ଦେଖନ୍ତୁ ନାତି ‘Gwan’ ଙ୍କ ସହ କିପରି ଖେଳୁଛନ୍ତି Aparajita Mohanty, ଭିଡିଓ ହେଲା ଭାଇରାଲ, ଜେଜେମା ନାତିଙ୍କ ଖେଳର ଏହି Video ଦେଖିଲେ ଆପଣ ବି ମଜିଯିବେ

ଓଡିଆ ସିନେମାରେ ନିଜ ଦମଦାର ଅଭିନୟ ବଳରେ ଖୁବ ନାମ କମାଇଥିବା ବାବୁଶାନଙ୍କୁ ଆଜି କୌଣସି ସ୍ଵତନ୍ତ୍ର ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ମା ଅପରାଜିତା ମହାନ୍ତି ଓ ପିତା ଉତ୍ତମ ମହାନ୍ତିଙ୍କ ପରି ସେ ମଧ୍ୟ ନିଜକୁ ଓଲିଉଡରେ ନିଜକୁ ସୁପ୍ରତିଷ୍ଠିତ କରି ପାରିଛନ୍ତି । ଲଭର ବୟ ରୁ ନେଇ ଆକ୍ସନ ଓ କମେଡି ପର୍ଯ୍ୟନ୍ତ ସବୁ ଚରିତ୍ରରେ ଜାନ୍ ଭରି ଦିଅନ୍ତି ବାବୁଶାନ । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ଅନ୍ଦାଜକୁ ଖୁବ ପସନ୍ଦ କରି ଆସିଛନ୍ତି ।

ବାବୁଶାନଙ୍କ ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି ଓରଫ ବାବୁ । ସ୍କ୍ରିନ ପାଇଁ ସେ ବାବୁଶାନ ନାମ ବାଛିଥିଲେ ଏବଂ ସେ ଆଜି ଏହି ନାମରେ ସାରା ଓଡିଶାରେ ପରିଚିତ । ତେବେ ନିକଟରେ ୬ ଏପ୍ରିଲ ୨୦୨୧ରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥି ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ଆପଣଙ୍କ ପ୍ରିୟ ଅଭିନେତା ପିତା ହୋଇ ଯାଇଛନ୍ତି । ସେ ତାଙ୍କ ପୁଅର ନାମ ରଖିଛନ୍ତି ‘ଗ୍ବାନ’ ।

ନିକଟରେ ବାବୁଶାନଙ୍କ ବାପା ତଥା ଆକ୍ଟର ଉତ୍ତମ ମହାନ୍ତି ନାତି ଗ୍ବାନଙ୍କ ସହ ଖେଳୁଥିବାର ଏକ ଭିଡିଓ ସାମନାକୁ ଆସିଥିଲା । ଆଉ ଏବେ ଗ୍ବାନଙ୍କ ଜେଜେମା ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ନିଜ ନାତି ସହ ଖେଳୁଥିବା ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି ।

ଏକଦମ ଓଡିଆ ଜେଜେମା ଅନ୍ଦାଜରେ ନିଜ ନାତି ସହ ପ୍ରେମରେ କଥା ହେଉଛନ୍ତି ଜେଜେମା । ଗ୍ବାନ ମଧ୍ୟ ଦେଖିବାକୁ ଖୁବ କ୍ୟୁଟ ହୋଇଛନ୍ତି ଓ ଜେଜେମାଙ୍କ କଥା ଶୁଣି ହସୁଛନ୍ତି । ଅପରାଜିତା ଓଡିଆ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଓ ସେ ତାଙ୍କ ସମୟର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ରହି ସାରିଛନ୍ତି ।

ଫିଲ୍ମ ଦୁନିଆ ଠୁ ଦୂରେଇବା ପରେ ଅପରାଜିତା ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି । ଆଉ ନିକଟରେ ଜେଜେମା ମଧ୍ୟ ବନି ଯାଇଛନ୍ତି । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ ଅଧିକ ରୁ ଅଧିକ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।