ଦେଖନ୍ତୁ ଭିଡିଓ, ସେଲଫି ନେଉଥିବା ଫ୍ୟାନ ଉପରେ ରାଗିଗଲେ ସଲମାନ, ଛଡାଇ ନେଲେ ଫୋନ ଓ କଲେ ଏମିତି କାମ, ଫ୍ୟାନମାନେ କଲେ ଟ୍ରୋଲ

ବଲିଉଡ୍ ର ଚୁଲବୁଲ ପାଣ୍ଡେ ସଲମାନ ଖାନଙ୍କ ଲୋକପ୍ରିୟତା ବହୁତ ରହିଛି । ସଲମାନ ଖାନଙ୍କ ଫ୍ୟାନମାନେ ସଲମାନଙ୍କ ଅଭିନୟ ସହିତ ତାଙ୍କର ବ୍ୟବହାରକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଲୋକମାନେ ତାଙ୍କର ବ୍ୟବହାର ପାଇଁ ତାଙ୍କର ବହୁତ ପ୍ରଶଂସା କରନ୍ତି । ହେଲେ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସାଧାରଣତଃ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ପ୍ରତିକ୍ରିୟା ଦେଇଥିବା ଫ୍ୟାନ୍ସ

ସଲମାନଙ୍କ ଫ୍ୟାନମାନେ ସଲମାନଙ୍କ ବ୍ୟବହାରକୁ ବହୁତ ପ୍ରଶଂସା କରନ୍ତି । ହେଲେ ଏହି ଭିଡିଓରେ ସଲମାନଙ୍କ ବ୍ୟବହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ସଲମାନଙ୍କର ଏକ ଫ୍ୟାନ ସେଲଫି ନେଉଥିବା ସମୟରେ, ହଠାତ ସଲମାନ ତା ହାତରୁ ଫୋନ ଛଡାଇ ନେଉଛନ୍ତି ଓ ଆଗକୁ ବଢି ଚାଲିଯାଉଛନ୍ତି । ସଲମାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ସମସ୍ତେ ଏହି ଭିଡିଓକୁ ସେୟାର କରୁଛନ୍ତି । ସଲମାନଙ୍କ ଏହି ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ କହିଛନ୍ତି କି, ଏତେ ଆଟିଚ୍ୟୁଡ ସଲମାନଙ୍କର କେଉଁଠୁ ଆସିଲା ।

କଣ ସବୁ ଲେଖିଛନ୍ତି ଫ୍ୟାନ୍ସ

ସଲମାନଙ୍କ ଏହି ଭିଡିଓକୁ ସଲମାନ ଖାନଙ୍କ ଫ୍ୟାନ ପେଜରେ ସେୟାର କରାଯାଇଛି । ସମସ୍ତଙ୍କ ଧ୍ୟାନ ଏହି ଭିଡିଓ ଉପରେ ରହିଛି । ଏହି ଭିଡିଓ କିଛି ସମୟ ମଧ୍ୟରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ସଲମାନ ଏୟାରପୋର୍ଟରୁ ବାହାରୁ ଥିବା ସମୟରେ ତାଙ୍କର ଜଣେ ଫ୍ୟାନ ତାଙ୍କ ଆଗରେ ରହି ତାଙ୍କ ସହିତ ସେଲଫି ନେଉଥିଲା, ଏହାର ପ୍ରତିକ୍ରିୟାରେ ସଲମାନ ତାର ଫୋନ ଛଡାଇ ନେଇ ଆଗକୁ ଚାଲିଗଲେ । ହେଲେ ଏହି କଥା ଅଧିକାଂଶ ଲୋକ ବିଶ୍ଵାସ କରୁନାହାନ୍ତି । ସଲମାନଙ୍କ ଫ୍ୟାନମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।