ମହେଶ ଭଟ୍ଟଙ୍କ ବୋହୁ ଖୋଲିଲେ ଶଶୁରଙ୍କ ପୋଲ, କହିଲେ ‘ସେ ଇଣ୍ଡଷ୍ଟ୍ରିର କିଙ୍ଗ ଓ ତାଙ୍କ ସ୍ଵାମୀ ଝିଅ ସପ୍ଲାଇ କରନ୍ତି’

ବଲୀଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଷ୍ଟାର ଖୋଲିକରି ପରସ୍ପର ଉପରେ ଆରୋପ ଲଗାଉଛନ୍ତି । ଏହା ସହିତ ପରସ୍ପରର କଳା ଚିଠା ଖୋଲି ଏହି ଷ୍ଟାରମାନେ ସୋସିଆଲ ମିଡିଆରେ ବହୁତ ପୋସ୍ଟ ଶେୟାର କରୁଛନ୍ତି । ଏହି କ୍ରମରେ ଅଭିନେତ୍ରୀ ଲବିନା ଲୋଧ ବି ଗୋଟିଏ ଭିଡିଓ ଶେୟାର କରି ବଲୀଉଡର ପ୍ରସିଦ୍ଧ ନିର୍ମାତା ମହେଶ ଭଟ୍ଟଙ୍କ ଉପରେ ଆରୋପ ଲଗାଇଛନ୍ତି ।

ଅଭିନେତ୍ରୀ ଲବିନା ଲୋଧଙ୍କ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଲବିନା ଏହି ପୋସ୍ଟ ଏଥିପାଇଁ ଅଧିକ ଚର୍ଚାରେ ଆସି ଯାଇଛି, କାରଣ ଲବିନା ମହେଶ ଭଟ୍ଟଙ୍କ ଭଣଜା ସୁମିତ ସଭରୱାଲଙ୍କ ସ୍ତ୍ରୀ ଅଟନ୍ତି ।

ପରିବାରର ସୁରକ୍ଷା ପାଇଁ ଶେୟାର କରିଲେ ଭିଡିଓ

ଲବିନା ଲୋଧ ଶେୟାର କରିଥିବା ଭିଡିୟରେ ସେ ନିର୍ଦେଶକ ମହେଶ ଭଟ୍ଟଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି । ଲବିନାଙ୍କ ଅନୁସାରେ ମହେଶ ଭଟ୍ଟ ତାଙ୍କୁ ଧମକ ଦେଉଛନ୍ତି, ଏହା ସହିତ ଲବିନା ଲୋଧ ତାଙ୍କ ସ୍ଵାମୀ ସୁମିତ ସଭରୱାଲଙ୍କ ଉପରେ ଡ୍ରଗ୍ସ ସପ୍ଲାଈ କରିବାର ଆରୋପ ବି ଲଗାଇଛନ୍ତି । ନିଜର ପରିବାରର ସୁରକ୍ଷା ପାଇଁ ଲବୀନ ଏହି ଭିଡିଓ ଶେୟାର କରିଛନ୍ତି, ଯାହା ଦ୍ଵାରା ତାଙ୍କର ସାହାର୍ଯ୍ୟ କରାଯିବ ।

ଇଣ୍ଡଷ୍ଟ୍ରିର ଡନ ଅଟନ୍ତି ମହେଶ ଭଟ୍ଟ

କହିଦେଉଛୁ କି ଏହି ଭିଡିଓ ଲବିନା ନିଜର ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି କି, ମୁଁ ମହେଶ ଭଟ୍ଟର ଭଣଜା ସୁମିତ ସଭରୱାଲଙ୍କୁ ବିବାହ କରିଛି । ମୁଁ ତାଙ୍କ ବିରୁଦ୍ଧରେ ଛାଡପତ୍ରର କେସ ବି ଦର୍ଜ କରିଛି, କାରଣ ମୁଁ ଜାଣି ସାରିଛି କି ମୋର ସ୍ଵାମୀ ସୁମିତ ସପନା ପବ୍ବୀ, ଅମାୟରା ଦସ୍ତୂର ଭଳି ଅନ୍ୟ ବହୁତ ଅଭିନେତ୍ରୀଙ୍କୁ ଡ୍ରଗ୍ସ ସପ୍ଲାଈ କରନ୍ତି । ମୋର ସ୍ଵାମୀ ଝିଅମାନଙ୍କର ବି ସପ୍ଲାଇ କରିଥାଏ ଓ ମୋତେ ତାଙ୍କର ଫୋନରେ ବହୁତ ଆପତ୍ତିଜନକ ଜିନିଷ ବି ମିଳିଛି ।’

ଲବିନା ଆଗକୁ କହିଲେ କି, ଏହି କଥା ମହେଶ ଭଟ୍ଟ ବହୁତ ଆଗରୁ ହିଁ ଜାଣିଛି । ମହେଶ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ବଡ ଡନ ଅଟନ୍ତି ଓ ବଲୀଉଡର ପୁରା ସିସ୍ଟମ ସେ ହିଁ ଅପରେଟ କରନ୍ତି । ଯଦି କେହି ମହେଶ ଭଟ୍ଟଙ୍କ କଥା ଶୁଣିବ ନାହିଁ ତେବେ ସେ ତାହାର ଜୀବନକୁ ନର୍କ ସଦୃଶ କରି ଦିଅନ୍ତି । କାଲି ଯଦି ମୋ ସହିତ କିଛି ଅଘଟଣ ଘଟି ଯାଉଛି କିମ୍ବା ମୋର ପରିବାର ସହ କିଛି ବି ହେଉଛି, ତେବେ ଏଥିପାଇଁ ମୁକେଶ ଭଟ୍ଟ, ମହେଶ ଭାତ, ସାହିଲ ସହଗଲ, ସୁମିତ ସଭରୱାଲ ଓ କୁମକୁମ ସହଗଲ ଦାୟୀ ହେବେ ।’

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।