ୍ତି । ଶାହିଦ ଅଫରିଦି ଙ୍କର ଭାଇରାଲ ହେଉଥିବା ଭିଡିଓର ପ୍ରତିକ୍ରିୟାରେ ଗୌତମ ଗମ୍ଭୀର ଏହି ବୟାନ ଦେଇଛନ୍ତି । ବର୍ତ୍ତମାନ ଅଫରିଦି ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି ଏବଂ ଏହି ଭିଡିଓରେ ଅଫରିଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଡରୁଆ’ ବୋଲି କହିଛି । ଏହି ଭିଡିଓରେ ମଧ୍ୟ ଅଫରିଦି ଭାରତ ବିରୁଦ୍ଧରେ ତୀବ୍ର ସମାଲୋଚନା କରିଛି । ତାଙ୍କର ଏହି ଭିଡିଓକୁ ଗୌତମ ନିଜ ହିସାବରେ ଜବାବ ଦେଇଛନ୍ତି ।

କଣ କହିଥିଲେ ଭିଡିଓରେ

ଅଫରିଦି ଙ୍କର ଭାଇରାଲ ହେଉଥିବା ଭିଡିଓରେ ସେ କହିଛନ୍ତି କି ମୋଦୀ ବହୁତ ସାହସୀ ହେବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ଜଣେ ଡରୁଆ ଅଟନ୍ତି । ଏତେ ଛୋଟ କାଶ୍ମୀର ପାଇଁ ସେ ୭ଲକ୍ଷ ସେନା ଜମା କରିଛନ୍ତି ଯେତେବେଳେ କି ପାକିସ୍ଥାନର ସମୁଦାୟ ସେନା ୭ଲକ୍ଷ ଅଟନ୍ତି କିନ୍ତୁ ତାଙ୍କୁ ଏହା ଜଣା ନାହିଁ କି ତାଙ୍କ ପଛରେ ୨୨-୨୩ କୋଟି ସେନା ବା ପାକିସ୍ଥାନର ଜନସଂଖ୍ୟା ଠିଆ ହୋଇଛନ୍ତି ।

କଣ ଲେଖିଲେ ଗୌତମ ଗମ୍ଭୀର ଟୁଇଟରେ

ଗୌତମ ଗମ୍ଭୀର ନିଜର ଟୁଇଟରେ କହିଛନ୍ତି କି ପାକିସ୍ଥାନ ପାଖରେ ୭ଲକ୍ଷ ସେନା ଅଛନ୍ତି ଏବଂ ୨୦କୋଟି ଲୋକ ତାଙ୍କ ପଛରେ ଠିଆ ହୋଇଛନ୍ତି । ତଥାପି କାଶ୍ମୀର ପାଇଁ ୭୦ବର୍ଷରୁ ଭିକ ମାଗୁଛନ୍ତି । ଅଫରିଦି, ଇମରାନ ଏବଂ ବାଜବା ଭଳି ଜୋକର ହିଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଖରାପ କଥା ହିଁ କହିପାରିବେ ଯେଉଁ ମାନଙ୍କୁ ପାକିସ୍ଥାନର ଲୋକ ମାନେ ବୋକା ବନାଉଛନ୍ତି । କିନ୍ତୁ କାଶ୍ମୀର କେବେ ହେଲେ ମିଳିବ ନାହିଁ, ମନେ ଅଛି ନା ବାଙ୍ଗଲାଦେଶ ?

ଗମ୍ଭୀର ଙ୍କର ଏହି ଟୁଇଟ ମାଧ୍ୟମରେ ପାକିସ୍ଥାନ ଦେଶକୁ ଠିକ ଜବାବ ମିଳିଛି ଏବଂ ଅଫରିଦି ଙ୍କୁ ତାଙ୍କର ଔକାତ ଜଣାପଡି ଯାଇଛି । ଏହା ପୂର୍ବରୁ ବି ପାକିସ୍ଥାନର ପୂର୍ବତନ କ୍ରିକେଟର କାଶ୍ମୀର ଏବଂ ଭାରତକୁ ନେଇ ଏମିତି କିଛି କହିବାର ଦେଖାଯାଇ ଥିଲା ଏବଂ ଅଫରିଦି ଙ୍କର ଏହି କଥାର ଜବାବ ମଧ୍ୟ ଗୌତମ ଦେଇଥିଲେ ।

ଶାହିଦ ଅଫରିଦି ଙ୍କ ବ୍ୟତୀତ ମଧ୍ୟ ଜାବେଦ ମିୟାଦାଦ ଏକ ବିବାଦୀୟ ବୟାନରେ କହିଥିଲେ କି ମୁଁ ଛକା ମାରିପାରୁଛି ତାହେଲେ ମଣିଷଙ୍କୁ ମାରି ବି ପାରେ । ଏହା ବୟାନ ସ୍ପଷ୍ଟ କରିଦେଇଛି କି ସେମାନଙ୍କର ଭାବନା କେମିତି ଏବଂ ସେମାନେ ଭାରତକୁ କେବେ ହେଲେ ସହିପାରୁ ନାହାଁନ୍ତି ।

ଗୌତମ ଗମ୍ଭୀର ପୂର୍ବଦିଲ୍ଲୀ ର ଲୋକସଭା ସାଂସଦ ଅଟନ୍ତି ଏବଂ ସେ ବିଜେପି ପାର୍ଟିନେତା ଅଟନ୍ତି । ସେ ରାଜନୀତିରେ ଦୁଇ ବର୍ଷ ଭିତରେ ବହୁତ ସକ୍ରିୟ ହୋଇଯାଇଛନ୍ତି ଏବଂ ସମୟ ସମୟରେ ସବୁ କଥା ଉପରେ ନିଜର ରାୟ ରଖିଥାନ୍ତି । ଯିଏ ଭାରତ ବିଷୟରେ କହିଥାନ୍ତି ସେ ତାଙ୍କୁ ତାର ଠିକ ଜବାବ ଦେଇଥାନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।