ଏହି ଛୋଟ ପିଲାଟି ଆଜି ହୋଇ ଯାଇଛି ଦେଶର ପରିଚୟ.. କଣ ଆପଣ ଜାଣି ପାରୁଛନ୍ତି ଏହି ପିଲାକୁ

ଆଜିକାଲି ଏକ ସୁନ୍ଦର ଛୋଟ ଝିଅର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବର୍ତ୍ତମାନ ସେ ବଡ ହୋଇ ନିଜର ଲକ୍ଷରେ ସଫଳ ହୋଇଛନ୍ତି ଏବଂ ପୁରା ଦେଶର ନାମ ମଧ୍ୟ ରଖିଛନ୍ତି କଣ ଆପଣ ତାଙ୍କର ଏହି ପିଲା ବେଳର ଫଟୋ ଦେଖି ତାଙ୍କୁ ଚିହ୍ନି ପାରୁଛନ୍ତି । ଯଦି ଏହି ଫଟୋ କୁ ଦେଖି ଆପଣ ଭାବୁଥିବେ କି ସେ ଜଣେ ଫିଲ୍ମ ଅଭିନେତ୍ରୀ ବୋଲି ତାହେଲେ ଆପଣ ଭୁଲ ଭାବୁଛନ୍ତି ସେ ଅଲଗା ବାଟରେ ନିଜର ନାମ କମାଇଛନ୍ତି । ସେ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ମିତାଲୀ ରାଜ ।

ଏହି ଫଟୋକୁ ମିତାଲୀ ନିଜେ ତାଙ୍କ ଟୁଇଟର ରେ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି କି ଏହି ଭଳି ପୁରୁଣା ଫଟୋରୁ ଛୋଟ ବେଳର ବହୁତ କଥା ମନେ ପଡିଯାଇ ଥାଏ । ଏହି ଫଟୋକୁ ମିତାଲୀ ଙ୍କ ଫ୍ୟାନ୍ସ ରିଟୁଇଟ କରିବା ସହିତ ସୋସିଆଲ ମିଡିଆରେ ଏହି ଫଟୋ ବହୁତ ଭାଇରାଲ ହେବାକୁ ଲାଗିଛି ।

କ୍ରିକେଟର ନୁହେଁ, ଡ୍ୟାନ୍ସର ହେବାର ଇଚ୍ଛା ଥିଲା

ଗତ ୧୨ ବର୍ଷ ଧରି ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ହୋଇଥିବା ମିତାଲୀ ଏକ ତାମିଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିଲାଦିନୁ ସ୍ଵପ ଥିଲା କି ସେ ଜଣେ ବହୁତ ବଡ ଡ୍ୟାନ୍ସର ହେବେ ବୋଲି ସେଥିପାଇଁ ସେ କ୍ଲାସିକାଲ ଡ୍ୟାନ୍ସ ଶିଖିବା ମଧ୍ୟ ଆରମ୍ଭ କରିଦେଇଥିଲେ ।

୧୦ ବର୍ଷ ବୟସ ପର୍ଯ୍ୟନ୍ତ ଭାରତନାଟ୍ୟମ ଶିଖିଥିଲେ

ମିତାଲୀ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଭାରତନାଟ୍ୟମ ଶିଖିଥିଲେ ଏବଂ ସେଥିରେ ସେ ଆଗକୁ ବଢିବା ପାଇଁ ମଧ୍ୟ ଚାହୁଁ ଥିଲେ କିନ୍ତୁ ସମୟ ଏମିତି ବଦଳି ଗଲା କି ଆଜି ସେ ଦେଶରେ କ୍ରିକେଟର ପରିଭାଷା ହିଁ ବଦଳାଇ ଦେଲେ ।

୧୭ ବର୍ଷରେ ଭାରତୀୟ ଦଳରେ ତାଙ୍କୁ ଚୟନ କରାଗଲା

ଭାରତୀୟ ଦଳରେ ମିତାଲୀ ଙ୍କୁ ମାତ୍ର ୧୭ ବର୍ଷ ବୟସରେ ବଛାଯାଇ ଥିଲା । ସେ ଏକ ଦିବସୀୟ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ଭାଗ ନେଇଥିଲେ । ଏହି ମ୍ୟାଚ ମିଲ୍ଟନ କିନେସ ଆୟରଲ୍ୟାଣ୍ଡ ରେ ହୋଇଥିଲା ଏବଂ ଏହି ମ୍ୟାଚରେ ମିତାଲୀ ୧୧୪ ରନ କରିଥିଲେ । ଆଜି ତାଙ୍କ ନାମ ସବୁଠାରୁ ଅଧିକ ରନ କରିବାର ତାଲିକାରେ ଅଛି । ତାଙ୍କୁ ୨୧ ବର୍ଷ ବୟସରେ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ କରାଯାଇ ଥିଲା ।

ଦେଶର ନାମ ଉଜ୍ଵଳ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି

ମିତାଲୀ ପ୍ରଥମ ମହିଳା କ୍ରିକେଟର ଅଟନ୍ତି ଯାହାଙ୍କୁ ବିଜ୍ଡ଼ନ ଇଣ୍ଡିଆ କ୍ରିକେଟର ପୁରସ୍କାର ମିଳିଛି । ଏହା ସହିତ ମଧ୍ୟ ସେ ଭଲ ଖେଳୁଥିବାରୁ ତାଙ୍କୁ ଭାରତ ସରକାରଙ୍କ ଦ୍ଵାରା ଅର୍ଜୁନ ପୁରସ୍କାର ମଧ୍ୟ ମିଳିଛି । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।